Posted inଜାତୀୟ

ଏଚ୍‌୩ଏନ୍‌୨ ସଂକ୍ରମଣ ଚିନ୍ତା: ମାସ୍କ, ଟିକାକରଣ, ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ

ନାଗପୁର,୧୩ା୩: ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍‌ ଗୁଲେରିଆ ବର୍ତ୍ତମାନର ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ। କୋଭିଡ୍‌ ସମୟର ଆଇଶୋଲେଶନ ଭଳି ବର୍ତ୍ତମାନ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣର ଅଧିକ ବିପଦ ଥିବା ଲୋକମାନଙ୍କୁ ଏକାନ୍ତ ବାସରେ ରଖିବା ଏବଂ ସମସ୍ତେ ଟିକା ନେବା ଲାଗି ଗୁଲେରିଆ ପରାମର୍ଶ ଦେଇଛନ୍ତି। ଏକାଡେମୀ ଅଫ୍‌ ମେଡିକାଲ ସାଇନ୍ସ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀ ଅବସରରେ ଗୁଲେରିଆ ଗଣମାଧ୍ୟମକୁ ଏହା କହିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ୱାସରେ ବାହାରୁଥିବା ଜଳକଣା ଏବଂ କାଶରେ ଭୂତାଣୁ ସଂକ୍ରମିତ ହେଉଥିବାରୁ ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସେହିପରି ପିଲାମାନେ ସ୍କୁଲରେ ସଂକ୍ରମିତଙ୍କୁ ଛୁଇଁ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମିତ କରାଉଛନ୍ତି। ସେଥିପାଇଁ ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁଲେରିଆ ଗୁରୁତ୍ୱ ଦେଇଛନ୍ତି। ସୂଚନା ମୁତାବକ, ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ଯୋଗୁ ଦେଶରେ ୨ଟି ମୃତ୍ୟୁ ହୋଇସାରିଛି। କର୍ନାଟକ ଏବଂ ହରିଆଣାରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri