Posted inଫୁରସତ

ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି: ଦୀପ୍ତିରେଖା ପାଢ଼ୀ

ଦୀପ୍ତିରେଖା ପାଢ଼ୀ, ଓଡ଼ିଆ ସଙ୍ଗୀତ ଜଗତର ଜଣେ ବହୁ ପରିଚିତ ନାଁ। ଅନେକ ସୁପରହିଟ୍‌ ଗୀତ ଗାଇ ଆଜି ସେ ଘରେ ଘରେ ପରିଚିତ। ତା’ଛଡ଼ା ନିଜ ଅଭିନୟର ଯାଦୁରେ ବି ଦିନେ ସେ ସମସ୍ତଙ୍କ ହୃଦୟରେ ଘର କରିଥିଲେ। ଏହି ବହୁମୁଖୀ ପ୍ରତିଭା ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

ସଙ୍ଗୀତର ଆରମ୍ଭ: ପିଲାଟି ଦିନରୁ ମୋର ସଙ୍ଗୀତ ପ୍ରତି ରୁଚି ଥିଲା। ତେଣୁ ଦ୍ୱିତୀୟ ଶ୍ରେଣୀରେ ପଢ଼ିବାବେଳେ ମୁଁ ବୋଉକୁ ଗୀତ ଶିଖିବା ପାଇଁ କହିଥିଲି। ସେ ମତେ ରାଜଧାନୀ କଳା ସଂସଦରେ ଆଡମିସନ୍‌ କରାଇଥିଲେ। ତା’ସହ ପାଠପଢ଼ା ବି ଚାଲିଥାଏ।

ଓଲିଉଡ୍‌ରେ ପ୍ରଥମ ବ୍ରେକ୍‌: ୨୦୦୯ରେ ମୋର ଓଲିଉଡ୍‌ରେ ଏଣ୍ଟ୍ରି ହେଲା। ମୋ ସାନ କକା ମତେ ପ୍ରେମାନନ୍ଦ ସାର୍‌ଙ୍କ ସହ ଦେଖା କରାଇଥିଲେ। ସେ ମୋ ସ୍ବର ଶୁଣି ବହୁତ ପସନ୍ଦ କରିଥିଲେ। ଆଉ ଦୁଇଟି ଗୀତ ଗାଇବାର ସୁଯୋଗ ଦେଇଥିଲେ। ‘ଲଭ୍‌ ଡଟ୍‌ କମ୍‌’ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଓ ସାବିତ୍ରୀ ମ୍ୟୁଜିକ୍‌ର ‘ନୂଆ ପ୍ରେମିକା’ ଆଲବମ୍‌୍‌ରେ ଗୋଟିଏ ଗୀତ ଗାଇଥିଲି।

ଗଡ୍‌ ଫାଦର: ପ୍ରେମାନନ୍ଦ ସାର୍‌ ମୋ ପାଇଁ ଗଡ୍‌ ଫାଦର୍‌। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ଯେଉଁ ପରିଚୟ ପାଇଛି ସବୁ କିଛି ତାଙ୍କ ପାଇଁ ସମ୍ଭବ ହୋଇଛି। ମତେ ନେଇ ସେ ଏକ୍ସପେରିମେଣ୍ଟ କରିଛନ୍ତି। ଆଉ ବିଭିନ୍ନ ପ୍ରକାର ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି।

ଅଭିନୟର ଆରମ୍ଭ: ଏକ ଆଓ୍ବାର୍ଡ ଫଙ୍କସନ୍‌ରେ ମଳୟ ସାର୍‌ ଦେଖା ହୋଇଥିଲେ। ସେ ରାଜକନ୍ୟା ସିରିୟଲର ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ଦେଇଥିଲେ। ଅଭିନୟର ଅଭିଜ୍ଞତା ନ ଥିବାରୁ ପ୍ରଥମେ ମୁଁ ରାଜି ହୋଇ ନ ଥିଲି। ହେଲେ ବାପା ମତେ କହିଥିଲେ ଭଲ ଚରିତ୍ର ଅଛି, ତେଣୁ କର। ମୁଁ ଅଡିସନ ଦେଲି। ସିଲେକ୍ଟ ବି ହୋଇଗଲି। ଭାବିଥିଲି କିଛିଦିନ କରି ଅଭିନୟ ଛାଡ଼ି ଦେବି। ହେଲେ ୪ ବର୍ଷ କାମ କଲି। ଦର୍ଶକଙ୍କର ଅଜସ୍ର ଭଲ ପାଇବା ବି ମିଳିଲା। ଏଇ ଅଭିନୟରୁ ମୁଁ ଅନେକ କିଛି ଶିଖିଛି। ଇଣ୍ଡଷ୍ଟ୍ରିକୁ ଚିହ୍ନିଛି। ଆଉ ନିଜକୁ ନୂଆ କରି ଗଢ଼ିଛି।

ଅଭିନୟ ପରେ ସଙ୍ଗୀତର ପୁନଃ ଆରମ୍ଭ: ‘ଚାଲ କରିବା ଠିଆପାଲା’ ଗୀତରୁ ଅଟକିଯାଇଥିବା ସଙ୍ଗୀତର ଯାତ୍ରା ପୁଣିଥରେ ଆରମ୍ଭ ହୋଇଥିଲା। ଆଉ ଏଇ ଗୀତଟି ହିଟ୍‌ ହୋଇଥିଲା। ପରେ ଅନେକ ଚଳଚ୍ଚିତ୍ରରେ ଅନେକ ହିଟ୍‌ ଗୀତ ଗାଇବାର ସୁଯୋଗ ପାଇଲି।

ଅଭିନୟ ନା ସଙ୍ଗୀତ: ଉଭୟ ଅଭିନୟ ଓ ସଙ୍ଗୀତ ମତେ ଲୋକଙ୍କ ଭଲ ପାଇବା ଦେଇଛି। ତେବେ ସଙ୍ଗୀତ ପ୍ରତି ମୋର ଭଲ ପାଇବା ଟିକେ ଅଧିକ। ମୋ ବାପାଙ୍କର ବି ସଙ୍ଗୀତରେ ରୁଚି ଥିଲା। ତେଣୁ କହିବାକୁ ଗଲେ ସଙ୍ଗୀତ ମତେ ବେଶି ଖୁସି ଦିଏ। ଅଭିନୟରେ ଟାଇମ୍‌ ଟେବୁଲ ଠିକ୍‌ ରହେନା। ତେଣୁ ସଙ୍ଗୀତ ଦୁନିଆକୁ ଫେରିଆସିଥିଲି।

ଶସ୍ତା ଗୀତ ଗାଏନା: ମୁଁ କେବେ ଶସ୍ତା, ଡବଲ ମିନିଂ ଗୀତ ଗାଇନି। ଏମିତିକି ରେକର୍ଡିଂ ପାଇଁ ଷ୍ଟୁଡିଓକୁ ଯାଇ ଯଦି ଜାଣେ ଏଭଳି ଗୀତ ଗାଇବାକୁ ହେବ, ତେବେ ରେକର୍ଡିଂ ନ କରି ମଧ୍ୟ ଫେରିଛି।

ସିକ୍ରେଟ୍‌ ଶେୟାର କରେ: ମୁଁ ମନର କଥା କେବଳ ବାପାଙ୍କ ସହ ଶେୟାର କରୁଥିଲି। ହେଲେ ବାପା ଚାଲିଗଲା ପରେ ମୁଁ ଆଉ କାହାକୁ ସେତିକି ନିଜର ଭାବିନି ମୋ ମନର କଥା ଖୋଲି କହିବା ପାଇଁ। ଏବେ ମୁଁ ମୋ ମନର ଦୁଃଖକଷ୍ଟ ଓ ସିକ୍ରେଟ୍‌ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣାଏ।

ସବୁଠୁ ସୁଖ ଓ ଦୁଃଖର ମୁହୂର୍ତ୍ତ: ଯେବେ ମୋ’ ଚଳଚ୍ଚିତ୍ରର ଗୀତ ହିଟ୍‌ ହେଲା ଓ ଓଡ଼ିଶାର ଗଳିକନ୍ଦିରେ ବାଜିଲା, ଦୁନିଆର ସବୁ ଖୁସି ମିଳିଗଲା ପରି ମତେ ଲାଗିଥିଲା। ଆଉ ଯେବେ ବାପା ଆମକୁ ଛାଡ଼ି ଆରପାରିକୁ ଚାଲିଗଲେ ମୋର ସବୁକିଛି ଚାଲିଗଲା ପରି ଲାଗିଥିଲା।

ସ୍ବାମୀ ସ୍ତ୍ରୀ ସମ୍ପର୍କ: ମୋ କ୍ୟାରିୟର କ୍ଷେତ୍ରରେ ବାପାଙ୍କ ପରେ ସ୍ବାମୀଙ୍କର ବହୁତ ସପୋର୍ଟ ରହିଛି। ତାଙ୍କ ବ୍ୟସ୍ତତା ଭିତରୁ ବି ସେ କିଛି ସମୟ ବାହାର କରି ମୋର ଶୁଟିଂ ଓ ରେକର୍ଡିଂକୁ ଯାଇ ମତେ ଏନ୍‌କରେଜ୍‌ କରନ୍ତି।

ଅଧିକ କଟକଣା ଭଲ ଲାଗେନା: ମୋ ହୃଦୟ ଭାରତୀୟ। ସବୁବେଳେ ମୁଁ ଶାଢ଼ି, ସଲ୍‌ଓ୍ବାର ଭଳି ଭାରତୀୟ ପୋଷାକ ପିନ୍ଧିବାକୁ ଭଲ ପାଏ। ଏମିତିକି ମୋ ବାପା ବି ଭାରତୀୟ ସଂସ୍କୃତିକୁ ବହୁତ ଭଲ ପାଉଥିଲେ ଓ ମତେ କେବେ ଜିନ୍ସ ପିନ୍ଧିବାକୁ ଦେଇ ନ ଥିଲେ। ତେଣୁ ପିନ୍ଧାପିନ୍ଧିରେ ଯଦି ମୋ ଉପରେ କେହି ଆହୁରି ଅଧିକ କଟକଣା ଲଗାଇବାକୁ ଚେଷ୍ଟା କରନ୍ତି ମତେ ଭଲ ଲାଗେନା। ସବୁଠୁ ବଡ କଥା ହେଲା ମୋ ଶାଶୁଘରେ ମୋ ଉପରେ କେବେ କିଛି କଟକଣା ଲଗାଇ ନାହାନ୍ତି। ତେଣୁ ମୁଁ ବହୁତ ଖୁସିରେ ଅଛି। ତା’ସହ ପରିବାରର ସମସ୍ତେ ମତେ ଖୁବ୍‌ ସହଯୋଗ ବି କରନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି
ବାପାଙ୍କ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ମୁଁ ମୋର ସବୁକିଛି ଭାବେ। ତାଙ୍କୁ ବହୁତ ଭଲ ପାଏ। ଆଉ ଯେତେବେଳେ ବି ତାଙ୍କୁ ଖୋଜେ ଲାଗେ ସେ ମୋ ପାଖରେ ଅଛନ୍ତି।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri