ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ

ମେକ୍ସିକୋ,୮।୬:ମେକ୍ସିକୋର କୁର୍ନାଭାକାରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉଦ୍‌ଘାଟନ ସମୟରେ ଏହା ଭାଙ୍ଗିଯିବାରୁ ମେୟର ସମେତ ୧୨ରୁ ଅଧିକ ଲୋକ ନାଳରେ ପଡି ଆହତ ହୋଇଛନ୍ତି। କୁର୍ନାଭାକା ସହରରେ ଥିବା ଏକ ନଦୀ ଉପରେ ଛୋଟ ପୋଲ(ଫୁଟ୍‌ବ୍ରିଜ୍‌) ନିର୍ମାଣ କରାଯାଇଥିଲା। ଏହାକୁ ଉଦ୍‌ଘାଟନ କରିବାକୁ ମେୟର ସମେତ ଅନେକ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୋଲ ଉପରେ ଚଢିବା କ୍ଷଣି ହଠାତ୍‌ ତାହା ଭାଙ୍ଗି ଯାଇଥିଲା। ଫଳରେ ପୋଲ ଉପରେ ଥିବା ଲୋକମାନେ ୧୦ ଫୁଟ୍‌ ତଳକୁ ଖସିପଡିଥିଲେ। ଏମାନଙ୍କ ମଧ୍ୟରେ ମେୟର, ତାଙ୍କ ସ୍ତ୍ରୀ, କିଛି ଅଧିକାରୀ, ଖବରଦାତା ସାମିଲ ଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ସାମର୍ଥ୍ୟରୁ ଅଧିକ ଲୋକ ପୋଲ ଉପରେ ଚଢିଯିବାରୁ ତାହା ଭୁଶୁଡି ପଡିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ...

ଗର୍ଭନିରୋଧକ ବନ୍ଦ କଲା ତାଲିବାନ

କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍‌)କୁ ବେଆଇନ...

ରୁଷିଆ ତୈଳ ଡିପୋ ଉପରେ ଆକ୍ରମଣ କଲା ୟୁକ୍ରେନ

କ୍ୱିଭ୍‌,୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦେଢ ମାସରୁ ଅଧିକ ହେବ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ରୁଷିଆ ପଛକୁ ଫେରିବାକୁ ପ୍ରସ୍ତୁତ ନ ଥିବାବେଳେ...

୧୨ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଥିବା ଦାବି କଲା ୟୁକ୍ରେନ

କ୍ୱିଭ୍‌,୫।୫: ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ...

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି।...

ବରାଦର-ହକ୍କାନି ମୁହଁ।ମୁହିଁ

କାବୁଲ, ୧୬ା୯: ଆଫଗାନିସ୍ତାନକୁ କବ୍‌ଜା କରି ତାଲିବାନ୍‌ ସରକାର ସିନା ଗଢ଼ିଦେଲା କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ତାହାର ପରିଚାଳନା ଏହି ଆତଙ୍କବାଦୀ ଗୋଷ୍ଠୀ ପାଇଁ କାଠିକର...

କାନାଡା ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ…

ଟରଣ୍ଟୋ,୨୬।୩ : ଭାରତ କାନାଡାର ହାଇ କମିଶନରଙ୍କୁ ଜବାବ ତଲବ କରିଛି। କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ଉପାଦାନଗୁଡ଼ିକର...

ସ୍କୁଲରେ ମାସ୍କ ବିନା ଏଣ୍ଟ୍ରି ନାହିଁ

ଲଣ୍ଡନ,୩।୧- ବ୍ରିଟେନରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡାରି ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।...

Advertisement
Archives

Model This Week