ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ସମ୍ପୃକ୍ତ ଶାଶୁ, ଶ୍ୱଶୂର, ଦେଢଶୂରଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।
ସୂଚନା ଅନୁଯାୟୀ, ବଡବିଲ ପୌରପାଳିକା ୮ନମ୍ବର ଓ୍ବାର୍ଡ ପିଏଚଡି ଅଞ୍ଚଳରେ ରହୁଥିବା ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲା ଆଶ୍ୱର ଥାନା ଅନ୍ତର୍ଗତ ମହମ୍ମଦପୁର ଅଞ୍ଚଳର ଦିଲୀପ ଜୟସ୍ବାଲଙ୍କ ପୁଅ ପ୍ରିନ୍ସ ଜୟସ୍ବାଲଙ୍କ ସହ ୨୦୨୦ ଜୁନ ୩୦ରେ ରୀନାଙ୍କ ବିବାହ ହୋଇଥିଲା। ବିବାହ ସମୟରେ ରୀନାଙ୍କ ପରିବାର ଲୋକେ ଲକ୍ଷାଧିକ ଟଙ୍କା, ଅଳଙ୍କାର, ଆସବାବ ପତ୍ର ଆଦି ଯୌତୁକ ବାବଦକୁ ଦେଇଥିଲେ। ହେଲେ ବିବାହ ପରେ ରୀନାଙ୍କ ଶାଶୁ ଘର ଲୋକେ ଅଧିକ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ। ଏ ନେଇ ଥାନାରେ ବାରମ୍ବାର ଅଭିଯୋଗ ଓ ମିଳାମିଶା ହୋଇଥିଲା। ତେବେ ମଙ୍ଗଳବାର ରାତିରେ ରୀନା ଶୋଇଥିବାବେଳେ ସ୍ବାମୀ ପ୍ରିନ୍ସ ରୀନାଙ୍କ ମୁହଁକୁ ଚାପି ଧରି ହତ୍ୟା ଉଦ୍ୟମ କରିଥିଲେ। କୌଣସି ମତେ ରୀନା ସେମାନଙ୍କ କବଳରୁ ଖସି ଆସି ବଡବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୩/୨୧)ରୁଜୁ କରି ଅଭିଯୁକ୍ତ ଶାଶୁ, ଶ୍ୱଶୂର ଓ ଦେଢଶୂରଙ୍କୁ ଗିରଫ କରିଛି। ଫେରାର ଥିବା ସ୍ବାମୀ ପ୍ରିନ୍ସଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହତ୍ୟାକାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର,୨୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ...

ଅକ୍ଟୋବର ୨ରୁ ମୋ ସରକାର: ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କର: ଡିଆଇଜି

ଛତ୍ରପୁର,୩ା୯(ଡି.ଏନ୍‌.ଏ.)-ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକାରୀ ହେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏହାର ଲକ୍ଷ୍ୟ ା ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ...

ରାଜ୍ୟ ସରକାର ଆଣିବେ ‘ଗୁଣ୍ଡା’ ଆଇନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସାବାଡ଼ ହେବେ। ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ। ଗୁଜରାଟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର...

ଶତାଧିକ ନିରାଶ୍ରୟଙ୍କୁ ଜଳଖିଆ ଦେଲା ବିଏମ୍‌ସି

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ଶୁକ୍ରବାର ସକାଳେ ସହରରେ ଥିବା ନିରଶ୍ରୟଙ୍କୁ ଜଳଖିଆ ପ୍ରଦାନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଓ ରାମ ମନ୍ଦିର ପାର୍ଶ୍ୱରେ ଥିବା ୫୦୦...

ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ପ୍ରଧାନ ଶିକ୍ଷକ

ବଲାଙ୍ଗୀର ଅଫିସ,୨୫।୮: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କ ବିରୋଧରେ ସ୍କୁଲର ୫ ଜଣ...

ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରାଜକନିକା, ୧୯ା୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା...

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା...

ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା

ବାରଙ୍ଗ,୨୬।୧୧(ଡି.ଏନ୍‌.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା...

Advertisement
Archives

Model This Week