ସିଏଜିର ଅଧୋଗତି

ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ୨୦୧୯-୨୦ କାର୍ଯ୍ୟଦକ୍ଷତା ବା ପ୍ରଦର୍ଶନ ରିପୋର୍ଟରେ କହିଛନ୍ତି , ସିଏଜି ହେଉଛି ଭାରତର ସର୍ବୋଚ୍ଚ ଅଡିଟ୍‌ ସଂସ୍ଥା ଏବଂ ଏହା ଅଡିଟ୍‌ କରାଯାଉଥିବା ସଂସ୍ଥାଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ ବୋଲି ଆଶା। କିନ୍ତୁ ସରକାରଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟ ଉପରେ ତୀକ୍ଷ୍‌ଣ ନଜର ରଖୁଥିବା ସଂସ୍ଥାଗୁଡ଼ିକ ଉପରେ ନରେନ୍ଦ୍ର ମୋଦିଙ୍କର ନିୟନ୍ତ୍ରଣ ରହୁଥିବାରୁ ସେଗୁଡ଼ିକର ଅଧୋଗତି ଘଟୁଛି। ଏପରିକି ସିଏଜି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକରିବା ବନ୍ଦ କରିଦେଇଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ଉପରେ ପ୍ରସ୍ତୁତ ସିଏଜି ରିପୋର୍ଟଗୁଡ଼ିକର ସଂଖ୍ୟା ୨୦୧୫ରେ ୫୫ ଥିଲାବେଳେ ୭୫% ହ୍ରାସ ପାଇ ୨୦୨୦ରେ ୧୪କୁ ଖସି ଆସିଛି। ୨୦୧୫ରୁ ବର୍ଷ ଅନୁଯାୟୀ କ୍ରମାଗତ ଭାବରେ ୫୫ ରୁ ୪୨, ୪୫, ୨୩, ୨୧ ଏବଂ ୧୪କୁ କମିଛି। ପ୍ରତିରକ୍ଷା ଅଡିଟ୍‌ ରିପୋର୍ଟ ସଂଖ୍ୟା ୨୦୧୭ରେ ୭ ଥିଲାବେଳେ ୨୦୨୦ରେ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ। କିନ୍ତୁ ସିଏଜି ହେଉଛି ସେହି ସଂସ୍ଥା ଯାହା ମନମୋହନ ସିଂ ସରକାରଙ୍କ ସମୟରେ ୨ଜି ନିଲାମ, କୋଇଲା ଖଣି ନିଲାମ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉପରେ ସଶକ୍ତ ରିପୋର୍ଟ ଉପସ୍ଥାପନ କରି ସରକାରଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ଏବେ ଏହି ସଂସ୍ଥାରେ ସ୍ବାଧୀନ ଭାବେ କାମ କରିବାକୁ ଚେଷ୍ଟା କରୁଥିତ୍ବା ଲୋକଙ୍କୁ ଦଣ୍ଡ ଦିଆଯାଇଛି। କିଛି ସପ୍ତାହ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନରେ ୧୨ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କିନ୍ତୁ ତା’ ପରେ ଅଡିଟ୍‌ରେ ଦୁର୍ନୀତିକୁ ସାମ୍ନାକୁ ଆଣିଥିବା ସିଏଜି ଅଧିକାରୀମାନଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଦତ୍ତପ୍ରସାଦ ସୂର୍ଯ୍ୟକାନ୍ତ ଶିରସତ। ସେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରଦର୍ଶନ ଅଡିଟ୍‌ ଦାୟିତ୍ୱରେ ଥିଲେ। ସେ ସମସ୍ତ ୨୮ ରାଜ୍ୟର ୧୬୧ ଜିଲାର ୯୬୪ ଡାକ୍ତରଖାନାର ଅଡିଟ୍‌ରୁ ଜାଣିବାକୁ ପାଇଲେ ଯେ ୨.୨୫ ଲକ୍ଷ ମାମଲାରେ ସର୍ଜରି ସବୁ ଡିସ୍‌ଚାର୍ଜ ତାରିଖ ପରେ କରାଯାଇଥିଲା। ମହାରାଷ୍ଟ୍ରରେ ୧.୭୯ ଲକ୍ଷରୁ ଅଧିକ ଏଭଳି ମାମଲା ଦେଖିବାକୁ ମିଳିଥିଲା, ଯାହା ପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ଦାବି କରାଯାଇଥିଲା। ‘ଦି ଓ୍ବେର’ ରିପୋର୍ଟ ଦର୍ଶାଇଥିଲା ଯେ, ଯେଉଁ ଲୋକମାନଙ୍କର ନିକଟରେ ମୃତ୍ୟୁ ଘଟିଥିଲା ସେମାନଙ୍କ ପାଇଁ ଲଗାତର ଲକ୍ଷାଧିକ ଟଙ୍କା ଦାବି କରାଯାଇଥିଲା। ଏଭଳି ୧.୫୭ ଲକ୍ଷ ନକଲ ହିତାଧିକାରୀ ଥିବା ଅଡିଟ୍‌ରୁ ଜଣାପଡ଼ିଥିଲା। ସିଏଜିର ଆଉ ଜଣେ ଅଧିକାରୀ ଅତୁର୍ଭ ସିହ୍ନା ରାଜପଥ ପ୍ରୋଜେକ୍ଟର ଅଡିଟ୍‌ କରିଥିଲେ। ଦ୍ୱାରକା ଏକ୍ସପ୍ରେସ୍‌ରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଇବା ପରେ ତାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ଉପରକୁ ଉଠିଥିବା ରାସ୍ତାର ଗୋଟିଏ ଅଂଶ ପାଇଁ ଖର୍ଚ୍ଚରେ ପରିବର୍ତ୍ତନ କରାଯାଇ ପ୍ରତି କି.ମି.କୁ ୨୫୦ କୋଟି ଟଙ୍କା ସ୍ଥିର କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ପ୍ରତି କି.ମି.କୁ ୧୮ କୋଟି ଖର୍ଚ୍ଚ ହେବ ବୋଲି କ୍ୟାବିନେଟ କମିଟି ଅନ୍‌ ଇକୋନୋମିକ ଆଫେୟାର୍ସର ସ୍ବୀକୃତି ଥିଲା। ବିରୋଧୀ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସରକାରଙ୍କୁ ଏହି ଭୁଲ୍‌ କାର୍ଯ୍ୟ ସ୍ବୀକାର କରାଇବାରେ ସକ୍ଷମ ହୋଇନାହାନ୍ତି। ସରକାରଙ୍କୁ ଉତ୍ତରଦାୟୀ କରାଇବାରେ ଗଣମାଧ୍ୟମର ମଧ୍ୟ ଆଗ୍ରହ ନାହିଁ। ବିରୋଧୀ ଏବଂ ନାଗରିକ ସମାଜ ହିଁ ସେମାନଙ୍କର ରିପୋର୍ଟ ପାଇଁ ପ୍ରଥମରୁ ଟାର୍ଗେଟରେ ରହିଆସିଛନ୍ତି। ତେବେ ସିଏଜିର ଅଧୋଗତି କିଭଳି ହେଲା ତାହା ଜାଣିବାକୁ ପାଠକମାନେ ନିଶ୍ଚିତ ଭାବେ ଆଗ୍ରହୀ ହୋଇପାରନ୍ତି।
ଭାରତର ସିଏଜି ଅଛନ୍ତି ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ଗିରୀଶ ମୁର୍ମୁ। ସେ ମୋଦିଙ୍କର ଅତି ବିଶ୍ୱସ୍ତ। ଅତୀତରେ ସେ ଜଣେ ବରିଷ୍ଠ ଅଧିକାରୀଙ୍କୁ ତାଙ୍କ ବସ୍‌ଙ୍କ ବିରୋଧରେ ସାକ୍ଷୀ ଦେବା ପାଇଁ ଭୟଭୀତ କରିଥିଲେ। ଗୁଜରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର୍‌.ବି. ଶ୍ରୀକୁମାର ୯ ଏପ୍ରିଲ ୨୦୦୨ରୁ ୧୭ ସେପ୍ଟେମ୍ବର ୨୦୦୨ ଯାଏ ରାଜ୍ୟ ଗୋଇନ୍ଦା ବ୍ୟୁରୋର ମୁଖ୍ୟ ଥିଲେ। ଗୋଧ୍ରା ଦଙ୍ଗାର ଯାଞ୍ଚ କରୁଥିବା ନାନାବତୀ କମିଶନଙ୍କୁ ଏକ ସତ୍ୟପାଠରେ କହିଥିଲେ, ମୋଦିଙ୍କ ସପକ୍ଷରେ ସାକ୍ଷୀ ଦେବା ଲାଗି ମୁର୍ମୁ ତାଙ୍କୁ ଶିଖେଇଥିଲେ, ଡରେଇଥିଲେ ଏବଂ ବାଧ୍ୟ କରିଥିଲେ। ମୁର୍ମୁ ସେତେବେଳେ ମୋଦିଙ୍କ ମୁଖ୍ୟ ସଚିବ ଥିଲେ। ମୋତେ ମଧ୍ୟ ଧମକ ଦିଆଯାଇଥିଲା , ଯଦି ମୁଁ ସରକାରଙ୍କ ସ୍ବାର୍ଥ ବିରୋଧୀ ବିବୃତି ଦିଏ ତେବେ ମୋତେ ଜଣେ ଶତ୍ରୁ ସାକ୍ଷୀ ଘୋଷଣା କରାଯିବ ଏବଂ ପରେ ଏହାର ମୁକାବିଲା କରାଯିବ। ମୁଁ କହିଥିଲି, ନ୍ୟାୟିକ ଆବଶ୍ୟକତା ଅନୁଯାୟୀ ମୁଁ ଆୟୋଗଙ୍କ ନିକଟରେ ସାକ୍ଷୀ ଦେବି ଏବଂ ସତ୍ୟକୁ ଚାପିଦେବି ନାହିଁ। ମୁର୍ମୁ ସରକାରୀ ଅଧିକାରୀଙ୍କୁ ଶିଖେଇ ନାନାବତୀ କମିଶନଙ୍କ ସମ୍ମୁଖରେ କୁହାଇବା ଲାଗି ଅଧିକାର ଦିଆଯାଇଥିଲା । ମୁର୍ମୁଙ୍କୁ କଶ୍ମୀରର ରାଜ୍ୟପାଳ କରିଥିଲେ ମୋଦି ଓ ପରେ ସିଏଜି। ସରକାରଙ୍କ ୱେବ୍‌ସାଇଟ pmindia.gov.inରେ ସ୍ବଚ୍ଛତା ସମ୍ପର୍କରେ ଏକ ବିଭାଗ ଅଛି ଯେଉଁଥିରେ ଲେଖା ଅଛି: ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ବିଶ୍ୱାସ କରନ୍ତି ଯେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ଯେକୌଣସି ଜନକୈନ୍ଦିକ ସରକାରଙ୍କ ଦୁଇଟି ମୂଳଦୁଆ। ଏହା କେବଳ ଲୋକଙ୍କୁ ସରକାରଙ୍କ ନିକଟତର କରେ ନାହିଁ, ବରଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସେମାନଙ୍କୁ ସମାନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ମଧ୍ୟ କରାଏ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ମୋଦି ସରକାର ଅସ୍ପଷ୍ଟତାକୁ ପ୍ରୋତ୍ସାହନ ଦେଇଥିବାରୁ ଏହିସବୁ କଥା ସହ ଏକମତ ହେବା କଷ୍ଟକର। ପ୍ରଧାନମନ୍ତ୍ରୀଙ୍କ ସାଇଟ୍‌ରେ ‘ସ୍ବଚ୍ଛତା ପାଇଁ ଅନୁସନ୍ଧାନ’ ଶୀର୍ଷକରେ ମଧ୍ୟ ଦର୍ଶାଯାଇଛି ,‘ନିୟମ ଏବଂ ନୀତି ଏସି ଚାମ୍ବରରେ ନୁହେଁ ବରଂ ଲୋକଙ୍କ ମଧ୍ୟରେ ତିଆରି ହୋଇଥିଲା’। ଏଥିରେ ବି ଦର୍ଶାଯାଇଛି, ସ୍ବଚ୍ଛତା ପ୍ରତି ମୋଦିଙ୍କ ଦୃଢ଼ ସଂକଳ୍ପ ରହିଛି ଓ ସେ ଏହା ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେହି ସ୍ବଚ୍ଛତା ଭାରତର ଲୋକଙ୍କ ପାଇଁ ମୁକ୍ତ, ପାରଦର୍ଶୀ ଏବଂ ଲୋକକୈନ୍ଦ୍ରିକ ସରକାରର ଏକ ଯୁଗକୁ ସୂଚିତ କରୁଛି। ନା, ଏହା ନୁହେଁ। ମୋଦି ଶାସନର ବର୍ଷଗୁଡ଼ିକ ତାଙ୍କ ପୂର୍ବରୁ ଥିବା କୌଣସି ସରକାରଙ୍କ ତୁଳନାରେ ଅନେକ କ୍ଷେତ୍ରରେ ଅଧିକ ଅସ୍ବଚ୍ଛ ଓ ଅପାରଦର୍ଶୀ ରହି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri