ବାହାର ରାଜ୍ୟ ଟିମ୍‌ର ରାଜନୈତିକ ସର୍ଭେକୁ ନେଇ ରାୟଗଡ଼ାରେ ସନ୍ଦେହ

ରାୟଗଡ଼ା,୩୧ା୧(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁପ୍ତ ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ହେଲେ ଏଭଳି ସମୟରେ ରାୟଗଡ଼ା ଜିଲାରେ ରାଜ୍ୟ ବାହାରୁ ଏକ ଯୁବଗୋଷ୍ଠୀ ଆସି ଜିଲାରୁ ଭୋଟରଙ୍କ ମତାମତ ସଂଗ୍ରହ କରୁଥିବା ସୋମବାର ଦେଖିବାକୁ ମିଳିଛି। ଭୋଟର କାହାକୁ ଭୋଟ ଦେବେ ଓ କିଏ ଲୋକପ୍ରିୟ ନେତା ଏଭଳି ପ୍ରଶ୍ନ ପଚାରି ମତାମତ ନେଉଛନ୍ତି। ଏମିତିକି କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ କହୁଥିବା କେତେଜଣ ବ୍ୟକ୍ତି ଅଭିଯୋଗ କରିଛନ୍ତି। ତେବେ ଲୋକଙ୍କ ଠାରୁ ମୋବାଇଲ ମାଗିନେଇ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକଶ ପାଇଛି।
ରାୟଗଡ଼ା ତହସିଲ ଅଫିସ ଛକ ନିକଟସ୍ଥ ଫ୍ଲାଏଓଭର ପାର୍ଶ୍ୱରେ କେତେଜଣ ଯୁବତୀ ଯୁବକ ଛିଡ଼ା ହୋଇ ଏହି ରାସ୍ତାରେ ଯାତାୟାତ କରୁଥିବ ଲୋକଙ୍କୁ ଅଟକାଇ ମତାମତ ସଂଗ୍ରହ କରୁଥିଲେ। ସେମାନେ ହିନ୍ଦି ଭାଷାରେ କଥା ହେଉଥିଲେ। ସ୍ଥାନୀୟ କେତେଜଣ ଗଣମାଧ୍ୟମ ପ୍ରତିନିଧି ଏହା ଦେଖି ପଚାରିବାରୁ ଯୁବତୀ ଯୁବକ ମାନେ ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନଙ୍କ କହିବା ହେଲା, ସଂସ୍ଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭୋଟରଙ୍କ ମତାମତ ସଂଗ୍ରହ ପାଇଁ ସେମାନେ ଆସିଥିବା କହିଥିଲେ। ୧୫ଜଣିଆ ଟିମ୍‌ ଆସିଥିବାବେଳେ ଏଥିରେ ୧୦ ଯୁବତୀ ଏବଂ ୫ ଯୁବକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ୭ଜଣ ଓଡ଼ିଶାର ବୋଲି କହିଛନ୍ତି। ଟିମ୍‌ର ପ୍ରତ୍ୟେକ କର୍ମଚାରୀ ଏକ ଘରୋଇ ସଂସ୍ଥାର ପରିଚୟ ପତ୍ର ଧରିଥିବା ମଧ୍ୟ ଦେଖିବାକୁ ମିଳିଛି। ଟିମ୍‌ର ନେତୃତ୍ୱ ନେଇଥିବା ଆକାଂକ୍ଷା ଠାକୁରଙ୍କୁ ଏ ନେଇ ପଚାରିବାରୁ ସେମାନେ ‘ହ୍ୟୁମାନ୍‌ ଟଚ୍‌’ ସଂସ୍ଥା ପକ୍ଷରୁ ଆସିଥିବା କହିଛନ୍ତି। ଭୁବନେଶ୍ୱର ଠାରେ ନୂତନ କାର୍ଯ୍ୟାଳୟ ମଧ୍ୟ ଖୋଲିଥିବା ସେ କହିଛନ୍ତି। ଓଡ଼ିଶାରେ କିଏ ଲୋକପ୍ରିୟ ନେତା ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ସେ ନେଇ ମତାମତ ସଂଗ୍ରହ କରିବାକୁ ତାଙ୍କ ଅଫିସ ପକ୍ଷରୁ କାର୍ଯ୍ୟ ଦିଆଯାଇଥିବା ଆକାଂକ୍ଷା ପ୍ରକାଶ କରିଛନ୍ତି ା ହେଲେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ କହିବା ଅନୁଯାୟୀ, ସେମାନେ ସିଧାସଳଖ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କିଏ ପସନ୍ଦ ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ବୋଲି ପଚରୁଛନ୍ତି। ଏହାର ଉତ୍ତର ନ ଦେଲେ ମଧ୍ୟ କର୍ମଚାରୀମାନେ କହିବାକୁ ବାଧ୍ୟ କରୁଥିବା ପ୍ରକାଶ କରିଛନ୍ତି। ସଂସ୍ଥାର କର୍ମଚାରୀମାନେ ଜିଲାର ସମସ୍ତ ବ୍ଲକର ଗ୍ରାମାଞ୍ଚଳକୁ ଯାଇ ଭୋଟରଙ୍କ ମତାମତ ନେବା ସହ ମୋବାଇଲ ମାଗି ସେଥିରେ କିଛି କରୁଥିବା ଅଭିଯୋଗ ହୋଇଛି। ତେଣୁ ଏମାନେ ପ୍ରକୃତରେ ସର୍ଭେ କରିବାକୁ ଆସିଛନ୍ତି ନାଁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ସୂଚନା ଦେବା ପରେ ପୋଲିସ ସେମାନଙ୍କୁ ଖୋଜୁଥିବା ରାୟଗଡ଼ା ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri