ବାହାର ରାଜ୍ୟ ଟିମ୍‌ର ରାଜନୈତିକ ସର୍ଭେକୁ ନେଇ ରାୟଗଡ଼ାରେ ସନ୍ଦେହ

ରାୟଗଡ଼ା,୩୧ା୧(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁପ୍ତ ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ହେଲେ ଏଭଳି ସମୟରେ ରାୟଗଡ଼ା ଜିଲାରେ ରାଜ୍ୟ ବାହାରୁ ଏକ ଯୁବଗୋଷ୍ଠୀ ଆସି ଜିଲାରୁ ଭୋଟରଙ୍କ ମତାମତ ସଂଗ୍ରହ କରୁଥିବା ସୋମବାର ଦେଖିବାକୁ ମିଳିଛି। ଭୋଟର କାହାକୁ ଭୋଟ ଦେବେ ଓ କିଏ ଲୋକପ୍ରିୟ ନେତା ଏଭଳି ପ୍ରଶ୍ନ ପଚାରି ମତାମତ ନେଉଛନ୍ତି। ଏମିତିକି କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ କହୁଥିବା କେତେଜଣ ବ୍ୟକ୍ତି ଅଭିଯୋଗ କରିଛନ୍ତି। ତେବେ ଲୋକଙ୍କ ଠାରୁ ମୋବାଇଲ ମାଗିନେଇ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକଶ ପାଇଛି।
ରାୟଗଡ଼ା ତହସିଲ ଅଫିସ ଛକ ନିକଟସ୍ଥ ଫ୍ଲାଏଓଭର ପାର୍ଶ୍ୱରେ କେତେଜଣ ଯୁବତୀ ଯୁବକ ଛିଡ଼ା ହୋଇ ଏହି ରାସ୍ତାରେ ଯାତାୟାତ କରୁଥିବ ଲୋକଙ୍କୁ ଅଟକାଇ ମତାମତ ସଂଗ୍ରହ କରୁଥିଲେ। ସେମାନେ ହିନ୍ଦି ଭାଷାରେ କଥା ହେଉଥିଲେ। ସ୍ଥାନୀୟ କେତେଜଣ ଗଣମାଧ୍ୟମ ପ୍ରତିନିଧି ଏହା ଦେଖି ପଚାରିବାରୁ ଯୁବତୀ ଯୁବକ ମାନେ ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନଙ୍କ କହିବା ହେଲା, ସଂସ୍ଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭୋଟରଙ୍କ ମତାମତ ସଂଗ୍ରହ ପାଇଁ ସେମାନେ ଆସିଥିବା କହିଥିଲେ। ୧୫ଜଣିଆ ଟିମ୍‌ ଆସିଥିବାବେଳେ ଏଥିରେ ୧୦ ଯୁବତୀ ଏବଂ ୫ ଯୁବକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ୭ଜଣ ଓଡ଼ିଶାର ବୋଲି କହିଛନ୍ତି। ଟିମ୍‌ର ପ୍ରତ୍ୟେକ କର୍ମଚାରୀ ଏକ ଘରୋଇ ସଂସ୍ଥାର ପରିଚୟ ପତ୍ର ଧରିଥିବା ମଧ୍ୟ ଦେଖିବାକୁ ମିଳିଛି। ଟିମ୍‌ର ନେତୃତ୍ୱ ନେଇଥିବା ଆକାଂକ୍ଷା ଠାକୁରଙ୍କୁ ଏ ନେଇ ପଚାରିବାରୁ ସେମାନେ ‘ହ୍ୟୁମାନ୍‌ ଟଚ୍‌’ ସଂସ୍ଥା ପକ୍ଷରୁ ଆସିଥିବା କହିଛନ୍ତି। ଭୁବନେଶ୍ୱର ଠାରେ ନୂତନ କାର୍ଯ୍ୟାଳୟ ମଧ୍ୟ ଖୋଲିଥିବା ସେ କହିଛନ୍ତି। ଓଡ଼ିଶାରେ କିଏ ଲୋକପ୍ରିୟ ନେତା ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ସେ ନେଇ ମତାମତ ସଂଗ୍ରହ କରିବାକୁ ତାଙ୍କ ଅଫିସ ପକ୍ଷରୁ କାର୍ଯ୍ୟ ଦିଆଯାଇଥିବା ଆକାଂକ୍ଷା ପ୍ରକାଶ କରିଛନ୍ତି ା ହେଲେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ କହିବା ଅନୁଯାୟୀ, ସେମାନେ ସିଧାସଳଖ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କିଏ ପସନ୍ଦ ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ବୋଲି ପଚରୁଛନ୍ତି। ଏହାର ଉତ୍ତର ନ ଦେଲେ ମଧ୍ୟ କର୍ମଚାରୀମାନେ କହିବାକୁ ବାଧ୍ୟ କରୁଥିବା ପ୍ରକାଶ କରିଛନ୍ତି। ସଂସ୍ଥାର କର୍ମଚାରୀମାନେ ଜିଲାର ସମସ୍ତ ବ୍ଲକର ଗ୍ରାମାଞ୍ଚଳକୁ ଯାଇ ଭୋଟରଙ୍କ ମତାମତ ନେବା ସହ ମୋବାଇଲ ମାଗି ସେଥିରେ କିଛି କରୁଥିବା ଅଭିଯୋଗ ହୋଇଛି। ତେଣୁ ଏମାନେ ପ୍ରକୃତରେ ସର୍ଭେ କରିବାକୁ ଆସିଛନ୍ତି ନାଁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ସୂଚନା ଦେବା ପରେ ପୋଲିସ ସେମାନଙ୍କୁ ଖୋଜୁଥିବା ରାୟଗଡ଼ା ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri