ଦୁଇଗୁଣା ଟୋଲ୍‌ ଫି, ଶ୍ରଦ୍ଧାଳୁଙ୍କୁ ଶୋଷଣ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଶ୍ରାବଣ ମାସରେ ଜଳଲାଗି ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କଠାରୁ ଦୁଇଗୁଣା ଟୋଲ୍‌ ଫି ଆଦାୟ କରାଯାଉଛି। ଏପରି କି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକରେ କରାଯାଇଥିବା ନିଷ୍ପତ୍ତିକୁ ଟୋଲଗେଟ୍‌ ନିଲାମଧାରୀ ସମ୍ପୂର୍ଣ୍ଣ ଭାବେ ବେଖାତିର କରି ଶ୍ରଦ୍ଧାଳୁମାନଙ୍କୁ ଏପରି ଶୋଷଣ କରୁଥିବାରୁ କାଉଡ଼ିଆମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦେବୋତ୍ତର ବିଭାଗର ରସିଦ ବହିରେ ଉକ୍ତ ବର୍ଦ୍ଧିତ ଟୋଲ୍‌ ଫି ସମ୍ପର୍କରେ ସ୍ପଷ୍ଟ ଭାବେ ନିଲାମଧାରୀ ଉଲ୍ଲେଖ କରୁଥିଲେ ମଧ୍ୟ ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଜାଣି ଅଜଣା ରହିବା ଶ୍ରଦ୍ଧାଳୁମାନଙ୍କୁ ନିରାଶ କରିଛି। ରସିଦ ମାଧ୍ୟମରେ କାହା ସ୍ବାର୍ଥରେ ଏହି ବର୍ଦ୍ଧିତ ଫି ଆଦାୟ କରାଯାଉଛି ସେ ନେଇ ତଦନ୍ତ କରିବାକୁ ଦାବି ହେଉଥିବା ବେଳେ ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ପୂର୍ବତନ ବିଧାୟକ ନବୀନ ନନ୍ଦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଢେଙ୍କାନାଳ ଜିଲାପାଳ ଓ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୋଷଣର ଶିକାର ହୋଇଥିବା କେତେଜଣ ଶ୍ରଦ୍ଧାଳୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଶାସନ ସଚିବଙ୍କୁ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି।
ପୂର୍ବତନ ବିଧାୟକ ନନ୍ଦ ଅଭିଯୋଗ କରିଛନ୍ତି ଯେ, ଶ୍ରାବଣ ମାସରେ କପିଳାସରେ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏଥିରେ ବାଇକ୍‌ ପିଛା ୨୦ ଟଙ୍କା, ଚାରିଚକିଆ ଯାନ ପାଇଁ ୫୦ ଟଙ୍କା ଏବଂ ଟ୍ରକ୍‌, ବସ୍‌ ଆଦି ଗାଡ଼ି ପିଛା ୧୦୦ ଟଙ୍କା ଲେଖାଏ ଟୋଲ୍‌ଗେଟ୍‌ରେ ଆଦାୟ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ଟୋଲ୍‌ଗେଟ୍‌ ନିଲାମଧାରୀ ସମ୍ପୂର୍ଣ୍ଣ ଭାବେ ବେଖାତିର କରି ଗାଡ଼ିଗୁଡ଼ିକରୁ ୧୫୦, ୨୦୦ ଏବଂ ୩୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି। ବେଆଇନ ଭାବେ ଆଦାୟ ହେଉଥିବା ଏହି ଅତ୍ୟଧିକ ଅର୍ଥ କାହା ପକେଟକୁ ଯାଉଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ପ୍ରତିବାଦ କଲେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏଣେ ପୀଠ, ପାହାଡ଼କୁ ପରିଷ୍କାର ପରିଚ୍ଛନ୍ନ କରାଯାଉନାହିଁ। ଶ୍ରଦ୍ଧାଳୁଙ୍କ ବିଶ୍ରାମ ପାଇଁ କୌଣସି ଜାଗା ନାହିଁ। ରାଜ୍ୟ ସରକାର କପିଳାସ ପୀଠର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଟୋଲଗେଟ୍‌ ନିଲାମଧାରୀଙ୍କ ସହ ମିଶି ଦେବୋତ୍ତର ବିଭାଗର କେତେଜଣ କର୍ମଚାରୀ ଶ୍ରଦ୍ଧାଳୁମାନଙ୍କୁ ଶୋଷଣ କରିବା ଏହି ଶୈବପୀଠର ସୁନାମରେ ଆଞ୍ଚ ଆଣୁଛି। ଏହା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମନକୁ ଆଘାତ ପହଞ୍ଚାଉଛି। ଜିଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କହିଛନ୍ତି, ଅଭିଯୋଗ ଏବଂ ଟୁଇଟ୍‌ ବିଷୟରେ ଅବଗତ ଅଛି। ଘଟଣାର ତଦନ୍ତ କରି ସମାଧାନ କରାଯିବ। ଏ ନେଇ ରିପୋର୍ଟ ଦେବାକୁ ଅତିରିକ୍ତ ଦେବୋତ୍ତର ଅଧିକାରୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri