Posted inଖେଳ

ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ

ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍‌ (୬୧ କିଲୋଗ୍ରାମ୍‌ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପିଂ ପାଇଁ ସନ୍‌ଙ୍କ ବ୍ୟତୀତ ଦେଶର ଅନ୍ୟ ୫ଜଣ ବାସନ୍ଦ ହୋଇଛନ୍ତି। କାଜାଖସ୍ତାନର ଡୋପିଂ ବିରୋଧୀ କର୍ତ୍ତୃପକ୍ଷ ଏହି ୬ଜଣ ଭାରୋତ୍ତୋଳକ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା କଥା ୨୦୨୨ରେ ପ୍ରଥମେ ରିପୋର୍ଟ କରିଥିଲେ। ଡୋପିଂ ଅଭିଯୋଗରେ ସନ୍‌ ଦ୍ୱିତୀୟ ଥର ବାସନ୍ଦ ଦଣ୍ଡ ପାଇଛନ୍ତି। ପୂର୍ବରୁ ୨୦୧୫ରେ ତାଙ୍କୁ ୭ ମାସ ବାସନ୍ଦ କରାଯାଇଥିଲା। ତାଙ୍କଠାରୁ କିନ୍ତୁ ଅଲିମ୍ପିକ ପଦକ ପ୍ରତ୍ୟାହାର କରାଯିବ ନାହିଁ। କାରଣ ସନ୍‌ ଅଂଶଗ୍ରହଣ କରିଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକର ୬ମାସ ପୂର୍ବରୁ ପ୍ରତିଯୋଗିତା ବାହାରେ ଡୋପ୍‌ ଟେଷ୍ଟ ହୋଇଥିଲା ବୋଲି କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘର ସାଧାରଣ ସମ୍ପାଦକ ଅଲ୍‌ଦିୟାର ନୁରାଲିନୋଭ ପ୍ରକାଶ କରିଛନ୍ତି। ଏଲିଟ୍‌ ସ୍ତରରେ ଡୋପିଂକୁ ନେଇ କାଜାଖସ୍ତାନର ଏକ ଲମ୍ବା ଇତିହାସ ରହିଛି। ବିଭିନ୍ନ କ୍ଷେତ୍ରରେ ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ପାଇଁ ଦେଶର କେତେଜଣ ପ୍ରତିଯୋଗୀଙ୍କୁ ୨୦୦୮, ୨୦୧୨ ଓ ୨୦୧୬ ଅଲିମ୍ପିକ୍ସ ପଦକ ହରାଇବାକୁ ପଡ଼ିଛି। ନୁରାଲିନୋଭ କହିଛନ୍ତି, ଏଥର କିନ୍ତୁ ତାହା ଘଟିବ ନାହିଁ, କାରଣ ସନ୍‌ ଏବଂ ଅନ୍ୟ ଆଥଲେଟମାନଙ୍କର କାଜାଖସ୍ତାନ ଭିତରେ ଜାତୀୟସ୍ତର ଟେଷ୍ଟ ହୋଇଥିଲା, କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ନେଇ କଂଗ୍ରେସର ରାଜନୀତି ପ୍ରବାସୀ ଭାରତୀୟଙ୍କ ପାଇଁ ବିପଦ: ମୋଦି

ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି…

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.) ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri