Posted inଖେଳ

ସୁନୀଲ ଛେତ୍ରୀଙ୍କ ଲାଗି ଦ୍ୱାର ଖୋଲା ଅଛି: ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ,୧୭ା୮: ଆସନ୍ତା ମାସରେ ହେବାକୁ ଥିବା କାଫା ନେଶନ୍ସ କପ୍‌ ନ୍ୟାଶନାଲ କ୍ୟାମ୍ପ ଲାଗି ଘୋଷିତ ୩୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରୁ ଭେଟେରାନ ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କୁ ବାଦ୍‌ ଦିଆଯାଇଥିଲା। ଏ ସମ୍ପର୍କରେ ନବନିଯୁକ୍ତ ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଖାଲିଦ ଜମିଲ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି।
କ୍ୟାମ୍ପରେ ସାମିଲ କରାଯାଇ ନାହିଁ। କାରଣ ଆମେ ଏକ ଏଭଳି ଟୁର୍ନାମେଣ୍ଟ ଖେଳିବାକୁ ଯାଉଛୁ, ଯାହାକି ଆମକୁ ଏସିଆନ୍‌ କପ୍‌ କ୍ୱାଲିଫାୟର୍ସ ଲାଗି ଉପଯୁକ୍ତ ପ୍ରସ୍ତୁତି ଯୋଗାଇବ। ମୁଁ ଏହି ଫିଫା ଓ୍ବିଣ୍ଡୋରେ କିଛି ନୂଆ ଖେଳାଳିଙ୍କୁ ଟ୍ରାଏ କରିବାକୁ ଚାହୁଁଛି। ମୁଁ ଏ ସମ୍ପର୍କରେ ଛେତ୍ରୀଙ୍କ ସହ କଥା ହୋଇଥିଲି। ତାଙ୍କ ଭଳି ଖେଳାଳିଙ୍କୁ ଦଳରେ ପାଇବା ଖୁସିର ବିଷୟ।ତାଙ୍କ ଲାଗି ଜାତୀୟ ଦଳର ଦ୍ୱାର ସର୍ବଦା ଖୋଲା ଅଛି।

ସୁନୀଲ ଭାରତୀୟ ଫୁଟ୍‌ବଲର କିମ୍ବଦନ୍ତୀ। ମୁଁ ତାଙ୍କ ନେତୃତ୍ୱରେ ଖେଳିଛି। ମୁଁ ଅନେକ ଥର ତାଙ୍କ ଖେଳ ଦେଖିଛି। ସେ ମୋର ଅନ୍ୟତମ ଫେଭରାଇଟ୍‌ ଖେଳାଳି। ସେ ଭାରତୀୟ ଫୁଟ୍‌ବଲ ପାଇଁ ଜଣେ ରୋଲ ମଡେଲ’ ବୋଲି ଜମିଲ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କହିଛନ୍ତି।

ଏହାର ଅର୍ଥ ସିଙ୍ଗାପୋର ବିପକ୍ଷରେ ଅକ୍ଟୋବର ୯ ଓ ୧୪ ତାରିଖରେ ଖେଳାଯିବାକୁ ଥିବା ଏସିଆନ୍‌ କପ୍‌ କ୍ୱାଲିଫାଇଂ ମ୍ୟାଚ୍‌ରେ ଛେତ୍ରୀ ଖେଳିବେ। ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କାଫା ନେଶନ୍ସ କପ୍‌ ଲାଗି ଭାରତ ଗ୍ରୁପ୍‌-ବି’ରେ ସ୍ଥାନ ପାଇଛି। ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଯଥାକ୍ରମେ ସହ ଆୟୋଜକ ତାଜିକ୍‌ସ୍ତାନ (ଅଗଷ୍ଟ ୨୯), ଇରାନ (ସେପ୍ଟେମ୍ବର ୧) ଓ ଆଫଗାନିସ୍ତାନ (ସେପ୍ଟେମ୍ବର ୪)କୁ ଭେଟିବ। ସେପ୍ଟେମ୍ବର ୮ ତାରିଖରେ ତାସ୍କେଣ୍ଟ(ଉଜବେକିସ୍ତାନ)ଠାରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?