ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ ଅଫିସରେ ହେଉଥାଏ। କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚି ଦେଖେ ତ ସ୍ଥିରୀକୃତ କାର୍ଯ୍ୟ ପାଇଁ ଏକ ଲମ୍ବା ଧାଡ଼ି ଲୋକମାନେ କରିଚାଲିଛନ୍ତି। ମୁଁ ନିଜେ ଲାଇନରେ ଠିଆ ହୋଇଗଲି। ଲାଇନରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ବରିଷ୍ଠ ନାଗରିକ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲି। ଖରାରେ ଧାଡ଼ିରେ ସେମାନେ ଅପେକ୍ଷା କରିଥିବାର ଦେଖି ମୋତେ ଖୁବ୍‌ କଷ୍ଟ ଲାଗିଲା। ବରିଷ୍ଠ ନାଗରିକ ମଧ୍ୟରୁ ଜଣେ ହୃଦ୍‌ରୋଗୀ ଥିଲେ, ଧାଡ଼ିରେ ଠିଆ ହୋଇଥିବା ସମୟରେ ଭଦ୍ରବ୍ୟକ୍ତି ଜଣକ କିଛି ସମୟ ତଳେ ପଡ଼ି ବେହୋସ ହେବାର ଦୃଶ୍ୟମାନ ହେଲା। ସଙ୍ଗେ ସଙ୍ଗେ ତାଙ୍କ ମୁହଁରେ ପାଣି ଛାଟିଲା ଫଳରେ ଚେତା ଫେରିଆସିଲା। ତା’ପରେ ବରିଷ୍ଠ ନାଗରିକ ଜଣଙ୍କୁ ଏକ ଖାଲି ପଡ଼ିଥିବା ଚେୟାରରେ ବସେଇ ଦେଲି। ଜଣେ, ଦୁଇଜଣ ମହିଳା ବରିଷ୍ଠ ନାଗରିକ ମଧ୍ୟ ଲାଇନରେ ଥା’ନ୍ତି। ମଝିରେ ମଝିରେ କିଛି ଯୁବା ଓ ପ୍ରୌଢ଼ ଶ୍ରେଣୀର ଲୋକ ପାଟିତୁଣ୍ଡ କରିବାରେ ଏବଂ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଗାଳି କରିବାରେ ମଜ୍ଜି ଯାଉଥିଲେ। କାରଣ ଦରକାରଠାରୁ କମ୍‌ ଷ୍ଟାଫ୍‌ମାନଙ୍କୁ ନେଇ କାମ ଚାଲିଥାଏ। ଇତିମଧ୍ୟରେ ମୁଁ ବରିଷ୍ଠ ନାଗରିକ ମହିଳା ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ ଆଗ ଛାଡ଼ି ଦେବା ପାଇଁ ନିୟୋଜିତ ଅଧିକାରୀଙ୍କୁ ଅନୁରୋଧ କିଲି। ମାତ୍ର କିଛି ଫଳ ମିଳିଲା ନାହିଁ। କିଛି ସମୟ ପରେ ଜଣେ ଅଧିକାରୀ ଆସି ଖୁବ୍‌ ଜୋରରେ ପାଟିକରି କହିଲେ, ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି। ‘ବହୁତ ଶୀଘ୍ର ଆପଣମାନଙ୍କ କାମ ହୋଇଯିବ।’ ଅଧିକାରୀ ମହାଶୟଙ୍କ ଏପରି କଡ଼ା କଥା ଶୁଣି ଲୋକେ ପୂରା ନୀରବ ହୋଇଗଲେ। ତା’ପରେ ଅଧିକାରୀ ଜଣକ ନିଜେ ବାହାରକୁ ଆସି ତିନୋଟି ପୃଥକ୍‌ ଧାଡ଼ି କରିବା ପାଇଁ ଆହ୍ବାନ କଲେ। ପ୍ରଥମ ଧାଡ଼ି ବରିଷ୍ଠ ନାଗରିକ ଓ ଶାରୀରିକ ଅକ୍ଷମଙ୍କ ପାଇଁ, ଦ୍ୱିତୀୟଟି ମହିଳା ଏବଂ ତୃତୀୟଟି ଅନ୍ୟମାନଙ୍କ ପାଇଁ। ତା’ପରେ ସୁରୁଖୁରୁରେ କାମ ଆରମ୍ଭ ହେଲା। ପାଠକେ, ପ୍ରକୃତରେ ‘ବ୍ୟସ୍ତ ହୁଅନ୍ତୁନି ମୁଁ ଅଛି’ ଉଚ୍ଚସ୍ବରରେ ଉଚ୍ଚାରଣଟି ଲୋକଙ୍କ ମନରେ ଆଚରଣର ପରିବର୍ତ୍ତନ ନେଇଆସିଲା।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏ ପ୍ରକାର ଆଶ୍ୱାସନାର ବାଣୀ ସାଧାରଣ ଲୋକଙ୍କ ମନରେ ଆନନ୍ଦ, ଖୁସି ଓ ଶାନ୍ତି ଆଣି ଦେଇଥାଏ। ବିଶେଷତଃ ବରିଷ୍ଠ ନାଗରିକ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପ୍ରତି ଆମେମାନେ ସହାନୁଭୂତି ସହିତ ସମ୍ବେଦନଶୀଳ ହେବା ଦରକାର। ଯନତ୍ ସହକାରେ ସେମାନଙ୍କର କାର୍ଯ୍ୟ ସମ୍ପନ୍ନ କରିଦେବା ଉଚିତ। ସେମାନଙ୍କୁ ମାନସିକ ଆଘାତ ଦେଲାଭଳି କଥା କହିବା ଉଚିତ ନୁହେଁ ଏବଂ ତତ୍‌ସଙ୍ଗେ ସେମାନଙ୍କର ସମ୍ମାନ ଉପରେ ଆମେମାନେ ଧ୍ୟାନ ଦେବା ଉଚିତ। କାରଣ ବରିଷ୍ଠ ନାଗରିକମାନେ ଦେଶରେ ହିତ ପାଇଁ ନିଜର ଜ୍ଞାନ, ଅଭିଜ୍ଞତା ଏବଂ କଠିନ ପରିଶ୍ରମର ଅବଦାନ ଚିରସ୍ମରଣୀୟ। ବରିଷ୍ଠ ନାଗରିକମାନଙ୍କର ଶାରୀରିକ ସ୍ବାସ୍ଥ୍ୟ, ମାନସିକ ଅବସ୍ଥା ଏବଂ ବୟସାନୁଭିତ୍ତିକ ଭାବପ୍ରବଣତାକୁ ସହାନୁଭୂତି ନ ଦେଖାଇ ସମାନୁଭୂତି ପ୍ରଦର୍ଶନ କରିବା ଉଚିତ, ଯାହାଦ୍ୱାରା ସେମାନେ ସମ୍ଭବ୍ୟ ବ୍ୟକ୍ତିତ୍ୱ, ବୁଦ୍ଧିଗତ ଅକ୍ଷମତା ଓ ଶାରୀରିକ ଅସୁସ୍ଥତା ଇତ୍ୟାଦିର ଶିକାର ହୋଇପାରିବେ ନାହିଁ। ସେମାନଙ୍କ ସହିତ କିଛି ସମୟ ବିତେଇବା ଦରକାର, ଯାହାଫଳରେ ବରିଷ୍ଠମାନେ ବୁଝିପାରିବେ ଯେ ଲୋକେ ସେମାନଙ୍କୁ ଭଲ ପାଆନ୍ତି ଏବଂ ପରିଣତ ଜୀବନର ମୂଲ୍ୟ ଦେଇପାରୁଛନ୍ତି। ସଦାବେଳେ ବରିଷ୍ଠମାନଙ୍କୁ ଖାଇବା, ବୁଲିବା, ଖେଳିବାରେ ସ୍ବାଧୀନତା ଦେବା ସଙ୍ଗେ ସଙ୍ଗେ ପ୍ରଥମେ ସେମାନଙ୍କର ପସନ୍ଦକୁ ସମ୍ମାନ ଦେବା ଉଚିତ। ସଂଘ ମାଧ୍ୟମରେ ସେମାନଙ୍କୁ ବହି ପଢ଼ିବା ପାଇଁ ଦେବା, ସୁନ୍ଦର ଭ୍ରମଣ ସ୍ଥାନମାନ ବୁଲେଇନେବା ଇତ୍ୟାଦିରେ ପ୍ରୋତ୍ସାହନ ଦିଆଯିବା ଉଚିତ।
ଠିକ୍‌ ସେହିପରି ଶାରୀରିକ ଅକ୍ଷମ ବ୍ୟକ୍ତି, ବିକଳାଙ୍ଗ ଲୋକମାନଙ୍କୁ ମଧ୍ୟ ସହାନୁଭୂତି ପ୍ରଦର୍ଶନ ଅନିବାର୍ଯ୍ୟ। ସେମାନଙ୍କ ମାନସିକ ସ୍ଥିତି ଓ ଭାବପ୍ରବଣତାକୁ ଆଘାତ ଦେବା ଉଚିତ ନୁହେଁ। ସେମାନଙ୍କର କୌଣସି କାର୍ଯ୍ୟାଳୟରେ କିଛି କାମ ଥିଲେ, ତାହା ତୁରନ୍ତ ପ୍ରାଥମିକତା ଦେଇ ସମ୍ପାଦନ କରିଦେବା ଆବଶ୍ୟକ। ତୃତୀୟତଃ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷ ହେଉ ବା କୌଣସି ସଂଗଠନ ହେଉ, ଉଭୟେ ଆଗଭର ହୋଇ ବାହାରି ଆସିବା ଉଚିତ। ଫଳରେ ଅସହାୟ ଲୋକଟିର ମନରେ ବଞ୍ଚିବାର ପ୍ରୟାସ ଓ ଉତ୍ସାହ ଜନ୍ମିବାକୁ ଲାଗିବ। ଶେଷରେ ‘ବ୍ୟସ୍ତ ହୁଅନ୍ତନି, ମୁଁ ଅଛି’ର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିପାରିବା ଯଦି ଆମେ ଉପରୋକ୍ତ ଧାରା ଅନୁସାରେ ବରିଷ୍ଠ ନାଗରିକ, ଅସହାୟ ବୃଦ୍ଧଲୋକ, ଦିବ୍ୟାଙ୍ଗଙ୍କ ହୃଦୟ ଓ ମନକୁ ଜିଣି ସେମାନଙ୍କ ଉନ୍ନତି ପାଇଁ କିଛି କରିପାରିବା।

ଯଚିଦାନନ୍ଦ ଦାଶ
ସିଡିଏ, କଟକ
ମୋ: ୭୦୦୮୬୫୦୬୯୩

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri