ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇପାରିଛି। ଜିଲାର କେତୋଟି ପୂରାତନ ଦେବଦେବୀ ପୀଠ, ଜଳପ୍ରପାତ, ଡ୍ୟାମ୍‌ ଏବେ ବି ଲୋକ ଲୋଚନକୁ ଆସିପାରି ନାହିଁ। ଏପରି କି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା କେତେକ ସ୍ଥାନକୁ ଭଲ ରାସ୍ତାଟିଏ ନିର୍ମାଣ କରାଯାଇପାରି ନାହିଁ। ଜିଲାରେ ଅର୍ଥର ଅଭାବ ନ ଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ଏଠାରେ ଆଗେଇପାରୁ ନାହିଁ। ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବ ଏବଂ ସୁଯୋଗର ସଦୁପଯୋଗ କରାଯାଇ ନ ପାରିବା ଏହାର କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜୈବ ବିବିଧତାପୂର୍ଣ୍ଣ ସାତକୋଶିଆକୁ ଅନୁଗୋଳ ଜିଲା ପର୍ଯ୍ୟଟନର ମେରୁଦଣ୍ଡ ବୋଲି କୁହାଯାଉଛି। ଏଥିସହ ତାଳଚେରର ଅଗ୍ନିରୂପା ମା’ ହିଙ୍ଗୁଳା ପୀଠ, ରେଙ୍ଗାଳି, ଡେରଜେଙ୍ଗ ଜଳଭଣ୍ଡାର, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀ, ପାତ୍ରପଡ଼ାର ମା’ ବାୟାଣୀ ପୀଠ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, କୋଶାଳାର ମା’ ରାମଚଣ୍ଡୀ ପୀଠ, କୁକୁଡ଼ାଙ୍ଗର ନାରାୟଣ ସେବାଶ୍ରମ, ଲୋଭୀ ଠାକୁରାଣୀ, କଣିହଁାର ଭୀମକୁଣ୍ଡ ଓ ମନ୍ଦରଗିରି ଜିଲା ପର୍ଯ୍ୟଟନର ଗୁରୁତ୍ୱ ବହନ କରୁଛି। ପାଲଲହଡ଼ାର ଖୁଲୁଡ଼ି ଜଳ ପ୍ରପାତ ମଧ୍ୟ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। କିନ୍ତୁ ଏହାକୁ ବାଦ୍‌ ଦେଲେ ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଏବେ ମଧ୍ୟ ଲୁକ୍କାୟିତ ହୋଇରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ପାଲଲହଡ଼ାର ସାନଚିଲିକା। ଏହି ସ୍ଥାନ ଏଯାଏ ଲୋକଲୋଚନକୁ ଆସିପାରି ନ ଥିଲେ ମଧ୍ୟ ଗତ କିଛିଦିନ ତଳେ ପାଲଲଲଡ଼ା ଗସ୍ତରେ ଯାଇଥିବା ଅନୁଗୋଳ ଜିଲାପାଳ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିପରି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ମା’ ହିଙ୍ଗୁଳାଙ୍କ ପୀଠ, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀକୁ ଗମନଗମନର ଭଲ ସୁଯୋଗ ସୃଷ୍ଟି କରାଯାଇପାରି ନାହିଁ। ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ଦେଉଳଝରୀ ଓ ବିନିକେୟୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ବର୍ଷ ବର୍ଷର ଏହି ସମସ୍ୟା ପ୍ରତି ପ୍ରଶାସନ ଯେପରି ଦୃଷ୍ଟି ଦେବା କଥା ତାହା ହୋଇପାରି ନାହିଁ। ତେବେ ବିଳମ୍ବରେ ହେଲେ ବି ଅନୁଗୋଳ ଜିଲାପାଳ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ବିଭିନ୍ନ ଉପଖଣ୍ଡ ଓ ବ୍ଲକ ପରିଭ୍ରମଣ ବେଳେ ସେଠାକାର ପର୍ଯ୍ୟଟନ ସୁଯୋଗର ଅନୁଧ୍ୟାନ କରିଛନ୍ତି। ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହ ଏକ ଟିମ୍‌ ମଧ୍ୟ ଗଢ଼ିଥିବା ସୂଚନା ମିଳିଛି।
ଚିହ୍ନଟ ଓ ଉନ୍ନୟନ ପାଇଁ ବୈଠକ
ଅନୁଗୋଳ ଅଫିସ: ଅନୁଗୋଳ ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ପାଇଁ ଗୁରୁବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ପର୍ଯ୍ୟଟନ ପୁସ୍ତିକା ପ୍ରସ୍ତୁତ ସହ ସପ୍ତାହକ ମଧ୍ୟରେ ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ଭିଡିଓ ଚିତ୍ର ପ୍ରସ୍ତୁତ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରଚୀନ ବାଜି ରାଉତ ଛାତ୍ରାବାସ ଓ ତାଳଚେର ରାଜପ୍ରସାଦକୁ ଐତିହସ୍ଥଳୀର ମାନ୍ୟତା ପାଇଁ ପଦକ୍ଷେପ ନିଆଯିବ। ଅନୁଗୋଳର ପ୍ରବେଶ ପଥରେ ଏକ ଅତ୍ୟାଧୁନିକ ଗେଟ୍‌ କରାଯିବ। ଇକୋ ପାର୍କର ସୌନ୍ଦର୍ଯ୍ୟକରଣ, ଅନୁଗୋଳରେ ଏକ ଅନ୍ତର୍ଜାତୀୟସ୍ତରର ପାଠାଗାର ଓ ତାଳଚେରରେ କଳାହୀରା ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ତାଳଚେର ରାଣୀ ପାର୍କର ଉନ୍ନତୀକରଣ ପାଇଁ ଏମ୍‌ସିଏଲ୍‌ ପାଣ୍ଠି ମଞ୍ଜୁର କରିଛି। ସେହିପରି ରାସ୍ତାର ଉନ୍ନତୀକରଣ ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ରହିବାର ବ୍ୟବସ୍ଥା କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଏବଂ ଜିଲାର ଅନ୍ୟ ବିଧାୟକମାନଙ୍କ ପ୍ରତିନିଧି ଯୋଗଦେଇ ନିଜ ଅଞ୍ଚଳର ପର୍ଯ୍ୟଟନୀସ୍ଥଳୀ ସମ୍ପର୍କରେ ଅବଗତ କରିଥିଲେ। ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ.ପି, ପିଡି ଦିଲୀପ କୁମାର ସାହୁ, ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା ଓ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାଏ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍ୟମ କରୁନି ଜିଲା ପ୍ରଶାସନ
ଅନୁଗୋଳ ଜିଲାରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ। ହେଲେ ଏହାର ଉନ୍ନତି ଦିଗରେ ପ୍ରଶାସନ ଉଦ୍ୟମ କରୁନାହିଁ। ସେଥିପାଇଁ ବହୁ ପର୍ଯ୍ୟଟନସ୍ଥଳୀ ଏଯାଏ ଲୋକ ଲୋଚନକୁ ଆସିପାରିନାହିଁ। ଯେଉଁ କେତୋଟିକୁ ସରକାରୀ ମାନ୍ୟତା ମିଳିଛି ସେଠାକୁ ଯାତାୟାତର ସେପରି ସୁବିଧା କରାଯାଉନି।
-ପ୍ରତାପ ମହାପାତ୍ର, ଅନୁଗୋଳ
ଭାଗ୍ୟ ବଦଳି ପାରନ୍ତା
ପାଲଲହଡ଼ା ବ୍ଲକର କେବଳ ଖୁଲୁଡ଼ିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଏହି ବ୍ଲକରେ ସାନ ଚିଲିକା, ଗର୍ଜନଖୋଳ ଜଳପ୍ରପାତ, ସମଲ ଜଳପ୍ରପାତ ରହିଛି। କିନ୍ତୁ ଏସବୁ ସମ୍ପର୍କରେ ବାହାର ଲୋକେ ଜାଣିପାରୁ ନାହାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିପାରନ୍ତା।
-ରମାକାନ୍ତ ତ୍ରିପାଠୀ, ପାଲଲହଡ଼ା
ଟୁରିଜମ୍‌ ସେଣ୍ଟର କରାଯାଉ
ଆଠମଲ୍ଲିକ ବ୍ଲକରେ ବିନକେୟୀ, ଦେଉଳଝରୀ, ମାନଜୋର, ସୁରେଶ୍ୱରୀ ଜଳପ୍ରପାତ ରହିଛି। ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କିଛିଟା ବିକାଶ କାର୍ଯ୍ୟ ହୋଇଛି। କିନ୍ତୁ ମହାନଦୀ ନିକଟରେ ଥିବା ଏହି ପର୍ଯ୍ୟଟନସ୍ଥଳୀକୁ ମିଶାଯାଇ ଏକ ଟୁରିଜମ୍‌ ସେଣ୍ଟର କରାଯାଇପାରିଲେ ଅଧିକ ପର୍ଯ୍ୟଟକ ଆସିପାରନ୍ତେ।
-ମନୋଜ କୁମାର ମହାପାତ୍ର, ଆଠମଲ୍ଲିକ
ବିପୁଳ ସମ୍ଭାବନା ରହିଛି
ଶିଳ୍ପ ଜିଲା ଅନୁଗୋଳରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଛି। ନୂଆ ଜିଲାପାଳ ଏ ନେଇ ଦେଖାଇଥିବା ଆଗ୍ରହ ସ୍ବାଗତଯୋଗ୍ୟ। ତାଳଚେର ରାଜବାଟି, ରାଣୀ ପାର୍କ, ହିଙ୍ଗୁଳା ମନ୍ଦିରକୁ ଗମନାଗମନର ସୁବିଧା ଏବେ ବି ଅଧୁରା ରହିଛି। ପ୍ରଥମେ ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉ।
-ବଳରାମ୍‌ ପତି, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri