ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇପାରିଛି। ଜିଲାର କେତୋଟି ପୂରାତନ ଦେବଦେବୀ ପୀଠ, ଜଳପ୍ରପାତ, ଡ୍ୟାମ୍‌ ଏବେ ବି ଲୋକ ଲୋଚନକୁ ଆସିପାରି ନାହିଁ। ଏପରି କି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା କେତେକ ସ୍ଥାନକୁ ଭଲ ରାସ୍ତାଟିଏ ନିର୍ମାଣ କରାଯାଇପାରି ନାହିଁ। ଜିଲାରେ ଅର୍ଥର ଅଭାବ ନ ଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ଏଠାରେ ଆଗେଇପାରୁ ନାହିଁ। ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବ ଏବଂ ସୁଯୋଗର ସଦୁପଯୋଗ କରାଯାଇ ନ ପାରିବା ଏହାର କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜୈବ ବିବିଧତାପୂର୍ଣ୍ଣ ସାତକୋଶିଆକୁ ଅନୁଗୋଳ ଜିଲା ପର୍ଯ୍ୟଟନର ମେରୁଦଣ୍ଡ ବୋଲି କୁହାଯାଉଛି। ଏଥିସହ ତାଳଚେରର ଅଗ୍ନିରୂପା ମା’ ହିଙ୍ଗୁଳା ପୀଠ, ରେଙ୍ଗାଳି, ଡେରଜେଙ୍ଗ ଜଳଭଣ୍ଡାର, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀ, ପାତ୍ରପଡ଼ାର ମା’ ବାୟାଣୀ ପୀଠ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, କୋଶାଳାର ମା’ ରାମଚଣ୍ଡୀ ପୀଠ, କୁକୁଡ଼ାଙ୍ଗର ନାରାୟଣ ସେବାଶ୍ରମ, ଲୋଭୀ ଠାକୁରାଣୀ, କଣିହଁାର ଭୀମକୁଣ୍ଡ ଓ ମନ୍ଦରଗିରି ଜିଲା ପର୍ଯ୍ୟଟନର ଗୁରୁତ୍ୱ ବହନ କରୁଛି। ପାଲଲହଡ଼ାର ଖୁଲୁଡ଼ି ଜଳ ପ୍ରପାତ ମଧ୍ୟ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। କିନ୍ତୁ ଏହାକୁ ବାଦ୍‌ ଦେଲେ ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଏବେ ମଧ୍ୟ ଲୁକ୍କାୟିତ ହୋଇରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ପାଲଲହଡ଼ାର ସାନଚିଲିକା। ଏହି ସ୍ଥାନ ଏଯାଏ ଲୋକଲୋଚନକୁ ଆସିପାରି ନ ଥିଲେ ମଧ୍ୟ ଗତ କିଛିଦିନ ତଳେ ପାଲଲଲଡ଼ା ଗସ୍ତରେ ଯାଇଥିବା ଅନୁଗୋଳ ଜିଲାପାଳ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିପରି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ମା’ ହିଙ୍ଗୁଳାଙ୍କ ପୀଠ, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀକୁ ଗମନଗମନର ଭଲ ସୁଯୋଗ ସୃଷ୍ଟି କରାଯାଇପାରି ନାହିଁ। ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ଦେଉଳଝରୀ ଓ ବିନିକେୟୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ବର୍ଷ ବର୍ଷର ଏହି ସମସ୍ୟା ପ୍ରତି ପ୍ରଶାସନ ଯେପରି ଦୃଷ୍ଟି ଦେବା କଥା ତାହା ହୋଇପାରି ନାହିଁ। ତେବେ ବିଳମ୍ବରେ ହେଲେ ବି ଅନୁଗୋଳ ଜିଲାପାଳ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ବିଭିନ୍ନ ଉପଖଣ୍ଡ ଓ ବ୍ଲକ ପରିଭ୍ରମଣ ବେଳେ ସେଠାକାର ପର୍ଯ୍ୟଟନ ସୁଯୋଗର ଅନୁଧ୍ୟାନ କରିଛନ୍ତି। ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହ ଏକ ଟିମ୍‌ ମଧ୍ୟ ଗଢ଼ିଥିବା ସୂଚନା ମିଳିଛି।
ଚିହ୍ନଟ ଓ ଉନ୍ନୟନ ପାଇଁ ବୈଠକ
ଅନୁଗୋଳ ଅଫିସ: ଅନୁଗୋଳ ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ପାଇଁ ଗୁରୁବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ପର୍ଯ୍ୟଟନ ପୁସ୍ତିକା ପ୍ରସ୍ତୁତ ସହ ସପ୍ତାହକ ମଧ୍ୟରେ ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ଭିଡିଓ ଚିତ୍ର ପ୍ରସ୍ତୁତ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରଚୀନ ବାଜି ରାଉତ ଛାତ୍ରାବାସ ଓ ତାଳଚେର ରାଜପ୍ରସାଦକୁ ଐତିହସ୍ଥଳୀର ମାନ୍ୟତା ପାଇଁ ପଦକ୍ଷେପ ନିଆଯିବ। ଅନୁଗୋଳର ପ୍ରବେଶ ପଥରେ ଏକ ଅତ୍ୟାଧୁନିକ ଗେଟ୍‌ କରାଯିବ। ଇକୋ ପାର୍କର ସୌନ୍ଦର୍ଯ୍ୟକରଣ, ଅନୁଗୋଳରେ ଏକ ଅନ୍ତର୍ଜାତୀୟସ୍ତରର ପାଠାଗାର ଓ ତାଳଚେରରେ କଳାହୀରା ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ତାଳଚେର ରାଣୀ ପାର୍କର ଉନ୍ନତୀକରଣ ପାଇଁ ଏମ୍‌ସିଏଲ୍‌ ପାଣ୍ଠି ମଞ୍ଜୁର କରିଛି। ସେହିପରି ରାସ୍ତାର ଉନ୍ନତୀକରଣ ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ରହିବାର ବ୍ୟବସ୍ଥା କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଏବଂ ଜିଲାର ଅନ୍ୟ ବିଧାୟକମାନଙ୍କ ପ୍ରତିନିଧି ଯୋଗଦେଇ ନିଜ ଅଞ୍ଚଳର ପର୍ଯ୍ୟଟନୀସ୍ଥଳୀ ସମ୍ପର୍କରେ ଅବଗତ କରିଥିଲେ। ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ.ପି, ପିଡି ଦିଲୀପ କୁମାର ସାହୁ, ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା ଓ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାଏ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍ୟମ କରୁନି ଜିଲା ପ୍ରଶାସନ
ଅନୁଗୋଳ ଜିଲାରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ। ହେଲେ ଏହାର ଉନ୍ନତି ଦିଗରେ ପ୍ରଶାସନ ଉଦ୍ୟମ କରୁନାହିଁ। ସେଥିପାଇଁ ବହୁ ପର୍ଯ୍ୟଟନସ୍ଥଳୀ ଏଯାଏ ଲୋକ ଲୋଚନକୁ ଆସିପାରିନାହିଁ। ଯେଉଁ କେତୋଟିକୁ ସରକାରୀ ମାନ୍ୟତା ମିଳିଛି ସେଠାକୁ ଯାତାୟାତର ସେପରି ସୁବିଧା କରାଯାଉନି।
-ପ୍ରତାପ ମହାପାତ୍ର, ଅନୁଗୋଳ
ଭାଗ୍ୟ ବଦଳି ପାରନ୍ତା
ପାଲଲହଡ଼ା ବ୍ଲକର କେବଳ ଖୁଲୁଡ଼ିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଏହି ବ୍ଲକରେ ସାନ ଚିଲିକା, ଗର୍ଜନଖୋଳ ଜଳପ୍ରପାତ, ସମଲ ଜଳପ୍ରପାତ ରହିଛି। କିନ୍ତୁ ଏସବୁ ସମ୍ପର୍କରେ ବାହାର ଲୋକେ ଜାଣିପାରୁ ନାହାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିପାରନ୍ତା।
-ରମାକାନ୍ତ ତ୍ରିପାଠୀ, ପାଲଲହଡ଼ା
ଟୁରିଜମ୍‌ ସେଣ୍ଟର କରାଯାଉ
ଆଠମଲ୍ଲିକ ବ୍ଲକରେ ବିନକେୟୀ, ଦେଉଳଝରୀ, ମାନଜୋର, ସୁରେଶ୍ୱରୀ ଜଳପ୍ରପାତ ରହିଛି। ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କିଛିଟା ବିକାଶ କାର୍ଯ୍ୟ ହୋଇଛି। କିନ୍ତୁ ମହାନଦୀ ନିକଟରେ ଥିବା ଏହି ପର୍ଯ୍ୟଟନସ୍ଥଳୀକୁ ମିଶାଯାଇ ଏକ ଟୁରିଜମ୍‌ ସେଣ୍ଟର କରାଯାଇପାରିଲେ ଅଧିକ ପର୍ଯ୍ୟଟକ ଆସିପାରନ୍ତେ।
-ମନୋଜ କୁମାର ମହାପାତ୍ର, ଆଠମଲ୍ଲିକ
ବିପୁଳ ସମ୍ଭାବନା ରହିଛି
ଶିଳ୍ପ ଜିଲା ଅନୁଗୋଳରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଛି। ନୂଆ ଜିଲାପାଳ ଏ ନେଇ ଦେଖାଇଥିବା ଆଗ୍ରହ ସ୍ବାଗତଯୋଗ୍ୟ। ତାଳଚେର ରାଜବାଟି, ରାଣୀ ପାର୍କ, ହିଙ୍ଗୁଳା ମନ୍ଦିରକୁ ଗମନାଗମନର ସୁବିଧା ଏବେ ବି ଅଧୁରା ରହିଛି। ପ୍ରଥମେ ଏ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉ।
-ବଳରାମ୍‌ ପତି, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri