ବନ୍ଦ ନ ହେଉ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟ

ଯାଜପୁର ରୋଡ,୧୧ା୯(ଡି.ଏନ.ଏ.): ବ୍ୟାସସରୋବର ବିକାଶ କାର୍ଯ୍ୟ ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ର ରହିତାଦେଶକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏନ୍‌ଜିଟିରେ ଆବେଦନକାରୀଙ୍କୁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବିରୋଧ କରାଯାଇଛି। ଏହି ମର୍ମରେ ଶନିବାର ବ୍ୟାସନଗର ନୂଆମାର୍କେଟ ଚିଦାନନ୍ଦ ହଲ୍‌ଠାରେ କମିଟିର ସଭାପତି ହେମନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ଏଥିରେ କୁହାଯାଇଥିଲା ଯେ, ନାଗରିକ କମିଟିର ବାରମ୍ବାର ଦାବି ଫଳରେ ବ୍ୟାସସରୋବରକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ଓ ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ା ହେଲେ ସେହି କାମକୁ ବିରୋଧ କରାଯାଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି ା ଏହା ଠିକ୍‌ ନୁହେଁ, ପ୍ରଶାସନ ଏନ୍‌ଜିଟିରେ ଆଇନଗତ ସହାୟତା ପ୍ରଦାନ କରନ୍ତୁ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଉ ା ପ୍ରକୃତରେ ଯଦି କାହାର ଜମି ଯାଇଥାଏ ତାକୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ ବୋଲି ଉକ୍ତ ବୈଠକରେ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଜମି ଆଇନ ଅନୁସାରେ ପରିବର୍ତ୍ତନ କରି ଉକ୍ତ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର କରାଯାଇଛି। କେବଳ ଗ୍ରାମସଭାରେ କେତେକ ଅନିୟମିତତା ଦର୍ଶାଇ ଏନ୍‌ଜିଟିରେ ରିପୋର୍ଟ ଦାଖଲ ହେବାରୁ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଗ୍ରାମସଭାରେ ଅନିୟମିତତା ଅଭିଯୋଗ ଏକ ସଂଶୋଧନ କାର୍ଯ୍ୟ, ଏହା ବେଆଇନ ନୁହେଁ । ତେଣୁ ଏନ୍‌ଜିଟିର ଏହି ନିର୍ଦ୍ଦେଶ ପ୍ରତିବାଦରେ ଜିଲା ପ୍ରଶାସନ ଉପର କୋର୍ଟର ସହଯୋଗ ନେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ବେଆଇନ ଉତ୍ତୋଳନ ଉପରେ ଏନ୍‌ଜିଟି ୨୫ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ ଜିଲା ପ୍ରଶାସନ ତୁରନ୍ତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସେହିପରି ଏହି ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବରର ବିକାଶ ଅପରିହାର୍ଯ୍ୟ ଏବଂ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ହେବା ଉଚିତ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଏନ୍‌ଜିଟିରେ ନିର୍ଦ୍ଦେଶରେ ୨ ଦିନ ହେଲା ବ୍ୟାସସରୋବର ଉନ୍ନୟନ କାର୍ଯ୍ୟ ବନ୍ଦ ରହିବାରୁ ପ୍ରାୟ ଶତାଧିକ ଶ୍ରମିକ ସ୍ଥାନ ଛାଡି ଚାଲି ଯାଇଛନ୍ତି। ଏହାସହ ନିୟୋଜିତ ବିଭିନ୍ନ ମେଶିନଗୁଡିକୁ ସ୍ଥାନାନ୍ତର କରାଯାଇଛି। ଏବେ ବ୍ୟାସସରୋବର ଖାଁ ଖାଁ ଲାଗୁଛି। ବ୍ୟାସସରୋବର ଉପରେ ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଜଡିତ ରହିଥିବାରୁ ଏହାର ବିକାଶ ଅପରିହାର୍ଯ୍ୟ ବୋଲି ଦାବି କରାଯାଇଛି।

ବୈଠକରେ କମିଟିର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଦୁଷ୍ମନ୍ତ କୁମାର ନାୟକ, ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ସଦାଶିବ ଦାଶ, ହୃଷିକେଶ ସାହୁ, ଚନ୍ଦ୍ରମଣି ସାମଲ, ପଦ୍ମନାଭ ସ୍ବାଇଁ, ମହେଶ କୁମାର ଧଳ, ନାରାୟଣ ପ୍ରସାଦ ପତି, ନିତ୍ୟାନନ୍ଦ ମହାଳିକ, ରଜତ କୁମାର ରାଉତ, ମଦନ ମୋହନ ଜେନା, ଚନ୍ଦ୍ରଶେଖର ପଣ୍ଡା, ମନୋରନ ହରିଚନ୍ଦନ ସିଂ, ନାରାୟଣ କୁମାର ଧୀର, ଜ୍ଞାନରଞ୍ଜନ ରାଉତ, ଲୋକନାଥ ମଲ୍ଲିକ, ଗଣନାଥ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri