ଯାଜପୁର ସହରରେ ବଢୁଛି ନିଶା କାରବାର

ଯାଜପୁର ଟାଉନ, ୧୧ା୯(ଡି.ଏନ.ଏ.): ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ସହରର ସପ୍ତମାତୃକା ନିକଟସ୍ଥ ଦଶାଶ୍ୱମେଧ ଘାଟଠାରୁ ଆରମ୍ଭ କରି ବାରୁଣୀ ପଡ଼ିଆର ମହାଶ୍ମଶାନ ନିକଟସ୍ଥ ବୈତରଣୀ ନଦୀତଟ, ବରାହ ରିଂ ରୋଡ୍‌କୁ ଦିନ ସମୟରେ କେତେଜଣ ଛାତ୍ର, ଯୁବକ ସୁରକ୍ଷିତ ସ୍ଥାନ ମଣି ବିଭିନ୍ନ ନିଶା ଯଥା- ଡେନଡ୍ରାଇଟ ଅଠା ସମେତ ଗଞ୍ଜେଇ, ବ୍ରାଉନସୁଗାର ଓ ଦେଶୀ ବିଦେଶୀ ମଦ ଆଣି ସେବନ କରୁଛନ୍ତି। ପୂର୍ବରୁ ବାଳାଶ୍ରମ ପଡ଼ିଆରେ ଏମାନେ ସନ୍ଧ୍ୟା ସମୟରେ ନିଶାସେବନ କରୁଥିବାବେଳେ ଏବେ ଦିନ ଦ୍ୱିପ୍ରହରରେ ଦେବ ସ୍ଥାନରେ ବି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ନିଶାରେ ଲିପ୍ତ ରହୁଛନ୍ତି। ବେକାରି ବୃଦ୍ଧି, ପାରିବାରିକ ଅଶାନ୍ତି ଜନିତ ମାନସିକ ଚାପ, ଅଭିଭାବକଙ୍କ ପିଲାଙ୍କ ପ୍ରତି ଦୃଷ୍ଟି ନ ରହିବା ଏବଂ ସେମାନେ ଯେଉଁ ସାଙ୍ଗସାଥୀ ସହିତ ମିଶୁଛନ୍ତି ତଥା ବିଳମ୍ବିତ ସମୟରେ ଘରକୁ ଫେରୁଛନ୍ତି ସେନେଇ ପରିବାର ଲୋକ ଖୋଳତାଡ କରୁ ନ ଥିବାରୁ ଏହି ନିଶା ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି। ସେହିପରି ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ବେଚ୍ଛାସେବୀ ସଂଗଠନ, ଅବକାରୀ ବିଭାଗ, ପୋଲିସ ଧ୍ୟାନ ଦେଉ ନ ଥିବା ଯୋଗୁ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡେନ୍‌ଡ୍ରାଇଟ ଅଠା ଷ୍ଟେଶନାରି, ବହି ଓ ସାଇକେଲ ଦୋକାନଗୁଡ଼ିକରେ ମିଳିଯାଉଛି। ଏହି ନିଶା ଖୁବଶୀଘ୍ର ଶରୀରକୁ ପ୍ରଭାବିତ କରିଥାଏ। ସେହିଭଳି ନିଷିଦ୍ଧ ରହିଥିବା ଏବଂ କଟକଣା ଥିବା ବ୍ରାଉନସୁଗାର ଓ ଗଞ୍ଜେଇ ସହଜରେ ଉପଲବ୍ଧ ହେଉଥିବା ଯୋଗୁ ତାହାକୁ ଯୁବପିଢ଼ି ଗ୍ରହଣ କରୁଛନ୍ତି। ନିଶା ସେବନ ପରେ ଧୀରେଧୀରେ ଏହି କମ୍‌ ବୟସର ପିଲାମାନେ ଦୁର୍ବଳ ହୋଇ ନିଜର ବୁଦ୍ଧିମତା ଓ ବିଚାରକୁ ହରାଇ ବସୁଛନ୍ତି। ନିଶା କବଳରେ ଥରେ ପଡ଼ିଗଲେ ଆଉ ମୁକ୍ତିନାହିଁ। ମଦ ହେଉ କି ବ୍ରାଉନସୁଗାର ଅବା ଗଞ୍ଜେଇ ନିଶାର ବ୍ୟବସାୟୀ ପ୍ରତ୍ୟେକ ଦିନ ନୂଆନୂଆ ଛାତ୍ର-ଯୁବକଙ୍କୁ ଟାର୍ଗେଟ କରିଥାନ୍ତି। ଗ୍ରାହକ ଯେତେ ବଢ଼ିବେ ବେପାରୀଙ୍କ କାରବାର ସେତେ ବଢ଼ିବ।
ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ପୋଲିସ ନିଶା ସେବନକାରୀ ଓ ନିଶା ବେପାରୀଙ୍କୁ ଧରୁଥିଲେ ମଧ୍ୟ ପରେ ଚାପରେ ପଡ଼ି ସେମାନଙ୍କୁ ଛାଡ଼ିବାକୁ ବାଧ୍ୟ ହେଉଛି। ଦୁଃଖର କଥା ହେଲା ଯେଉଁମାନେ ଅବାଟକୁ ଚାଲି ଯାଉଥିବା ପିଲାଙ୍କୁ ପୋଲିସରୁ ମୁକୁଳାଇ ନେଇଥାନ୍ତି ପରବର୍ତ୍ତୀ ସମୟରେ ସେମାନେ କିନ୍ତୁ ଅବାଟକୁ ଯାଉଥିବା ଏହି ନିଶାଗ୍ରସ୍ତଙ୍କୁ ବାଟକୁ ଆଣିବା ପାଇଁ ବ୍ୟବସ୍ଥା କରି ନ ଥାନ୍ତି। କେବଳ ସେତିକି ନୁହେଁ ନିଶା ବେପାରୀଙ୍କୁ ସୁରକ୍ଷା ଦିଆଯାଉଥିବାରୁ ସେମାନେ ମଧ୍ୟ ପୋଲିସରୁ ମୁକ୍ତିପାଇ ପରବର୍ତ୍ତୀ ସମୟରେ ତାଙ୍କ କାରବାରକୁ ଦ୍ୱିଗୁଣିତ କରୁଛନ୍ତି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?