ସହାୟତା ଆଳରେ ପ୍ରଚାର ନ ହେଉ

ପୁରୀ ଅଫିସ,୨୪।୮: ପୁରୀ ଜିଲାର ଅଧିକାଂଶ ଅଞ୍ଚଳରେ ବନ୍ୟାର ବିଭୀଷିକା ଦେଖାଯାଇଥିବା ବେଳେ ଏବେ ବି ହଜାର ହଜାର ଲୋକ ବନ୍ୟାଜଳ ଘେରରେ ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ତାହା ମଧ୍ୟ ଠିକ୍‌ ସମୟରେ ସବୁ ସ୍ଥାନରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହେଉଛି। ଏଣୁ ଜଳବନ୍ଦୀରେ ଥିବା ବିପନ୍ନଙ୍କୁ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନମାନେ ସହାୟତାର ହାତ ବଢ଼ାଉଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଇତ୍ୟାଦି ବାଣ୍ଟୁଛନ୍ତି। ହେଲେ ସହାୟତା ଦେବା ଆଳରେ ଦଳ ତଥା ଅନୁଷ୍ଠାନଗୁଡ଼ିକ ନିଜର ପ୍ରଚାର କରିବାରେ ଲାଗିଛନ୍ତି। ସାମଗ୍ରୀ ବଣ୍ଟନ ସମୟରେ ଫଟୋ ଉଠାଇବା ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ନେତା ଓ ଦଳୀୟ କର୍ମୀଙ୍କୁ ଧରି ଗାଁ ଗାଁ ବୁଲୁଛନ୍ତି ଓ ଲୋକଙ୍କୁ ସହାୟତା କରୁଛନ୍ତି। କିନ୍ତୁ ଏହି ସହାୟତା ଧୀରେ ଧୀରେ ପ୍ରତିଯୋଗିତାରେ ପରିଣତ ହୋଇଛି। ଜଣଙ୍କୁ ଦେଖି ଆଉ ଜଣେ ସହାୟତା କରିବାକୁ ଆଗଭର ହେଉଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ସଂଗଠନଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ଅବଗତ ହେଉଛନ୍ତି ଓ ତାହାର ସମାଧାନ ଦିଗରେ ଚେଷ୍ଟା କରୁଛନ୍ତି। ବ୍ଲକସ୍ତରରେ ଏଭଳି ସାମାଜିକ କର୍ମୀମାନଙ୍କୁ ସରକାରୀ ଅଧିକାରୀମାନେ ଡଙ୍ଗା ଯୋଗାଇ ଦେଉଛନ୍ତି। ଫଳରେ ବ୍ୟାପକ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ସହାୟତା ପହଞ୍ଚତ୍ପାରୁଛି। ହେଲେ ଏବେ କିଛି କିଛି ସ୍ଥାନରେ ରାଜନୈତିକ ଦଳମାନେ ନିଜର ଦଳୀୟ ପତାକାକୁ ଦେଖାଇ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକେ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଗଣମାଧ୍ୟମରେ ଲୋକେ ପୋଷ୍ଟ କରି ଲେଖୁଛନ୍ତି, ବନ୍ୟାଞ୍ଚଳରେ ସହାୟତା ପ୍ରଦାନ କରିବା ବେଳେ ରାଜନୈତିକ ଦଳମାନେ ନିଜ ଦଳର ପତାକାକୁ ଦେଖାନ୍ତୁ ନାହିଁ। ଅସୁବିଧାରେ ଥିବା ଲୋକ ସହାୟତା ଚାହୁଁଛି, ଏହି ସମୟରେ ରାଜନୀତି କରାଯିବା ଉଚିତ ନୁହେଁ। ସେହିଭଳି ରାଜନୈତିକ ଦଳର କର୍ମୀମାନେ ସୋସିଆଲ ମିଡିଆରେ ଲାଇଭ୍‌ କରି ନିଜ ନେତାଙ୍କ ପ୍ରଚାର ପ୍ରସାର କରିବା ବନ୍ଦ କରନ୍ତୁ। ବିନା ସ୍ବାର୍ଥରେ ସହାୟତା କରାଯାଉ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ ଲେଖୁଛନ୍ତି। ଅନ୍ୟପକ୍ଷେ ଅନେକ ସାମାଜିକ ଅନୁଷ୍ଠାନ ବନ୍ୟା ପ୍ରଭାବିତଙ୍କ ପାଇଁ ଶୁଖିଲା ଖାଦ୍ୟ ଏକାଠି କରିବା ଉଦ୍ଦେଶ୍ୟରେ କ୍ରାଉଡ୍‌ ଫଣ୍ଡିଂ କରି ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି। ଜଣେ ବ୍ୟକ୍ତି କୌଣସି ଅନୁଷ୍ଠାନକୁ ସହଯୋଗ କରିବା ବେଳେ କାହାକୁ ଟଙ୍କା ଦେଉଛି ଓ ଏହା ବନ୍ୟା ପ୍ରଭାବିତଙ୍କ ସ୍ବାର୍ଥରେ ନିୟୋଜିତ ହେଉଛି କି ନାହିଁ ସେନେଇ ପ୍ରଥମେ ନିଶ୍ଚିତ ହୁଅନ୍ତୁ ବୋଲି ଆଇନଜୀବୀ ଶରତ ରାୟଗୁରୁ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri