ବନ୍ୟପ୍ରାଣୀ ବ୍ଲଗର ଗିରଫ

ସମ୍ବଲପୁର,୨୪ା୮(ବ୍ୟୁରୋ): ବନ୍ୟପ୍ରାଣୀ ପ୍ରେମୀ ଭାବେ ବିଭିନ୍ନ ସୋସିଆଲ ମିଡିଆରେ ଜଣାଶୁଣା ଅନେକ ବ୍ୟକ୍ତି ଭିତିରିଆ ଭାବେ ପ୍ରାଣୀ ଚୋରା ଚାଲାଣ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ଏଭଳି ଜଣେ ୟୁଟ୍ୟୁବ୍‌ ବ୍ଳଗର୍‌ ସମ୍ବଲପୁର ଜିଲା ଧମା ଥାନା ପାଞ୍ଚଫୁଟ ଗ୍ରାମର ରାମଚନ୍ଦ୍ର ରଣାଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ତାଙ୍କଠାରୁ ୬ ସାପ ଓ ୪ ରଙ୍ଗିନ୍‌ ଏଣ୍ଡୁଅକୁ ଜବତ କରାଯାଇଛି। ୟୁଟ୍ୟୁବରେ ସେ ନିଜକୁ ପ୍ରଚାର ପ୍ରସାର କରିବା ପାଇଁ ସାପ, ରଙ୍ଗିନ ଏଣ୍ଡୁଅ ଭଳି ବନ୍ୟପ୍ରାଣୀଙ୍କ ସହିତ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଏବଂ ଧମା ରେଞ୍ଜର ଅଧିକାରୀ ଓ କର୍ମଚାରୀ ରାମଚନ୍ଦ୍ରଙ୍କୁ ଗିରଫ କରିଥିବା ନେଇ ସଦର ରେଞ୍ଜର ମନୁ ଅଶୋକ ଭଟ୍ଟ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସଦର ରେଞ୍ଜର ଭଟ୍ଟ କହିଛନ୍ତି, ରାମଚନ୍ଦ୍ର ନିଜ ନାମରେ ବହୁ ଦିନରୁ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ଜଙ୍ଗଲ ପରିବେଶ ଓ ବିଭିନ୍ନ ବନ୍ୟପ୍ରାଣୀଙ୍କୁ ନେଇ ଭିଡିଓ କରି ସେଥିରେ ଅପ୍‌ଲୋଡ୍‌ କରୁଛନ୍ତି। ଏ ନେଇ ବନବିଭାଗକୁ ସୂଚନା ମିଳିଥିଲା। ପରେ ବନ ବିଭାଗ ଏକ ଟିମ୍‌ ତଦନ୍ତ ଆରମ୍ଭ କରି ରାମଚନ୍ଦ୍ରଙ୍କୁ ଗିରଫ କରିଥିଲା। ବନବିଭାଗ ଆଇନ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରାଯିବ। ତାଙ୍କ ପାଖରୁ ଜବତ ୬ଟି ସାପ ମଧ୍ୟରୁ ୩ଟି କୋବ୍ରା ଅଛନ୍ତି। ଏହି ବିଷଧର ସାପଠାରୁ ବିଷ ବାହାର କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମଧ୍ୟ ବନବିଭାଗ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ରାମଚନ୍ଦ୍ରଙ୍କଠାରୁ ଉଦ୍ଧାର ହୋଇଥିବା ବନ୍ୟପ୍ରାଣୀଙ୍କୁ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି ରେଞ୍ଜର ଭଟ୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri