ହାରିବାନି ହରାଇବା

କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍‌ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଥାଏ। ଏହି ଦୂରରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ନେଇ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ। ୩୩ ବର୍ଷ ତଳେ ୧୯୮୮ରେ ଏହି ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ପୂର୍ବରୁ ୧୯୮୭ ଅଗଷ୍ଟରେ ବିଶ୍ୱ ଏଡସ ଦିବସ ପାଳନ ପାଇଁ ସ୍ବିଜରଲାଣ୍ଡର ଜେନେଭା ଠାରେ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ଏଡସ୍‌ ଉପରେ ଗ୍ଲୋବାଲ ପ୍ରୋଗ୍ରାମ ପାଇଁ କାର୍ଯ୍ୟକରୁଥିବା ଦୁଇଜଣ ଜନ ସୂଚନା ଅଧିକାରୀ ଜେମ୍ସ ଡବ୍ଲୁ ବୁନ ଏବଂ ଥୋମାସ ନେଟରଙ୍କ ଦ୍ୱାରା ପ୍ରସ୍ତାବ ଆଗତ କରାଯାଇଥିଲା। ସେମାନେ ଏଡସ୍‌ ଗ୍ଲୋବାଲ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋନାଥନ ମାନଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ। ପରେ ଏହି ଦିବସ ପାଳନକୁ ଅନୁମୋଦନ ମିଳିଥିଲା।

ଆକ୍ୱାର୍ଡ ଇମ୍ୟୁନୋଡେଫେସିସିଏନ୍ସି ସିଣ୍ଡ୍ରୋମ (ଏଡସ୍‌) ଇମ୍ୟୁନୋଡେଫେସିସିଏନ୍ସି ଭୁତାଣୁ(ଏଚ୍‌ଆଇଭି) ଦ୍ୱାରା ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏଚଆଇଭି ମଣିଷର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରି ଅନ୍ୟ ରୋଗର ପ୍ରତିରୋଧକୁ ହ୍ରାସ କରିଥାଏ। ଏଡସ୍‌ ରୋକିବା ଏବଂ ଏହାର ନିୟନ୍ତ୍ରଣ ସମ୍ପର୍କିତ ଶିକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ଦିବସ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ହାରିବାନି ହରାଇବା ଭାନା ଜାଗ୍ରତ କରିବା ସୃଷ୍ଟି କରିବା ଲାଗି ପ୍ରୟାସ କରାଯାଇଥାଏ।

୨୦୧୭ ସୁଦ୍ଧା, ଏଡସ୍‌ ଯୋଗୁ ବିଶ୍ୱସ୍ତରରେ ୪୧.୫ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆନୁମାନିକ ୩୬.୭ ନିୟୁତ ଲୋକ ଏଚଆଇଭିରେ ସଂକ୍ରମିତ ଅଛନ୍ତି। ବିଶ୍ୱର ଅନେକ ଅଞ୍ଚଳରେ ଆଣ୍ଟିଟେରୋଭାଇରାଲ ଚିକିତ୍ସା ଯୋଗୁ ୨୦୦୫ଠାରୁ ଏଡସ୍‌ ମୃତ୍ୟୁ ହାର କମିବାରେ ଲାଗିଛି। ଏହି ଦିବସ ପାଳନ ଅବସରରେ ରେଡ୍‌ ରିବନର ଆଇକନିକ ପ୍ରଦର୍ଶନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri