ନିଜସ୍ବ କୋଠା ନାହିଁ, ଗ୍ରାହକ ହଇରାଣ

ଲାଠୋର, ୧୯ା୬(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ। ଏଥିପାଇଁ ଗ୍ରାହକମାନେ ଦାବି କରି ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଲାଠୋର ଗ୍ରାମରେ ଗତ ୩୦ ଅଗଷ୍ଟ ୧୯୭୨ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କର ଏକ ଶାଖା ଖୋଲା ଯାଇଥିଲା। ଲାଠୋର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକଡ ସେବା ସମବାୟ ସମିତି ନିକଟ ସ୍ବର୍ଗତ ତେଜୁରାମ ଅଗ୍ରୱାଲଙ୍କ ଏକ ଘର ଭଡା ସୂତ୍ରରେ ନିଆଯାଇ ଆରମ୍ଭ ହୋଇଥିବା ବ୍ୟାଙ୍କ ଏବେ ବି ସେହିଠାରେ ଚାଲିଛି। ଏକ ଲମ୍ବା ହଲରେ ଶାଖା ପରିଚାଳକଙ୍କ ଚ୍ୟାମ୍ବର, କ୍ୟାଶ କାଉଣ୍ଟର ଓ ଅନ୍ୟ କର୍ମଚାରୀ ବସି କାମ କରୁଛନ୍ତି l ଗ୍ରାହକମାନେ ଟଙ୍କା ଜମା ଉଠାଣ ଏବଂ ଅନ୍ୟାନ୍ୟ କାମରେ ବ୍ୟଙ୍କକୁ ଅସିଲେ ସେମାନଙ୍କ ବସିବା ପାଇଁ ଚୌକିର ବ୍ୟବସ୍ଥା ନାହିଁ। ବ୍ୟାଙ୍କରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଖପ୍ରାଖୋଲ ବ୍ଲକରେ କେବଳ ଗୋଟିଏ ମାତ୍ର ସେଣ୍ଟ୍ରାଲ ବ୍ୟାଙ୍କ ରହିଥିବା ହେତୁ ଏଠାରେ ପ୍ରତିଦିନ ପ୍ରବଳ ଭିଡ଼ ଜମିଥାଏ। ଭିଡ଼ ଯୋଗୁଁ ଗ୍ରାହକମାନେ ବ୍ୟାଙ୍କ ଭିତରେ ବସିବା ପାଇଁ ଯାଗା ନପାଇ ପାଖ ଆଖରେ ରହିଥିବା ବିଭିନ୍ନ ଦୋକାନରେ ଅପେକ୍ଷା କରିଥାନ୍ତି। ଗତ ମେ ୨୯ତାରିଖରେ କରୁଆଝର ଗ୍ରାମର ନାରାୟଣ ଶବର(୭୬) ବ୍ୟାଙ୍କକୁ ବାର୍ଦ୍ଧକ୍ୟ ଭତ୍ତା ଉଠାଣ ପାଇଁ ଆସି ବ୍ୟାଙ୍କରେ ଅପେକ୍ଷା କରିବାକୁ ଜାଗା ନପାଇ ଏକ ଦୋକାନ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ। ଏହିପରି ବିଭିନ୍ନ ସମୟରେ ଗ୍ରାହକ ବ୍ୟାଙ୍କ ଆସି ସମସ୍ୟା ଭୋଗୁଛନ୍ତି l ଏନେଇ ଶାଖା ପରିଚାଳକ ଆଶୁତୋଷ ଡୁଙ୍ଗଡୁଙ୍ଗଙ୍କୁ ପଚାରିବାରୁ ବ୍ୟାଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ହେବ। ଏଥିସହ ଅନ୍ୟାନ୍ୟ ସୁବିଧା ପାଇଁ ଉପରସ୍ଥ ଅଧିକାରୀଙ୍କୁ ସୁପାରିଶ କରାଯାଇଛି ବୋଲି କହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri