ସବୁଥିରେ ବେପାର ନ ହେଉ

ଭାରତରେ ଏଇ କିଛିବର୍ଷ ହେବ ବିକାଶ ନାମରେ ପ୍ରକୃତିଦତ୍ତ ପରିବେଶ ସହ ସାଲିସ କରିଦିଆଯାଉଥିବାରୁ ବିପର୍ଯ୍ୟୟ ମାତ୍ରାଧିକ ହେଲାଣି। ତାହାର ପରିଣାମ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ସରକାରୀ ବ୍ୟବସ୍ଥା ସେଥିପ୍ରତି ନିଘା ଦେଉନାହିଁ। ଏହା ପଛରେ ରହିଥିବା କାରଣଟିକୁ ଖୋଜିଲେ ସବୁକିଛି ‘ବେପାରସର୍ବସ୍ବ’ ହୋଇଯାଉଛି। କେଉଁ ପରିବେଶ ଓ ପରିସଂସ୍ଥାନକୁ ବ୍ୟବହାର କରାଯାଇ ଲାଭ ମିଳିପାରିବ, ସେସବୁ ଜାଣିବା ଲାଗି ଥୋକେ ଲୋକ ଯେମିତି ନିୟୋଜିତ ହେବା ଭଳି ଦେଖାଯାଉଛି। ସଦ୍ୟ ଉଦାହରଣ ହେଉଛି ଚାରିଧାମ ଯାତ୍ରା। ପୂର୍ବରୁ ଆମେ ଜାଣିଥିଲୁ ଭାରତୀୟ ଉପମହାଦେଶର ଚାରିକୋଣକୁ ଆଦି ଶଙ୍କରାଚାର୍ଯ୍ୟ ପାଦରେ ବୁଲି ଧାମ ସୃଷ୍ଟି କରି ସନାତନ ଚିନ୍ତାଧାରାକୁ ପୁନର୍ଜନ୍ମ ଦିଆଇଥିଲେ। ସେହି ୪ଟି ସ୍ଥାନ ହେଲା ପୁରୀ, ବଦ୍ରିନାଥ, ଦ୍ୱାରକା ଓ ରାମେଶ୍ୱରମ୍‌। ଏହିସବୁ ସ୍ଥାନକୁ ଧାମ ଭାବେ ପରିଚୟ ଦେଇ ସେତେବେଳେ ବୌଦ୍ଧଧର୍ମର ପ୍ରସାରକୁ ରୋକିବାର ଉଦ୍ୟମ କରିଥିଲେ ଶଙ୍କରାଚାର୍ଯ୍ୟ। ଆଧୁନିକ ଭାରତରେ ଚାରିଧାମ କହିଲେ ଅଧିକାଂଶ ଭାରତୀୟ ଏବେ ଉତ୍ତରାଖଣ୍ଡ ଭିତରେ ତାହାକୁ ସୀମିତ ରଖି ଦେଇଛନ୍ତି। ଉତ୍ତରାଖଣ୍ଡର ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକସଙ୍ଗେ କଲେ ଚାରିଧାମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଇଥାଏ ସେଠାକାର ଯମୁନା ନଦୀରେ ଯିଏ ବୁଡ଼ ପକାନ୍ତି ସେ ଅକାଳ ମୃତ୍ୟୁରୁ ରକ୍ଷା ପାଇଯାଆନ୍ତି। କିନ୍ତୁ ଏବେ ଅନେକ ସମୟରେ ସେହି ଚାରିଧାମ ମଧ୍ୟରେ ଅକାଳ ମୃତ୍ୟୁ ଘଟୁଥିବା ପରିଲକ୍ଷିତ ହେଉଛି। ଦଶନ୍ଧି ପୂର୍ବରୁ ଚାରିଧାମ ଯାତ୍ରା ଆଜିଭଳି ଭିଡ଼ରେ ପରିଣତ ହୋଇ ନ ଥିଲା। ପ୍ରାକୃତିକ ପରିବେଶ ଓ ପବିତ୍ରତା ରକ୍ଷା କରି ଶ୍ରଦ୍ଧାଳୁ ସେଠାକୁ ଗମନ କରୁଥିଲେ। ଯେତେବେଳେ ସେହିସବୁ ସ୍ଥାନରେ ବେପାର ମନୋଭାବ ବଢ଼ିଲା ପର୍ଯ୍ୟାପ୍ତ ଲୋକଙ୍କୁ ଠୁଳ କରିବା ଦେଖାଗଲା। କିଛି ବେପାରୀଙ୍କ ପ୍ରରୋଚନାରେ ସରକାର ପ୍ରାକୃତିକ ପରିବେଶର ସୁରକ୍ଷା ପ୍ରତି ଅଣଦେଖା କରି ଭିତ୍ତିଭୂମି ବଢ଼ାଇ ଚାଲିଲେ। ଏମିତି ଦେଖିଲେ ପ୍ରାକୃତିକ ପରିବେଶ ସହନଶୀଳ ସ୍ତର ଅତିକ୍ରମ କରିଯାଉଥିବାରୁ ଭାରସାମ୍ୟ ଦୋହଲି ଯାଉଛି। ଆଉ ଏକ କଥା ଶୁଣିବାକୁ ମିଳୁଛି ଯେ, ଅନେକ ଯାତ୍ରୀ ମଉଜମଜଲିସ ପାଇଁ ସେହି ସବୁ ଅଞ୍ଚଳକୁ ବୁଲି ଯାଉଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ସାଧାରଣତଃ ମନ୍ଦିର ଗଲେ ମନ ପବିତ୍ର ହୋଇଥାଏ, ଯଦିବା ସେଠାରେ ଖଣ୍ଡେ ପଥର ପୂଜିତ ହୋଇଥାଆନ୍ତି। ବିଶ୍ୱାସ ସହ ଭକ୍ତି ମିଶିଯିବା ପରେ ସମ୍ପୃକ୍ତ ଜାଗାଟିରେ ଏକ ସକାରାତ୍ମକ ତଥା ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତାହାର ସୁଫଳ ମଧ୍ୟ ଶ୍ରଦ୍ଧାଳୁ ପାଇଥାଆନ୍ତି। ହେଲେ ଯାତାୟାତଠାରୁ ଆରମ୍ଭ କରି ପୂଜାବିଧି ଯାଏ ବେପାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ରହୁଥିବାରୁ ଯାତ୍ରା ସୁଗମ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ପ୍ରକୃତି ଦାଉ ସାଧୁଥିବାରୁ ଯାତ୍ରାଜନିତ ସ୍ଥିତି ବିଗିଡ଼ି ଯାଉଛି। ୨୦୨୫ ଏପ୍ରିଲ ୩୦ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ୧୫ ଜୁନ୍‌ ସୁଦ୍ଧା ୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହିତ ଅନିୟନ୍ତ୍ରିତ ନିର୍ମାଣ ଭିତ୍ତିଭୂମି ଯୋଗୁ ଭୂସ୍ଖଳନ, ହିମସ୍ଖଳନ ମାତ୍ରା ବଢ଼ିଯାଇ ଅଧିକ ବିପର୍ଯ୍ୟୟ ସୃଷ୍ଟି କରୁଛି।
ଭାରତର ଆଦିମ ଜନଜାତି ବାସ କରୁଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭିତ୍ତିଭୂମି ବିକାଶ କରାଯାଇ ଆଧୁନିକ ସହରୀକରଣ ବ୍ୟବସ୍ଥା ସୃଷ୍ଟି କରାଯିବାକୁ ନେଇ ପ୍ରକୃତିପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ପର୍ଯ୍ୟଟନର ବିକାଶ କରାଯିବା ବେଳେ ସେଠାକାର ପରିସଂସ୍ଥାନ, ଆଦିମ ଅଧିବାସୀଙ୍କ ଜୀବନଯାପନକୁ ଭଲ ଭାବେ ଅନୁଧ୍ୟାନ କରା ନ ଯିବାରୁ ସେମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇସାରିଲାଣି। ତଥ୍ୟ ଦେଖିଲେ ୫ଟି ଆଦିମ ଅଧିବାସୀ ଯଥା ଆଣ୍ଡାମାନିଜ୍‌ ୫୯, ଜାରଓ୍ବା ୩୪୦ରୁ ଅଧିକ, ଓଞ୍ଜେ ୧୧୦, ସେଣ୍ଟିଲିନିଜ୍‌ ୨୦୦ରୁ କମ୍‌ ଏବଂ ସୋମ୍ପେନ୍‌ ପାଖାପାଖି ୩୦୦ ରହିଛନ୍ତି। ବିକାଶ ଯୋଗୁ ସେମାନଙ୍କ ରହଣିସ୍ଥଳ, ଶିକାର ଆଦି ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ଆଗକୁ ଆଦିମ ଟ୍ରାଇବ୍‌ ଇତିହାସରେ ରହିଯିବେ। ସାଧାରଣତଃ ନିଷ୍ପେଷିତ ଅବସ୍ଥାରେ ଥିବା ବର୍ଗକୁ ମୁଖ୍ୟସ୍ରୋତକୁ ଆଣିବା ଲାଗି ପ୍ରଶାସନିକ ବ୍ୟବସ୍ଥା ଚେଷ୍ଟା କରିବା ଦରକାର। କିନ୍ତୁ ଯିଏ ସମ୍ପୂର୍ଣ୍ଣ ପ୍ରକୃତି କୋଳରେ ନିଜ ଧାରାରେ ବଞ୍ଚତ୍ଛି ତା’ ଜୀବନଶୈଳୀରେ ଅନାବଶ୍ୟକ ହସ୍ତକ୍ଷେପ କରାଯାଉଥିବାରୁ ସେମାନଙ୍କ ଜୀବନ ବିପଦରେ ପଡ଼ୁଛି।
ଆଜି ଆଧୁନିକ ମଣିଷର ବେପାରୀ ବୁଦ୍ଧି ଯୋଗୁ ହିମାଳୟଠାରୁ ଆଣ୍ଡାମାନ ଯାଏ ଇଲାକାର ସ୍ଥିତି ବିଗିଡ଼ି ଗଲାଣି। ଦେଶର ଆହୁରି ଅନେକ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଅଞ୍ଚଳ ରହିଛି, ଯେଉଁଠାରେ ବିକାଶ ନାମରେ ବେପାର ଚାଲିଛି। ବାସ୍ତବରେ ଦେଶର ସମୃଦ୍ଧି ଦିଗରେ ଭିତ୍ତିଭୂମି ଉନ୍ନତି କରାଯିବା ଦରକାର। କିନ୍ତୁ ତାହା ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ ବା ନିରନ୍ତର ବିକାଶ ହେବା କଥା। ଅର୍ଥାତ୍‌ ପ୍ରାକୃତିକ ପରିବେଶକୁ ନଷ୍ଟ ନ କରି ମଣିଷର ଆବଶ୍ୟକତା ବା ଚାହିଦାକୁ ପୂରଣ କରିବା ଦିଗରେ ନିର୍ଦ୍ଦିଷ୍ଟ ଭାବେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଗଲେ ସ୍ଥିତି ଅସ୍ବାଭାବିକ ହୁଅନ୍ତା ନାହିଁ। ତାହା ଭାରତରେ କୌଣସି କ୍ଷେତ୍ରରେ ଘଟିପାରୁ ନାହିଁ ବୋଲି ସମସ୍ତେ ଅନୁଭବ କରନ୍ତି। ପର୍ଯ୍ୟଟନ ଓ ଦୁଃସାହସିକ କ୍ରୀଡ଼ାର ପ୍ରସାର ଲାଗି ଯେଭଳି ଲୋକମାନଙ୍କୁ ଅଧିକ ମାତ୍ରାରେ ଏକତ୍ର କରାଯାଉଛି, ତାହା ଦ୍ୱାରା ଅଘଟଣ ବଢ଼ିଚାଲୁଛି। ମହାକୁମ୍ଭରେ ୬୦ କୋଟି ଲୋକଙ୍କ ସମାଗମ କରିବା ଲାଗି ଟାର୍ଗେଟ ସ୍ଥିର କରାଯିବା ଅପେକ୍ଷା ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ଯାଆସ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବାର ଥିଲା। ସେହିଭଳି ବେପାରକୁ ଆଖି ଆଗରେ ରଖିବା ପରିବର୍ତ୍ତେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ଉଦାହରଣ ସ୍ବରୂପ, ଅନୁକୂଳ ପାଗ ନ ଥିବା ବେଳେ ହେଲିକପ୍ଟର ଉଡ଼ିବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri