ସବୁଥିରେ ବେପାର ନ ହେଉ

ଭାରତରେ ଏଇ କିଛିବର୍ଷ ହେବ ବିକାଶ ନାମରେ ପ୍ରକୃତିଦତ୍ତ ପରିବେଶ ସହ ସାଲିସ କରିଦିଆଯାଉଥିବାରୁ ବିପର୍ଯ୍ୟୟ ମାତ୍ରାଧିକ ହେଲାଣି। ତାହାର ପରିଣାମ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ସରକାରୀ ବ୍ୟବସ୍ଥା ସେଥିପ୍ରତି ନିଘା ଦେଉନାହିଁ। ଏହା ପଛରେ ରହିଥିବା କାରଣଟିକୁ ଖୋଜିଲେ ସବୁକିଛି ‘ବେପାରସର୍ବସ୍ବ’ ହୋଇଯାଉଛି। କେଉଁ ପରିବେଶ ଓ ପରିସଂସ୍ଥାନକୁ ବ୍ୟବହାର କରାଯାଇ ଲାଭ ମିଳିପାରିବ, ସେସବୁ ଜାଣିବା ଲାଗି ଥୋକେ ଲୋକ ଯେମିତି ନିୟୋଜିତ ହେବା ଭଳି ଦେଖାଯାଉଛି। ସଦ୍ୟ ଉଦାହରଣ ହେଉଛି ଚାରିଧାମ ଯାତ୍ରା। ପୂର୍ବରୁ ଆମେ ଜାଣିଥିଲୁ ଭାରତୀୟ ଉପମହାଦେଶର ଚାରିକୋଣକୁ ଆଦି ଶଙ୍କରାଚାର୍ଯ୍ୟ ପାଦରେ ବୁଲି ଧାମ ସୃଷ୍ଟି କରି ସନାତନ ଚିନ୍ତାଧାରାକୁ ପୁନର୍ଜନ୍ମ ଦିଆଇଥିଲେ। ସେହି ୪ଟି ସ୍ଥାନ ହେଲା ପୁରୀ, ବଦ୍ରିନାଥ, ଦ୍ୱାରକା ଓ ରାମେଶ୍ୱରମ୍‌। ଏହିସବୁ ସ୍ଥାନକୁ ଧାମ ଭାବେ ପରିଚୟ ଦେଇ ସେତେବେଳେ ବୌଦ୍ଧଧର୍ମର ପ୍ରସାରକୁ ରୋକିବାର ଉଦ୍ୟମ କରିଥିଲେ ଶଙ୍କରାଚାର୍ଯ୍ୟ। ଆଧୁନିକ ଭାରତରେ ଚାରିଧାମ କହିଲେ ଅଧିକାଂଶ ଭାରତୀୟ ଏବେ ଉତ୍ତରାଖଣ୍ଡ ଭିତରେ ତାହାକୁ ସୀମିତ ରଖି ଦେଇଛନ୍ତି। ଉତ୍ତରାଖଣ୍ଡର ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକସଙ୍ଗେ କଲେ ଚାରିଧାମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଇଥାଏ ସେଠାକାର ଯମୁନା ନଦୀରେ ଯିଏ ବୁଡ଼ ପକାନ୍ତି ସେ ଅକାଳ ମୃତ୍ୟୁରୁ ରକ୍ଷା ପାଇଯାଆନ୍ତି। କିନ୍ତୁ ଏବେ ଅନେକ ସମୟରେ ସେହି ଚାରିଧାମ ମଧ୍ୟରେ ଅକାଳ ମୃତ୍ୟୁ ଘଟୁଥିବା ପରିଲକ୍ଷିତ ହେଉଛି। ଦଶନ୍ଧି ପୂର୍ବରୁ ଚାରିଧାମ ଯାତ୍ରା ଆଜିଭଳି ଭିଡ଼ରେ ପରିଣତ ହୋଇ ନ ଥିଲା। ପ୍ରାକୃତିକ ପରିବେଶ ଓ ପବିତ୍ରତା ରକ୍ଷା କରି ଶ୍ରଦ୍ଧାଳୁ ସେଠାକୁ ଗମନ କରୁଥିଲେ। ଯେତେବେଳେ ସେହିସବୁ ସ୍ଥାନରେ ବେପାର ମନୋଭାବ ବଢ଼ିଲା ପର୍ଯ୍ୟାପ୍ତ ଲୋକଙ୍କୁ ଠୁଳ କରିବା ଦେଖାଗଲା। କିଛି ବେପାରୀଙ୍କ ପ୍ରରୋଚନାରେ ସରକାର ପ୍ରାକୃତିକ ପରିବେଶର ସୁରକ୍ଷା ପ୍ରତି ଅଣଦେଖା କରି ଭିତ୍ତିଭୂମି ବଢ଼ାଇ ଚାଲିଲେ। ଏମିତି ଦେଖିଲେ ପ୍ରାକୃତିକ ପରିବେଶ ସହନଶୀଳ ସ୍ତର ଅତିକ୍ରମ କରିଯାଉଥିବାରୁ ଭାରସାମ୍ୟ ଦୋହଲି ଯାଉଛି। ଆଉ ଏକ କଥା ଶୁଣିବାକୁ ମିଳୁଛି ଯେ, ଅନେକ ଯାତ୍ରୀ ମଉଜମଜଲିସ ପାଇଁ ସେହି ସବୁ ଅଞ୍ଚଳକୁ ବୁଲି ଯାଉଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ସାଧାରଣତଃ ମନ୍ଦିର ଗଲେ ମନ ପବିତ୍ର ହୋଇଥାଏ, ଯଦିବା ସେଠାରେ ଖଣ୍ଡେ ପଥର ପୂଜିତ ହୋଇଥାଆନ୍ତି। ବିଶ୍ୱାସ ସହ ଭକ୍ତି ମିଶିଯିବା ପରେ ସମ୍ପୃକ୍ତ ଜାଗାଟିରେ ଏକ ସକାରାତ୍ମକ ତଥା ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତାହାର ସୁଫଳ ମଧ୍ୟ ଶ୍ରଦ୍ଧାଳୁ ପାଇଥାଆନ୍ତି। ହେଲେ ଯାତାୟାତଠାରୁ ଆରମ୍ଭ କରି ପୂଜାବିଧି ଯାଏ ବେପାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ରହୁଥିବାରୁ ଯାତ୍ରା ସୁଗମ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ପ୍ରକୃତି ଦାଉ ସାଧୁଥିବାରୁ ଯାତ୍ରାଜନିତ ସ୍ଥିତି ବିଗିଡ଼ି ଯାଉଛି। ୨୦୨୫ ଏପ୍ରିଲ ୩୦ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ୧୫ ଜୁନ୍‌ ସୁଦ୍ଧା ୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହିତ ଅନିୟନ୍ତ୍ରିତ ନିର୍ମାଣ ଭିତ୍ତିଭୂମି ଯୋଗୁ ଭୂସ୍ଖଳନ, ହିମସ୍ଖଳନ ମାତ୍ରା ବଢ଼ିଯାଇ ଅଧିକ ବିପର୍ଯ୍ୟୟ ସୃଷ୍ଟି କରୁଛି।
ଭାରତର ଆଦିମ ଜନଜାତି ବାସ କରୁଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭିତ୍ତିଭୂମି ବିକାଶ କରାଯାଇ ଆଧୁନିକ ସହରୀକରଣ ବ୍ୟବସ୍ଥା ସୃଷ୍ଟି କରାଯିବାକୁ ନେଇ ପ୍ରକୃତିପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ପର୍ଯ୍ୟଟନର ବିକାଶ କରାଯିବା ବେଳେ ସେଠାକାର ପରିସଂସ୍ଥାନ, ଆଦିମ ଅଧିବାସୀଙ୍କ ଜୀବନଯାପନକୁ ଭଲ ଭାବେ ଅନୁଧ୍ୟାନ କରା ନ ଯିବାରୁ ସେମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇସାରିଲାଣି। ତଥ୍ୟ ଦେଖିଲେ ୫ଟି ଆଦିମ ଅଧିବାସୀ ଯଥା ଆଣ୍ଡାମାନିଜ୍‌ ୫୯, ଜାରଓ୍ବା ୩୪୦ରୁ ଅଧିକ, ଓଞ୍ଜେ ୧୧୦, ସେଣ୍ଟିଲିନିଜ୍‌ ୨୦୦ରୁ କମ୍‌ ଏବଂ ସୋମ୍ପେନ୍‌ ପାଖାପାଖି ୩୦୦ ରହିଛନ୍ତି। ବିକାଶ ଯୋଗୁ ସେମାନଙ୍କ ରହଣିସ୍ଥଳ, ଶିକାର ଆଦି ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ଆଗକୁ ଆଦିମ ଟ୍ରାଇବ୍‌ ଇତିହାସରେ ରହିଯିବେ। ସାଧାରଣତଃ ନିଷ୍ପେଷିତ ଅବସ୍ଥାରେ ଥିବା ବର୍ଗକୁ ମୁଖ୍ୟସ୍ରୋତକୁ ଆଣିବା ଲାଗି ପ୍ରଶାସନିକ ବ୍ୟବସ୍ଥା ଚେଷ୍ଟା କରିବା ଦରକାର। କିନ୍ତୁ ଯିଏ ସମ୍ପୂର୍ଣ୍ଣ ପ୍ରକୃତି କୋଳରେ ନିଜ ଧାରାରେ ବଞ୍ଚତ୍ଛି ତା’ ଜୀବନଶୈଳୀରେ ଅନାବଶ୍ୟକ ହସ୍ତକ୍ଷେପ କରାଯାଉଥିବାରୁ ସେମାନଙ୍କ ଜୀବନ ବିପଦରେ ପଡ଼ୁଛି।
ଆଜି ଆଧୁନିକ ମଣିଷର ବେପାରୀ ବୁଦ୍ଧି ଯୋଗୁ ହିମାଳୟଠାରୁ ଆଣ୍ଡାମାନ ଯାଏ ଇଲାକାର ସ୍ଥିତି ବିଗିଡ଼ି ଗଲାଣି। ଦେଶର ଆହୁରି ଅନେକ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଅଞ୍ଚଳ ରହିଛି, ଯେଉଁଠାରେ ବିକାଶ ନାମରେ ବେପାର ଚାଲିଛି। ବାସ୍ତବରେ ଦେଶର ସମୃଦ୍ଧି ଦିଗରେ ଭିତ୍ତିଭୂମି ଉନ୍ନତି କରାଯିବା ଦରକାର। କିନ୍ତୁ ତାହା ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ ବା ନିରନ୍ତର ବିକାଶ ହେବା କଥା। ଅର୍ଥାତ୍‌ ପ୍ରାକୃତିକ ପରିବେଶକୁ ନଷ୍ଟ ନ କରି ମଣିଷର ଆବଶ୍ୟକତା ବା ଚାହିଦାକୁ ପୂରଣ କରିବା ଦିଗରେ ନିର୍ଦ୍ଦିଷ୍ଟ ଭାବେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଗଲେ ସ୍ଥିତି ଅସ୍ବାଭାବିକ ହୁଅନ୍ତା ନାହିଁ। ତାହା ଭାରତରେ କୌଣସି କ୍ଷେତ୍ରରେ ଘଟିପାରୁ ନାହିଁ ବୋଲି ସମସ୍ତେ ଅନୁଭବ କରନ୍ତି। ପର୍ଯ୍ୟଟନ ଓ ଦୁଃସାହସିକ କ୍ରୀଡ଼ାର ପ୍ରସାର ଲାଗି ଯେଭଳି ଲୋକମାନଙ୍କୁ ଅଧିକ ମାତ୍ରାରେ ଏକତ୍ର କରାଯାଉଛି, ତାହା ଦ୍ୱାରା ଅଘଟଣ ବଢ଼ିଚାଲୁଛି। ମହାକୁମ୍ଭରେ ୬୦ କୋଟି ଲୋକଙ୍କ ସମାଗମ କରିବା ଲାଗି ଟାର୍ଗେଟ ସ୍ଥିର କରାଯିବା ଅପେକ୍ଷା ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ଯାଆସ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବାର ଥିଲା। ସେହିଭଳି ବେପାରକୁ ଆଖି ଆଗରେ ରଖିବା ପରିବର୍ତ୍ତେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ଉଦାହରଣ ସ୍ବରୂପ, ଅନୁକୂଳ ପାଗ ନ ଥିବା ବେଳେ ହେଲିକପ୍ଟର ଉଡ଼ିବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?