Posted inଜାତୀୟ

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି। ସେ କହିଛନ୍ତି, ଦେଶର ବିଭାଜନର ଦୁଃଖଦ ସ୍ଥିତି କେବେ ବି ଭୁଲିପାରିବ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା ଏବଂ ଜୀବନ ମଧ୍ୟ ହରାଇବାକୁ ପଡିଲା। ପ୍ରଧାନମନ୍ତ୍ରୀ ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି କହିଛନ୍ତି ଯେ ବିଭାଜନରେ ବିସ୍ଥାପିତ ହୋଇ ପ୍ରାଣ ହରାଇଥିବା ଆମର ଲକ୍ଷ ଲକ୍ଷ ଭଉଣୀ ଏବଂ ଭାଇଙ୍କ ସଂଗ୍ରାମ ତଥା ବଳିଦାନକୁ ସ୍ମରଣ କରି ଏହିି ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଣିଷ ମଣିଷ ମଧ୍ୟରେ ଭେଦଭାବର ଲୋପ କରିବାକୁ ଏହି ଦିନ ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ କହିଛନ୍ତି, # ପାର୍ଟିସନ ହରରର୍ସ ରେମବ୍ରେନ୍ସ ଡେ’ ର ଏହି ଦିନ କେବଳ ଭେଦଭାବ, ଶତ୍ରୁତା ଏବଂ ଦୁଷ୍କର୍ମର ଜହରକୁ ଦୂର କରିବା ପାଇଁ ପ୍ରେରଣା ଯୋଗାଇବ ନାହିଁ, ବରଂ ଏହା ଏକତା, ସାମାଜିକ ସମନ୍ବୟ ଏବଂ ମାନବୀୟ ଭାବନାକୁ ମଧ୍ୟ ସୁଦୃଢ଼ କରିବ। ବିଭାଜନ ଆକାରରେ ସ୍ବାଧୀନତାର ମୂଲ୍ୟ ଦେବାକୁ ପଡିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧୀନତା ପାଇଲା। କିନ୍ତୁ ବ୍ରିଟିଶ ଶକ୍ତି ବିଭାଜନ ଭଳି ବିପୁଳ ମୂଲ୍ୟ ବାବଦରେ ଭାରତକୁ ସ୍ବାଧୀନତାର ସୁଖ ଦେଇଥିଲେ। ୧୪ ଅଗଷ୍ଟରେ ଅଖଣ୍ଡ ଭାରତକୁ ଭାରତ ଏବଂ ପାକିସ୍ତାନକୁ ଭାବେ ଦୁଇ ଭାଗ କରି ଦିଆଯାଇଥିଲା। ୧୫ ଅଗଷ୍ଟ ସକାଳେ ଲୋକେ ନିଜ ଭିଟାମାଟି ଛାଡ଼ି ଟ୍ରେନ, ଘୋଡା, ଖଚର ଏବଂ ପାଦରେ ପାକିସ୍ତାନରୁ ହିନ୍ଦୁସ୍ଥାନ ଏବଂ ଭାରତରୁ ପାକିଓ୍‌ଥାନକୁ ଆସିଥିଲେ ସେମାନଙ୍କ ମୁହଁରୁ ଖୁସି ହଜିଯାଇଥିଲା। ବିଭାଜନ ସମୟରେ ଉଭୟ ଦେଶରେ ଦଙ୍ଗା ଓ ହିଂସା ଦେଖାଦେଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। କେତେକ ରିପୋର୍ଟରେ ଏହି ସଂଖ୍ୟାକୁ ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କୁହାଯାଇଛି। ଏହି ଦୁଃଖଦ ଘଟଣା କାହାକୁ ଛାଡି ନ ଥିଲା। ମହିଳା, ଛୋଟ ପିଲା, ବୃଦ୍ଧ ସମସ୍ତ ବର୍ଗର ଲୋକେ ଏହି ହିଂସାର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri