‘ଦକ୍ଷତାରେ ପଛରେ ନ ପଡ଼ନ୍ତୁ ପିଲା’

ଅନୁଗୋଳ ଅଫିସ, ୧୪ା୩: କରୋନା ମହାମାରୀ କାରଣରୁ ଗତବର୍ଷଠାରୁ ସ୍କୁଲ ବନ୍ଦ ରହିଛି। ଅନ୍‌ଲାଇନରେ କ୍ଲାସ କରାଯାଇଥିଲେ ମଧ୍ୟ ତାହା ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରି ନାହିଁ। ବିଶେଷକରି ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ ଅନେକ ଛାତ୍ରୀଛାତ୍ରଙ୍କ ଘରେ ଅନ୍‌ଲାଇନ ଶିକ୍ଷା ନେବାଭଳି ମୋବାଇଲ ନାହିଁ। ସେହିପରି ନେଟଓ୍ବର୍କ ସମସ୍ୟା ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି। ତେଣୁ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ପାଇଁ ସରକାର ଉଦ୍ୟମ କରିଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହୋଇପାରି ନାହିଁ। ପ୍ରାଥମିକ ଶିକ୍ଷା ପିଲାଙ୍କ ମୂଳଦୁଆ ମଜଭୁତ କରେ। ଶିକ୍ଷାର୍ଥୀ ଜୀବନରେ ସଫଳ ହେବାକୁ ଭିତ୍ତିଭୂମି ଯୋଗାଏ। କିନ୍ତୁ ବର୍ଷଟିଏ ଠିକ୍‌ ଭାବେ ପଢ଼ିପାରି ନ ଥିବା ଛାତ୍ରୀଛାତ୍ରମାନେ ବିଷୟବସ୍ତୁକୁ ନେଇ ଅନେକ ସନ୍ଦେହରେ ଥିବାବେଳେ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତଙ୍କୁ ପାସ୍‌ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ଯଦିଓ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିିଁ, ତଥାପି ଏପରି ନିଷ୍ପତ୍ତି ନିଆଯାଉଥିବା ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଜାରି ରହିଥିବାରୁ ଆଗାମୀ ଦିନରେ ପ୍ରାଥମିକ ସ୍କୁଲ ଖୋଲାଯାଇ ପିଲାଙ୍କ ପରୀକ୍ଷା କରାଯିବ ବୋଲି ଅନେକେ ଆଶାବ୍ୟକ୍ତ କରିଥିଲେ। ହେଲେ କରୋନା ସଂକ୍ରମଣ ଦେଶରେ ବଢ଼ୁଥିବାରୁ ସରକାର ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ଏକ ନିଷ୍ପତ୍ତି ନେଉଥିବା କୁହାଯାଉଛି। ଫଳରେ ବର୍ଷଟିଏ ହେଲା ସ୍କୁଲ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ଆହୁରି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏହା କେବଳ ଶିକ୍ଷା ନୁହେଁ, ସେମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ କ୍ଷତି ପହଞ୍ଚାଇବ ବୋଲି ଅନୁଗୋଳର ଅନେକ ଅଭିଭାବକ ମତ ଦେଇଛନ୍ତି। ତେବେ ଉପର ଶ୍ରେଣୀକୁ ଡେଉଁଥିବା ପିଲାମାନେ ଯେପରି ଦକ୍ଷତାରେ ପଛରେ ନ ପଡ଼ନ୍ତି ସେ ନେଇ ସରକାର କିଛି ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି।

ବହୁ ପାଠ ଅବୁଝା ରହିଯିବ
ବିନା ପରୀକ୍ଷାରେ ଶ୍ରେଣୀ ଉତ୍ତୀର୍ଣ୍ଣ ଦ୍ୱାରା ପିଲାମାନଙ୍କ ଦକ୍ଷତା ପ୍ରତିପାଦନ ହୋଇପାରିବ ନାହିଁ। ଅନ୍‌ଲାଇନ ଶିକ୍ଷା ସମସ୍ତଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚି ନ ଥିବାରୁ ଅବୁଝା ରହିଥିବା ପାଠ ସେମାନେ ଆଉ ବୁଝିବାକୁ ଆଗ୍ରହ ରଖିବେ ନାହିଁ। ତାହା ସେମାନଙ୍କୁ ଶିକ୍ଷାରେ ପଛରେ ପକାଇ ଦେବ। କିନ୍ତୁ କରୋନା ପରିସ୍ଥିତି ସରକାରଙ୍କୁ ଏପରି କରିବାକୁ ବାଧ୍ୟ କରିଛି।
– ସରୋଜ ପାଣିଗ୍ରାହୀ, ପ୍ରଧାନଶିକ୍ଷକ ଟାଉନ ହାଇସ୍କୁଲ

ସ୍କୁଲ ଯିବା ଖୁସି ପିଲାଙ୍କୁ ମିଳୁନି
ବର୍ଷେ ହେଲା ସ୍କୁଲ ବନ୍ଦ ରହିଛି। କେବଳ ୯ମ ଓ ୧୦ ଶ୍ରେଣୀ ପିଲାଙ୍କ ପାଇଁ କେତେକ ସ୍କୁଲ ଖୋଲାଯାଇ ପଢ଼ା ହେଉଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ଘରେ ବସି ରହିଛନ୍ତି। ଅନ୍‌ଲାଇନ କ୍ଲାସ ଶିକ୍ଷାର ଉପଯୁକ୍ତ ସୁଯୋଗ ଦେଉ ନ ଥିବାବେଳେ ସ୍କୁଲ ଯାଇ ଘରକୁ ଫେରିବା ବେଳର ଖୁସି ପିଲାମାନେ ପାଉନାହାନ୍ତି।

-ଅନସୂୟା ଦେହୁରୀ, ଅଭିଭାବକ

ପୁଣି ନିରାଶ ହେବାକୁ ପଡ଼ିଲା
କରୋନା ସଂକ୍ରମଣ ହ୍ରାସକୁ ଦେଖି ସରକାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରେ ଖୋଲାଯିବା ବୋଲି ଆଶା କରାଯାଉଥିଲା। ଫଳରେ ସ୍କୁଲ ଯାଇ ପଢ଼ିବା ଓ ସାଙ୍ଗସାଥୀଙ୍କ ସହ ଖେଳିବାର ସୁଯୋଗ ବର୍ଷେ ପରେ ପାଇବୁ ବୋଲି ଭାବିଥିଲୁ। ହେଲେ ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଖୋଲାଯିବନି କି ପରୀକ୍ଷା ହେବନି ବୋଲି କହିଲେଣି। ଏହା ଆମକୁ ନିରାଶ କରିଛି।
-ଶମ୍ବୁନାଥ ଦେହୁରୀ, ଛାତ୍ର

ପ୍ରାଥମିକ ଶିକ୍ଷା କ୍ଷତିଗ୍ରସ୍ତ ହୋଇଛି
କରୋନା ପରିସ୍ଥିତି ଯୋଗୁ ପ୍ରାଥମିକ ଶିକ୍ଷା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଥିଲାବାଲାଙ୍କ ପିଲା ଟ୍ୟୁଶନ କରି ଯାହା ଯେମିତି ପାଠ ପଢ଼ିଛନ୍ତି। କିନ୍ତୁ ଗରିବ ଲୋକଙ୍କ ପିଲାମାନେ ସେଥିରୁ ବଞ୍ଚିତ ରହିଛନ୍ତି। ଏପରି ଛାତ୍ରୀଛାତ୍ରଙ୍କ ମୂଳଦୁଆ ମଜଭୁତ ନ କରି ଉପର ଶ୍ରେଣୀକୁ ପଠାଗଲେ ସେମାନେ ଆଗାମୀ ଦିନରେ ଉପଯୁକ୍ତ ଦକ୍ଷତା ଦେଖାଇପାରିବେ ନାହିଁ।
-ପବିତ୍ର ମୋହନ ସାହୁ, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri