ଲକ୍ଷ୍ମଣରେଖା ଡିଅଁ ନାହିଁ

ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କୁ ଭେଟି ତାଇଓ୍ବାନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଇଓ୍ବାନ ପ୍ରତି ବେଜିଂର ବଳପୂର୍ବକ ଏବଂ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ବାଇଡେନ୍‌ ବିରୋଧ କରିଛନ୍ତି। ଜିନ୍‌ଜିଆଙ୍ଗ, ତିବ୍ବତ ଏବଂ ହଂକଂରେ ବେଜିଂର କାର୍ଯ୍ୟ ମାନବାଧିକାର ଉଲ୍ଲଂଘନ କରୁଥିବା ନେଇ ଆମେରିକା ରାଷ୍ଟ୍ରପତି ଚିନ୍ତାବ୍ୟକ୍ତ କରିଛନ୍ତି। ସୋମବାର ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ସାକ୍ଷାତ୍‌ ଆଲୋଚନା ହୋଇଛି। ତେବେ ଜିନ୍‌ପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିକାଶ ପାଇଁ ପ୍ରତିଯୋଗିତା ନିମନ୍ତେ ବିଶ୍ୱ ବହୁତ ବଡ଼। ତେଣୁ ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ଲକ୍ଷ୍ମଣରେଖା ଅତିକ୍ରମ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଆମେରିକାକୁ ଚ୍ୟାଲେଞ୍ଜ କରିବା କିମ୍ବା ବର୍ତ୍ତମାନର ଅନ୍ତର୍ଜାତୀୟ ଧାରାକୁ ବେଜିଂ ବଦଳାଇବାକୁ ଚାହେଁ ନାହିଁ ବୋଲି ଜିନ୍‌ପିଙ୍ଗ ସ୍ପଷ୍ଟ କରିଦେଇଛନ୍ତି।
‘ଏକ ଚାଇନା ନୀତି’କୁ ଆମେରିକା ସମର୍ଥନ କରେ ବୋଲି ବୈଠକ ଶେଷରେ ବାଇଡେନ୍‌ ଖବରଦାତା ସମ୍ମିଳନୀରେ ଦୋହରାଇଛନ୍ତି। ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଚଳାଇଥିବା ଦୁଇ ମହାଶକ୍ତି ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବା ଏହି ଆଲୋଚନାର ଉଦ୍ଦେଶ୍ୟ। ଚାଇନା ସହ ନୂଆ ଶୀତଳ ଯୁଦ୍ଧ ହେବା ଆବଶ୍ୟକ ନ ଥିବା ସେ ବିଶ୍ୱାସ କରନ୍ତି ବୋଲି ବାଇଡେନ୍‌ କହିଛନ୍ତି। ଆଣବିକ ଯୁଦ୍ଧ ହେବା ଆଦୌ ଉଚିତ ନୁହେଁ, କାରଣ ଏହାଦ୍ୱାରା କାହାର ବିଜୟ ହେବ ନାହିଁ ବୋଲି ବାଇଡେନ୍‌ ଓ ଜିନ୍‌ପିଙ୍ଗ ସହମତ ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ୯ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଅଣୁଅସ୍ତ୍ର ପ୍ରୟୋଗ ଧମକ ଦେଉଥିବାରୁ ଦୁଇ ନେତା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri