ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଅନ୍ତିମ ସନ୍ଧ୍ୟାରେ ଆଳତି ଦେଖିବାକୁ ଲୋକାରଣ୍ୟ ହୋଇଉଠିଥିଲା ସାରା ସହର।
ମିଳିତ ଭସାଣି ଶୋଭାଯାତ୍ରାରେ ୩୮ ମେଢ଼ ସାମିଲ ହେବେ। ପୂର୍ବାହ୍ନ ୯ଟା ସୁଦ୍ଧା ସମସ୍ତ ମେଢ ପ୍ରତିଷ୍ଠାନ ଛାଡ଼ିବେ। ରାତି ସାଢ଼େ ୧୧ଟା ମଧ୍ୟରେ ବିସର୍ଜନ ପର୍ବ ଶେଷ ହେବ। ପରମ୍ପରା ଅନୁଯାୟୀ ୧ନଂ. ମେଢ଼ ମିନାବଜାର ପ୍ରଥମେ ଯିବ। ଏହା ପଛକୁ ଜବାହରଚୌକ, ଲକ୍ଷ୍ମୀବଜାର ଏବଂ ଅନ୍ୟମାନେ କ୍ରମିକ ସଂଖ୍ୟା ଅନୁଯାୟୀ ଯିବେ। ମେଢ଼ ମଧ୍ୟରେ ସର୍ବନିମ୍ନ ୫୦ ଫୁଟ ବ୍ୟବଧାନ ରହିବ ବୋଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଭସାଣି ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ସାଉଣ୍ଡ ନିଷିଦ୍ଧ କରାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୪ ଘଣ୍ଟା ପୂର୍ବରୁ ସହରର ସମସ୍ତ ମଦ ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ଏଡ଼ାଇବାକୁ ୨୭ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍‌ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭିନ୍ନ ବଜାରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ମେଢ଼ଗୁଡ଼ିକ ନିଜ ଆସ୍ଥାନରୁ ବାହାରି ଗଣେଶ ବଜାର, ରଥଗଡ଼ା, କୈବଲ୍ୟବଜାର ରାଜବାଟୀ, ଦୁର୍ଗାବଜାର, ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକ ଦେଇ ପୂର୍ତ୍ତ ବିଭାଗ ରାସ୍ତାରେ କାଠଶଙ୍ଖ ଆଡ଼କୁ ବିସର୍ଜନ ପାଇଁ ଯିବେ। ଅନ୍ୟ କେତେକ ମେଢ଼ ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକଠାରୁ ବସଷ୍ଟାଣ୍ଡ, ଗୁଡିଆନାଳୀ ଦେଇ କୁଞ୍ଜକାନ୍ତ ପୋଖରୀରେ ବିସର୍ଜନ କରିବା ଲାଗି ନିର୍ଦ୍ଧାରିତ ହୋଇଛି। ସେହିପରି ଆଉ କେତେକ ମେଢ଼ ଗଣେଶ ବଜାରଠାରୁ ରଥଗଡ଼ା ଓ ଦେଉଳସାହି ଦେଇ ଯାଉଁଳିପୋଖରୀ ଏବଂ ଦଣ୍ଡ ପୋଖରୀକୁ ଯିବେ। ଅବଶିଷ୍ଟ ମେଢ଼ଗୁଡ଼ିକ ବାଜିଚୌକ, ରାମେଶ୍ୱରପୁର ଦେଇ ସିମିଳିଆ ପୋଖରୀରେ ବିସର୍ଜନ ହେବେ। ଜୁବିଲିଟାଉନ-୨ ଓ କୈବଲ୍ୟବଜାର ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ଲାଗିଥିବାରୁ ସମ୍ପୃକ୍ତ ରୁଟ୍‌ରେ ଅଧିକ ପୋଲିସ ମୁତୟନ କରାଯାଇଛି।
ପୂର୍ବାହ୍ନ ୯ଟାରେ ମିନାବଜାରଠାରେ ଜିଲାପାଳ ସରୋଜ ସେଠୀ ନଡ଼ିଆ ଭାଙ୍ଗି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିବେ। ଏସ୍‌ପି ଲାଗୋନୟାଗୀ ଦିବ୍ୟା ଭି.ଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟି ଏବଂ ମିନାବଜାର ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲାପାଳ, ଏସ୍‌ପି, ମିଳିତବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ ଦଳେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?