ବୃକ୍ଷର ଦାନ

ଡ. ଅଜୟ କୁମାର ପାତ୍ର

 

ଥରେ ଦେଶର ଜନକ ମହାତ୍ମା ଗାନ୍ଧୀ ଲୋଭାନ୍ବିତ ମଣିଷର କାର୍ଯ୍ୟ ପ୍ରଣାଳୀରେ ବ୍ୟଥିତ ହୋଇ କହିଥିଲେ, ”ଆମର କ୍ଷୁଧା ଦୂର କରିବାପାଇଁ ଏ ପୃଥିବୀ ସର୍ବଶ୍ରେଷ୍ଠ ସ୍ଥଳ। ଆଗାମୀ ସହସ୍ର ବର୍ଷ ପର୍ଯ୍ୟନ୍ତ କ୍ଷୁଧା ମେଣ୍ଟାଇବାରେ ସକ୍ଷମ। ମାତ୍ର ଲୋଭ ପାଇଁ ଏ ପୃଥିବୀ ଅତି କ୍ଷୁଦ୍ର।“ ବାସ୍ତବିକ କାମନାର ବିନାଶରେ ପ୍ରକୃତିର ସୁରକ୍ଷା ନିଶ୍ଚିତ; ଅନ୍ୟଥା ଏ ନୈସର୍ଗିକ ପୃଥିବୀର ଆୟୁଷ କ୍ଷଣସ୍ଥାୟୀ। ପୁନଶ୍ଚ ଗବେଷଣାଲବ୍ଧ ଜ୍ଞାନରୁ ଜଣାଯାଇଛି ଯେ ଗୋଟିଏ ସବୁଜ ବୃକ୍ଷରେ ପ୍ରାୟ ୧୦ରୁ ୧୫ ପ୍ରଜାତିର କ୍ଷୁଦ୍ର ଓ ବୃହତ୍‌ ପ୍ରାଣୀ ସୁଖ ସ୍ବାଚ୍ଛନ୍ଦ୍ୟ ତଥା ଭାବନାଶୂନ୍ୟ ଓ ଚିନ୍ତାରହିତ ଜୀବନ ନିର୍ବାହ କରନ୍ତି। ଗୋଟିଏ ବୃକ୍ଷର ସମୁଦାୟ ପ୍ରାଣୀ ସଦସ୍ୟ ସଂଖ୍ୟା ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ହେବ। ବୃକ୍ଷଟିଏ କାଟିଦେଲେ ଏକ ହଜାରରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ବୃହତ୍‌ ପ୍ରାଣୀ ବେସାହାରା ହୋଇଯିବେ। ଫଳରେ ପରିବେଶ ତା’ର ଭାରସାମ୍ୟ ହରାଇବ। କେବଳ ସେତିକି ନୁହେଁ, ଗୋଟିଏ ବଡ଼ ବୃକ୍ଷର ଛତ୍ରଛାୟା ତଳେ ବିକ୍ଷିପ୍ତ ଆଲୋକରେ ମୁଣ୍ଡ ଟେକିଥିବା ବିରଳ ପ୍ରଜାତିର ଔଷଧୀୟ ଗୁଳ୍ମ, ବୃକ୍ଷର ନିଧନ ସହିତ ଧ୍ୱଂସ ପାଇଯିବେ। କାରଣ ଏହି କ୍ଷୁଦ୍ର ଦରକାରୀ ଗୁଳ୍ମଗୁଡ଼ିକ ତୀର୍ଯକ ସୂର୍ଯ୍ୟକିରଣରେ ବଢ଼ିପାରନ୍ତି ନାହିଁ। ବୃକ୍ଷର ମାଟି ଧାରଣ ଶକ୍ତି ଅତ୍ୟନ୍ତ ଉଚ୍ଚକୋଟୀର। ମାଟିଧାରଣ ସହିତ ଜଳଧାରଣ ଶକ୍ତି ବଳରେ ଭୂସ୍ତରର ଜଳସ୍ତରକୁ ନିୟନ୍ତ୍ରଣ କରିଥାଏ। ବୃକ୍ଷଟି କାଟିଦେଲେ ଯଥେଷ୍ଟ ମୃତ୍ତିକା ଧୋଇଯାଇ ନାଳ ମାଧ୍ୟମରେ ନଦୀରେ ପଡ଼ି ନଦୀ ଅଗଭୀର ହୋଇଯାଏ। ଫଳରେ ଗ୍ରୀଷ୍ମଋତୁରେ ନଦୀ ଶୁଷ୍କ ହୋଇ ଜଳକଷ୍ଟ ଅନୁଭୂତ ହୁଏ। ଅଗଭୀର ନଦୀ ପାଣି ଶୀଘ୍ର ଉତ୍ତପ୍ତ ହୋଇ ମତ୍ସ୍ୟ ପ୍ରଜନନ ଓ ମତ୍ସ୍ୟ ଅଭିବୃଦ୍ଧିରେ ଘୋର ବାଧା ସୃଷ୍ଟି କରାଏ। ନଦୀ ଓ ନାଳରୁ ମାଛ ଧୀରେ ଧୀରେ ଲୋପ ପାଇଯାଏ। ଗବେଷକ କହିଛନ୍ତି, ୨୦୮୦ ସୁଦ୍ଧା ମାଛର ୩୦% ପ୍ରଜାତି ନିଶ୍ଚିହ୍ନ ହେବାର ଆଶଙ୍କା ଦେଖାଗଲାଣି। ଉଲ୍ଲେଖ କରାଯାଇପାରେ ଯେ ବିଶ୍ୱର ଶତକଡ଼ା ଷାଠିଏ ପ୍ରତିଶତ ପୁଷ୍ଟିସାର ଖାଦ୍ୟ ମାଛରୁ ମିଳିଥାଏ। ଗବେଷଣା ତଥ୍ୟକୁ ଆଧାର କରି କୁହାଯାଇଛି ପୃଥିବୀ ପୃଷ୍ଠରେ ଦୁଇ ଇଞ୍ଚ ମୃତ୍ତିକା ଗଠନ ନିମନ୍ତେ ପ୍ରକୃତିକୁ ଦୁଇଶହ ବର୍ଷ ଲାଗିଥାଏ, ମାତ୍ର ଅବିବେକୀ ମଣିଷ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରକୃତିର ଦୁଇବର୍ଷର କଠିନ ପରିଶ୍ରମକୁ ବିଫଳ କରିଦିଏ। ଉର୍ବର ଓ ଉପତ୍ାଦନକ୍ଷମ ମୃତ୍ତିିକା ଗଠନରେ ବୃକ୍ଷର ଅବଦାନ ଅତୁଳନୀୟ। ବୃକ୍ଷର ନିଧନରେ ଏହି ଅତ୍ୟନ୍ତ ଉପକାରୀ ଅଣୁକୀଟଗୁଡ଼ିକର ନିଧନ ଘଟେ, ଫଳରେ ବୃକ୍ଷହୀନ ଭୂମି କାଳକ୍ରମେ ମରୁଭୂମିରେ ପରିଣତ ହୁଏ। ଦେଖାଯାଇଛି ଯେ ଯଦି ବାହାରର ତାପମାତ୍ରା ୪୦ଡିଗ୍ରୀ, ସେତେବେଳେ ବୃକ୍ଷ ତଳର ତାପମାତ୍ରା ୩୦ଡିଗ୍ରୀ ହୋଇଥାଏ। ଅର୍ଥାତ୍‌ ବୃକ୍ଷ ନିଜସ୍ବ ସ୍ବକୀୟ ଗୁଣ ବଳରେ ପ୍ରଚଣ୍ଡ ତାପକୁ ମଧ୍ୟ ବଶୀଭୂତ କରିପାରେ। ବୃକ୍ଷ ଟନ ଟନ ଅମ୍ଳଜାନ ଯୋଗାଇ ଲକ୍ଷାଧିକ ଜୀବନ ବଞ୍ଚାଇପାରିଛି। ବୃକ୍ଷର ଇତିହାସ ଯେମିତି ଚମକପ୍ରଦ, ତା’ର ଭୂଗୋଳ ମଧ୍ୟ ସେହିପରି ଅତ୍ୟନ୍ତ ଚିତ୍ତାକର୍ଷକ। ହେଲେ ଏ ଅପରିଣାମଦର୍ଶୀ ମାନବ ବୃକ୍ଷକୁ ହେୟଜ୍ଞାନ କରି ନିଜର ଅନ୍ତ ପାଇଁ ନିଜେ ହିଁ ଗର୍ତ୍ତ ଖୋଳୁଛି।
ଯେଉଁ ରାଜଧାନୀ ଭୁବନେଶ୍ୱର ଏକଦା ବୃକ୍ଷବହୁଳ ଶ୍ୟାମଳିମାରେ ସୁଶୋଭିତ ଥିଲା; ଶୀତ ଋତୁରେ ଶୈତ୍ୟର ପ୍ରାଦୁର୍ଭାବ, ମୌସୁମୀରେ ବର୍ଷାକାଳୀନ ସବୁଜିମା ଓ ଋତୁରାଜ ବସନ୍ତରେ କୋକିଳର ମଧୁର ସ୍ବନ ଆଜି ସେଠାରେ ବିରାଜମାନ କରୁଛି ମଣିଷକୃତ କଙ୍କ୍ରିଟ ଜଙ୍ଗଲ। ଏଠାରେ ବିକାଶ ନାମରେ ଶହ ଶହ ଗଛ କଟାଯାଉଛି। ସହରୀକରଣ ପାଇଁ କେବଳ ଭୁବନେଶ୍ୱରର ୯୩% ଘଞ୍ଚ ଜଙ୍ଗଲ ନଷ୍ଟ ହେଲାଣି, ଅନାବାଦୀ ଓ କୃଷି ଜମି ପ୍ରାୟ ୫୨.୩% ରୁ ୧୯.୩%କୁ ହ୍ରାସ ପାଇଲାଣି। ୮୨.୯୪% ଚାଷ ଜମି ସହରୀ ଜମିରେ ପରିଣତ ହୋଇଛି। ଶହ ଶହ ଗଛ କାଟି ଦିଆଯିବା ଦ୍ୱାରା ଛାଇ ଟିକିଏ ମିଳୁନାହିଁ। ବୋଝ ଉପରେ ନଳିତା ବିଡ଼ା ସଦୃଶ ପୁନଶ୍ଚ ବୃକ୍ଷ ନିଧନ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ବୃକ୍ଷ ଜୀବନର ଉତ୍ସ, ବଞ୍ଚିବାର ରାହା ଦେଖାଏ, ଜୀବନଧାରଣର ମାନଦଣ୍ଡ ବଢାଏ। ତା’ହେଲେ କ’ଣ ବିକାଶ ପାଇଁ ବୃକ୍ଷ ଛେଦନ ଅତ୍ୟନ୍ତ ଜରୁରୀ? ଯଦି ଜରୁରୀ, ତା’ ହେଲେ ବୃକ୍ଷ କଟା ନ ଯାଇ ତାହାକୁ ବିଜ୍ଞାନ ପ୍ରଣାଳୀରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ଅଦରକାରୀ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିଥାନ୍ତା: ରାସ୍ତା ନିର୍ମାଣ କ୍ଷେତ୍ରରେ ରାସ୍ତାର ଦିଗ ପରିବର୍ତ୍ତନ କରି ବୃକ୍ଷକୁ ସୁରକ୍ଷିତ ରଖାଯାଇ ରାସ୍ତା ନିର୍ମାଣ କରାଯାଇ ପାରନ୍ତା। ମାତ୍ର ତାହା କରାଯାଉନାହିଁ। ଗୋଟିଏ ଗଛ କାଟିଲେ ଏଠାରେ ଅନୂ୍ୟନ ୩ଟି ଗଛ ରୋପଣ କରିବା ବିଧେୟ। ଅଧିକନ୍ତୁ ଭୁବନେଶ୍ୱରର ଦୂରବର୍ତ୍ତୀ ଅଞ୍ଚଳରେ ଅନେକ ଅନୁର୍ବର ଓ ଅନାବଶ୍ୟକ ଜମି ରହିଛି, ଯେଉଁଠି ପରିବେଶର ଭାରସାମ୍ୟ ରକ୍ଷାକରି ଆପାର୍ଟମେଣ୍ଟ ତିଆରି କରାଯାଇପାରନ୍ତା। ବୃକ୍ଷ ଛେଦନରୁ ନିବୃତ ରୁହନ୍ତୁ। ବୃକ୍ଷର ସୁରକ୍ଷା ହିଁ ଆମର ସୁରକ୍ଷା। ବୃକ୍ଷକୁ ବଞ୍ଚିବାକୁ ଦିଅ, ବଞ୍ଚିବା ସେମାନଙ୍କ ଅଧିକାର, ସେବାକରିବା ସେମାନଙ୍କ ଧର୍ମ। ସେମାନଙ୍କୁ ଏଥିରୁ ନିବୃତ କରନାହିଁ। ହେ ମଣିଷ କାନ ପାତି ଶୁଣ ବୃକ୍ଷର ଅଧୁରା କାହାଣୀ:
‘ମୁଁ ବରଗଛ! ଆପଣମାନଙ୍କର ଅଚିହ୍ନା ବୁଢ଼ା ବରଗଛ। ଆପଣମାନେ ହୁଏତ ମୋତେ ଚିହ୍ନି ପାରିବେନି। ମାତ୍ର ମୁଁ ଆପଣଙ୍କୁ ଚିହ୍ନିଛି। ଅନ୍ତୁଡ଼ିଶାଳରୁ ଏ ଭୁବନେଶ୍ୱରକୁ ପାଳିପୋଷି ବଡ଼ କରାଇଛି। ମାତ୍ର ଆଜି ମୋର ଆୟୁଷ କମି ଆସିଛି। ମୁଁ ଆଜି ଅଲୋଡ଼ା, ଅଦରକାରୀ। ବଡ଼ବଡ଼ିଆଙ୍କ ଆକ୍ରୋଶର ଶିକାର ହୋଇଛି। ମୁଁ କଥା କି ଆପତ୍ତି କରିପାରେନା କେବଳ ଶୁଣିପାରୁଛି ଖାଲି କରତର କର୍କଶ ଗଜର୍ର୍ନ। ଆଉ ମାତ୍ର ଅଳ୍ପକ୍ଷଣ, ମୋତେ ଚିର ବିଦାୟ ନେବାକୁ ପଡ଼ିବ। ବିଦାୟ ରାଜଧାନୀ, ଚିର ବିଦାୟ ରାଜଧାନୀବାସୀ!
ପରିବେଶ ବିଜ୍ଞାନୀ ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri