‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍‌ରେ ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ,୧।୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍‌ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି।

ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍‌ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ ଯେ, “ଯଦି ଆପଣ ନିଜକୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ତୁରନ୍ତ ଭେନେଜୁଏଲା ଛାଡ଼ି ପଳାଇଯାଆନ୍ତୁ।”

ଟ୍ରମ୍ପ, ମାଦୁରୋ, ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଏବଂ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଦେଶରୁ ବାହାରି ଯିବାର ପ୍ରସ୍ତାବ ଦେଇଥିଲେ। ତେବେ ତୁରନ୍ତ ଦେଶ ଛାଡ଼ିବାକୁ ଥିବା ସର୍ତ୍ତକୁ ଭେନେଜୁଏଲା ପ୍ରତ୍ୟାଖ୍ୟାନ କରିବାରୁ ଆଲୋଚନା ବିଫଳ ହୋଇଥିଲା।

ଆମେରିକାରେ ଭେନେଜୁଏଲା ଦେଇ ହେଉଥିବା ଡ୍ରଗ୍ସ ଚାଲାଣ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଟ୍ରମ୍ପ ନିକଟରେ ଭେନେଜୁଏଲାର ଏୟାରସ୍ପେସ୍ ବନ୍ଦ କରିବାକୁ ଘୋଷଣା କରିଥିଲେ। ମାଦୁରୋ ସରକାର ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡ ବିରୁଦ୍ଧରେ ଏକ ସ୍ୱାଧୀନ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସିଧାସଳଖ ଧମକ ବୋଲି କହିଥିଲେ। ଏହି ଘୋଷଣା ପରେ ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି କି ବୋଲି ଅଟକଳ ବୃଦ୍ଧି ପାଇଛି।

ଆମେରିକା ଲଗାତାର ଅଭିଯୋଗ କରୁଛି ଯେ ଭେନେଜୁଏଲା ମାଧ୍ୟମରେ ଆମେରିକାକୁ ଡ୍ରଗ୍ସ ଯୋଗାଣ ହେଉଛି। ଏହି କାରଣରୁ କ୍ୟାରିବିଆନ୍ ସାଗରରେ ଆମେରିକା ଗତ କିଛି ସପ୍ତାହ ମଧ୍ୟରେ ଆକ୍ରମଣ ବଢ଼ାଇଛି, ଯେଉଁଥିରେ ୨୦ରୁ ଅଧିକ ଜାହାଜ ଉପରେ ଆକ୍ରମଣ ହୋଇଛି ଏବଂ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ରାଷ୍ଟ୍ରପତି ଟ୍ରମ୍ପ ଗୁରୁବାର ‘ଥ୍ୟାଙ୍କସ୍‌ଗିଭିଂ ଡେ’ ଅବସରରେ ସୈନିକମାନଙ୍କୁ ସମ୍ବୋଧିତ କରି କହିଥିଲେ: “ଆମେ ସେମାନଙ୍କୁ ସୀମାରେ ଅଟକାଇବା ଆରମ୍ଭ କରିବୁ। ସୀମାରେ କାର୍ଯ୍ୟାନୁଷ୍ଠାନ ସହଜ ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।” ଏହି ଅଞ୍ଚଳରେ ଏୟାରକ୍ରାଫ୍ଟ କ୍ୟାରିୟର ‘ୟୁଏସ୍ଏସ୍ ଗେରାଲ୍ଡ ଫୋର୍ଡ’ ସମେତ ବହୁ ସଂଖ୍ୟକ ଆମେରିକୀୟ ନୌସେନା ଜାହାଜ ଏବଂ ୧୫,୦୦୦ ମିଲିଟାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?