ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ ଟ୍ରମ୍ଫ, କହିଲେ ଗିରଫ ହେବାକୁ ଯାଉଛି

ଓ୍ବାଶିଂଟନ,୨୨।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ। ସୋମବାର ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କୁ ବାମପନ୍ଥୀ ଜିଲା ଆଟର୍ନି ଫନି ୱିଲିସ ଗିରଫ କରିବେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ଫ ଏବଂ ଅନ୍ୟ ୧୮ ଜଣଙ୍କ ବିରୋଧରେ ଜର୍ଜିଆ ନିର୍ବାଚନରେ ଟାମ୍ପରିଂ ଏବଂ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।
ଜର୍ଜିଆରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ହଟାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ୧୨ ଟି ଠକେଇ, ଅପରାଧୀ ଏବଂ ଦୋଷୀ ଆଦି ଅଭିଯୋଗ ଲଗାଯାଇଛି। ଟ୍ରମ୍ପଙ୍କ ସହ ତାଙ୍କ ପୂର୍ବତନ ଓକିଲ ରୁଡୋଲ୍ଫ ଗିଉଲିଆନି ଏବଂ ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ ମାର୍କ ମେଡୋସଙ୍କ ସମେତ ଅନ୍ୟ 18 ଜଣ ମଧ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୨ଲକ୍ଷ ଡଲାରର ବଣ୍ଡ ଦେବାକୁ ପଡିବ। ଫୁଲଟନ କାଉଣ୍ଟିର ସରିଫ କାର୍ଯ୍ୟାଳୟ କହିଛି ଯେ ଟ୍ରମ୍ପଙ୍କ ଆତ୍ମସମର୍ପଣକୁ ଦୃଷ୍ଟିରେ ରଖି କାଉଣ୍ଟି ଜେଲ ପରିସରରେ ଲୋକଙ୍କ ଗତିବିଧି ବନ୍ଦ ହୋଇଯିବ ଯାହା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିରେ କୌଣସି ସମସ୍ୟା ଉପୁଜିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri