Posted inଫୁରସତ

ପ୍ରଥମ ପିଜା ଡେଲିଭରି ଦେଇଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଡୋମିନୋସ୍‌ ମାଲିକ; କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା ବେଳେ ପରେ ଏହାର ନାମ ଡୋମିନୋସ୍‌ ହୋଇଥିଲା। ଏବେ ଏହା ପିଜାହଟ୍‌ ପରେ ଦ୍ୱିତୀୟ ଲୋକପ୍ରିୟ ପିଜା କମ୍ପାନୀ।

ପିଜା ବ୍ୟବସାୟକୁ ଆସିବାର ୧୪ ମାସ ପରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଟମ୍‌ଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିଥିଲା। ମିଚିଗାନ୍‌ରେ ଥିବା ମାଉଣ୍ଟ ପ୍ଲିଜାଣ୍ଟ ଷ୍ଟୋରରୁ ସେ ପ୍ରଥମ ଅର୍ଡର୍‌ ନେଇ ସେଣ୍ଟ୍ରାଲ ମିଚିଗାନ ୟୁନିଭର୍ସିଟିକୁ ଯାଇଥିଲେ। ଟମ୍‌ ପହଞ୍ଚିବା ବେଳେ ରିସେପସନ୍‌ ଡେସ୍କରେ ବସିଥିବା ଜଣେ ଯୁବତୀଙ୍କ ଆଡକୁ ତାଙ୍କର ଧ୍ୟାନ ଯାଇଥିଲା। ତାଙ୍କୁ ସେ ପିଜା ଦେଇଥିଲେ। ଯୁବତୀଙ୍କ ନାଁ ଥିଲା ମାର୍ଗି।

ସେହିଦିନ ଟମ୍‌ ମନେମନେ ମାର୍ଗିଙ୍କୁ ପସନ୍ଦ କରିଦେଇଥିଲେ। ଉଭୟଙ୍କ ଦ୍ୱିତୀୟ ଭେଟରେ ଟମ୍‌ ମାର୍ଗିଙ୍କୁ ହାର୍ଟ ସେପ୍‌ର ଏକ ପିଜା ଭେଟି ଦେଇଥିଲେ। ଉକ୍ତ ଦିନ ଭ୍ୟାଲେଣ୍ଟାଇନ୍‌ ଡେ ଥିଲା। ପରେ ତୃତୀୟ ଭେଟରେ ସେ ପ୍ରେମରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଏହାର ପରବର୍ଷ ଉଭୟ ବିବାହ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ସ୍ତ୍ରୀଙ୍କ ପାଇଁ ଶହେ କୋଟିର କାର୍‌ କିଣିଲେ ଗରିବ ଦେଶର ରାଜା

ବିଶ୍ୱର ଗରିବ ଦେଶ ଭାବେ ବେଶ୍‌ ଜଣାଶୁଣା ଆଫ୍ରିକାର ସ୍ବାଜିଲାଣ୍ଡ ବା ଏବେକାର ଇସ୍ବାତିନି। ଏଠାରେ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରୁହନ୍ତି...

ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ: ସଂଗ୍ରହାଳୟର ସୁରକ୍ଷା ଲୋଡ଼ା

ସାରା ବିଶ୍ୱରେ ମେ’ ୧୮ରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଅନ୍ତର୍ରାଷ୍ଟ୍ରୀୟ ସଂଗ୍ରହାଳୟ ପରିଷଦ(ଆଇସିଓଏମ୍‌) ସଂଯୋଜନାରେ ପାଳିତ ଏହି ଦିବସ ପ୍ରତିବର୍ଷ ଏକ ସ୍ଲୋଗାନ...

ଚଳନ୍ତା ଟେବୁଲ ଫ୍ୟାନକୁ ଜିଭରେ ଅଟକାଇ ରେକର୍ଡ

ନାଁ ଏବଂ ପ୍ରସିଦ୍ଧି ଲାଭ କରିବା ଲାଗି ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି। କିଛି ବ୍ୟକ୍ତିଙ୍କୁ ଏହା ଶର୍ଟକଟ୍‌ରେ ମିଳିଯାଉଥିବା ବେଳେ କିଛି ଲୋକ...

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ନୂଆ ବର୍ଷକୁ ନେଇ କିଛି ଅଜବ ପ୍ରଥା

* ଶ୍ରୀଲଙ୍କାରେ ଏହି ଦିନ ପ୍ରତିଘରେ ମାଟିପାତ୍ରରେ କ୍ଷୀର ଫୁଟେଇବାର ପ୍ରଥା ରହିଛି। ଏହାବ୍ୟତୀତ ଏହି ଅବସରରେ ଚାଉଳ ଏବଂ ନଡିଆ ତେଲରେ ଏକ ପ୍ରକାର...

ସାରୁ ପତ୍ରରେ ଖେଳୁଛି ଦୁଇ ମୁଣ୍ଡିଆ ସାପ: କାମୁଡିଲେ ମୃତ୍ୟୁ ସୁନିଶ୍ଚିତ!

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ...

କେନାଲ୍‌ ମ୍ୟାନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ବିହାରର କେନାଲ୍‌ ମ୍ୟାନ୍‌ କୁହାଯାଉଥିବା ଲାଉଙ୍ଗି ଭୁୟାଁଙ୍କ ଟ୍ରାକ୍ଟର ଉପହାର ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗୟା ଜିଲାର ଲହଥୁଆ ଅଞ୍ଚଳର କୋଠିଲାୱା ଗାଁରେ...

ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ସାରା ବିଶ୍ୱରେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି...

Advertisement


Archives

Model This Week