ପରିବାରରେ ହିଂସା

ସ୍ନେହଶ୍ରଦ୍ଧା ଓ ଉତ୍ତମ ବୁଝାମଣା ପାରିବାରିକ ସମ୍ପର୍କକୁ ମଜଭୁତ କରେ। କିନ୍ତୁ ଏବେ ହୁଏତ ଏହାର ଅଭାବ ଯୋଗୁ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଓ ଅଶାନ୍ତି ଦେଖାଯାଉଛି ଏବଂ ଏହା ଚରମସୀମାରେ ପହଞ୍ଚି ଯାଉଛି । କ୍ଷୁଦ୍ର ପରିବାର ସଂଖ୍ୟା ଯେତେ ବଢ଼ିଚାଲିଛି ସେହି ଅନୁପାତରେ ଘରୋଇ ହିଂସା ଓ ତଜ୍ଜନିତ ମୃତ୍ୟୁ ବୃଦ୍ଧି ପାଉଥିବା ଦେଖାଯାଉଛି। ଜୁଲାଇ ୨୪ରେ ଓଡ଼ିଶାର ଦୁଇଟିି ଓ ମହାରାଷ୍ଟ୍ରର ପୁଣେରେ ଗୋଟିଏ ଘଟଣାକୁ ଯଦି ଦେଖାଯାଏ ତେବେ ଘରୋଇ ହିଂସା ବା ବିବାଦ ଦେଶ ସାରା ବ୍ୟାପିବା ଭଳି ମନେହେଉଛି। ରାଜ୍ୟରେ ଦୁଇଟି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଣେ ସହରର ଆସିଷ୍ଟାଣ୍ଟ ପୋଲିସ କମିଶନର ତାଙ୍କ ସ୍ତ୍ରୀ ଓ ପୁତୁରାକୁ ଗୁଳିକରିବା ପରେ ନିଜେ ଆମତ୍ହତ୍ୟା କରିଛନ୍ତି। ଘରୋଇ ହିଂସା କେବଳ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ବାପ-ପୁଅ, ଭାଇ-ଭାଇ, ମା’ବାପା ଓ ସନ୍ତାନଙ୍କ ବିବାଦ ଯାଏ ଲମ୍ବିଛି। ପରିବାରରେ ଥିବା ବୁଢ଼ାବୁଢ଼ୀ କିମ୍ବା ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ସମ୍ପର୍କୀୟଙ୍କ ଯନତ୍ କିଏ ନେବ ବୋଲି ପ୍ରଶ୍ନକୁ ନେଇ ଅନେକ ବିବାଦ ଉପୁଜୁଥିବା ଦେଖାଯାଏ। ବହୁ ସମୟରେ ଏହାର ଶେଷ ପରିଣାମ ଭୟଙ୍କର ହେଉଛି। ବିବାଦର ସାମାଜିକ କିମ୍ବା ଆଇନଗତ ସମାଧାନରେ ଶିଥିଳତା ଏହାର କାରଣ ବୋଲି କୁହାଯାଇପାରେ। ଉଦାହରଣ ଭାବେ କେବଳ ମହିଳା ବିରୋଧୀ ପାରିବାରିକ ହିଂସାକୁ ଲକ୍ଷ୍ୟ କରାଯାଉ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୦୧ରୁ ୨୦୧୮ରେ ଏହି ହିଂସା ୫୩% ବୃଦ୍ଧିପାଇଛି। ମହିଳାଙ୍କ ସୁରକ୍ଷା ଲାଗି ଆଇନ କରାଯାଇଛି। କିନ୍ତୁ ନ୍ୟାୟିକ ବିଚାର ଏତେ ଧିମା ଯେ ଏ ସମ୍ପର୍କିତ ମାମଲାର ତ୍ୱରିତ ବିଚାର କରାଯାଇପାରୁନାହିଁ। ସୁପ୍ରିମକୋର୍ଟଙ୍କ ଅନୁଯାୟୀ କେବଳ ମହିଳା ବିରୋଧୀ ଘରୋଇ ହିଂସାର ୪.୭ ଲକ୍ଷ ମାମଲା ଦେଶର ସବୁ ଜିଲାରେ ପଡ଼ିରହିଛି। ମାନବ ସମ୍ବଳ ଅଭାବ ଯୋଗୁ ଏହାର ବିଚାର କଷ୍ଟକର ହୋଇପଡ଼ିଛି। ଚିନ୍ତାର ବିଷୟ ହେଉଛି, କେତେକ ରାଜ୍ୟରେ ଏଥିପାଇଁ ସ୍ବତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ମଧ୍ୟ କରାଯାଇପାରିନାହିଁ। ଏପରିକି କେନ୍ଦ୍ରର ମିଶନ ଶକ୍ତି ଯୋଜନାରେ ଘରୋଇ ନିର୍ଯାତନାକୁ ରୋକିବା ଲାଗି ଓ ପୀଡ଼ିତାଙ୍କୁ ସହଯୋଗ କରିବାକୁ ବିଭିନ୍ନ ଜିଲାରେ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲେ ବି କର୍ମଚାରୀ ଅଭାବରୁ ଏଥିରୁ ଅଧିକାଂଶ ବନ୍ଦ ହୋଇଯାଇଛି ବୋଲି ୨୦୧୯ର ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା କହିଲାବେଳକୁ ଏଠାରେ ଯୋଡ଼ିବାକୁ ହେବ ଯେ, ପାରିବାରିକ କନ୍ଦଳରେ ସରକାରୀ ହସ୍ତକ୍ଷେପ ଅଧିକାଂଶ ସମୟରେ ସମ୍ଭବପର ହୁଏ ନାହିଁ। ତେବେ କେବଳ ମହିଳାବିରୋଧୀ ହିଂସା ନୁହେଁ ଅନ୍ୟ ସବୁ ପ୍ରକାର ଘରୋଇ ହିଂସା ଅନଗ୍ରସର ସାମାଜିକ ସ୍ଥିତି, ଆର୍ଥିକ ସଙ୍କଟ ଓ ବ୍ୟବସ୍ଥାଗତ ସହଯୋଗର ଅଭାବ ଯୋଗୁ ବଢ଼ିବାରେ ଲାଗିଛି।
ଭାରତରେ ଘରୋଇ ହିଂସାକୁ ଦେଖିଲେ ଏହା ଯେଉଁଭଳି ବଢ଼ିଚାଲିଛି ତାହା ଚିନ୍ତାଜନକ। ମୁଖ୍ୟତଃ କୋଭିଡ୍‌ ମହାମାରୀ ପରେ ଏହା ଅଧିକ ହୋଇଛି। ବ୍ରିଟେନ୍‌ର ଓ୍ବାର୍‌ଓ୍ବିକ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବେରୋଜଗାର ହାର ବଢୁଥିବାରୁ ଘରୋଇ ହିଂସା ବୃଦ୍ଧିପାଉଛି। ଏଥିରୁ ସ୍ପଷ୍ଟ ଯେ, କୋଭିଡ୍‌ ପରେ ଘରୋଇ ହିଂସାଜନିତ ହତ୍ୟା ଓ ଆମତ୍ହତ୍ୟା ଘଟଣା ବୃଦ୍ଧି ପାଇବା ପଛରେ ବେରୋଜଗାର ଏକ ବଡ଼ କାରଣ । ଦେଶରେ ମୁଣ୍ଡ ପିଛା ଆୟ ସନ୍ତୋଷଜନକ ନ ହୋଇପାରିବା ପାରିବାରିକ ରୋଜଗାର ହ୍ରାସର ଅନ୍ୟ ଏକ ଦିଗ। ଭାରତ ସରକାରଙ୍କ ଇକୋନୋମିକ୍‌ ସର୍ଭେକୁ ଦେଖିଲେ ଭାରତର ଶ୍ରମ ଭାଗୀଦାରି ହାର ଏବେ ମାତ୍ର ୪୦%, ଯାହା ଦକ୍ଷିଣ ଏସିଆରେ ସବୁଠୁ କମ୍‌ । ଏହି ୪୦%କୁ ଯଦି ସମ୍ପୂର୍ଣ୍ଣ ଭାବେ ଶହେ ଧରିନିଆଯାଏ ତେବେ ତନ୍ମଧ୍ୟରୁ ୬୬% ପୁରୁଷ ହୋଇଥିବାବେଳେ ମାତ୍ର ୮.୮% ମହିଳା ଅଛନ୍ତି। ଯେତେ ତଥ୍ୟ ଦେଖିଲେ ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଭାରତର ସାମାଜିକ ପରିସ୍ଥିତିରେ ଉପୁଜୁଥିବା ଆଧୁନିକ ଚିନ୍ତାଧାରା ପାଇଁ କୌଣସି ସ୍ଥାନ ରହୁନାହିଁ। ଉଦାହରଣସ୍ବରୂପ, ପାଶ୍ଚାତ୍ୟ ଦେଶଗୁଡ଼ିକରେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଅପଡ଼ ହୋଇ ଛାଡ଼ପତ୍ର ଦେବା ଏକ ସ୍ବାଭାବିକ ଘଟଣା ଏବଂ ଏହା ବହୁଳ ସଂଖ୍ୟାରେ ହୋଇଥାଏ। ତାହା ସାମଗ୍ରିକ ସ୍ତରରେ ଗ୍ରହଣୀୟ ହୋଇଥିବାରୁ ଉଭୟ ପକ୍ଷ ଭିନ୍ନ ହୋଇ ମଧ୍ୟ ନୂତନ ଶୈଳୀରେ ଜୀବନ ବିତେଇବା ପାଇଁ ଚେଷ୍ଟା କରିଥାନ୍ତି। ଭାରତରେ ଛାଡ଼ପତ୍ର ଦେଇଥିବା ମହିଳାକୁ ସବୁବେଳେ ଏକ ଭିନ୍ନଦୃଷ୍ଟିରେ ସମାଜ ଦେଖିଥାଏ। ଭାରତ ଭଳି ଯେଉଁ ସବୁ ଦେଶର ସମାଜ ପୁରୁଷପ୍ରାଧାନ୍ୟ ମନୋଭାବ ପୋଷଣ କରିଥାଏ ସେହିସବୁ ସମାଜରେ ମହିଳା ଏବଂ ପରିବାରର ବୃଦ୍ଧଙ୍କ ପ୍ରତି ଅସ୍ବାଭାବିକ ଆଚରଣ ଅଧିକ ହୋଇଥାଏ। ଏଭଳି ପରିସ୍ଥିତିରେ କେବଳ ସରକାର ପରିବର୍ତ୍ତନ ଆଣିପାରିବେ ନାହିଁ। ଏଥିପାଇଁ ସାମାଜିକ ନେତୃତ୍ୱର ଆବଶ୍ୟକତା ରହିଛି, ଯାହାର ଘୋର ଅଭାବ ଭାରତରେ ଏବେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri