Posted inଖେଳ

ଘରୋଇ କ୍ରିକେଟ ସିଜନ

ଏପ୍ରିଲ ୧୧ତାରିଖରେ ବିସିସିଆଇ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୦୨୩-୨୪ ସିଜନ୍‌ରେ ୯ ମାସରେ ମୋଟ ୧୮୪୬ଟି ମ୍ୟାଚ ଖେଳାଯିବ। ଯାହାକି ବିଶ୍ୱ ଘରୋଇ କ୍ରିକେଟ୍‌ ଇତିହାସରେ ଏକ ରେକର୍ଡ। ୨୦୨୩ ଜୁନ୍‌ ଶେଷ ସପ୍ତାହରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ବିଭିନ୍ନ ବର୍ଗର ସମ୍ମାନଜନକ ଟ୍ରଫି ପାଇଁ ଲଢ଼େଇ ଆରମ୍ଭ ହେବ। ବର୍ତ୍ତମାନ ଚାଲିଥିବା ଆଇପିଏଲ୍‌ ୧୬ତମ ସଂସ୍କରଣର ଫାଇନାଲ ମେ ୨୮ରେ ଖେଳାଯିବ। ଏହି ଘରୋଇ କାର୍ଯ୍ୟସୂଚୀ ମଧ୍ୟରେ ସର୍ବୋଚ୍ଚ ଘରୋଇ ଟୁର୍ନାମେଣ୍ଟର ୮୮ତମ ରଣଜୀ ସଂସ୍କରଣ ମଧ୍ୟ ରହିଛି। ଦୁଲିପ ଟ୍ରଫିରୁ ଭାରତର ଘରୋଇ ସିଜନ୍‌ ଆରମ୍ଭ ହେବ। ଏହା ଜୁନ୍‌ ୨୮ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ଶେଷ ହେବ। ଏହି ଜୋନ୍‌ଭିତ୍ତିକ ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ନାମେଣ୍ଟରେ ଗତବର୍ଷ ୱେଷ୍ଟ ଜୋନ୍‌ ଚାମ୍ପିୟନ ହୋଇଥିଲା। ସାଉଥ ଜୋନ୍‌କୁ ରନରଅପ୍‌ ହେବାକୁ ପଡ଼ିଥିଲା।
ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୩ ପର୍ଯ୍ୟନ୍ତ ଖେଳାଯିବ। ୬ଟି ଜୋନ୍‌କୁ ନେଇ ସେଣ୍ଟ୍ରାଲ, ସାଉଥ, ନର୍ଥ, ଇଷ୍ଟ, ୱେଷ୍ଟ ଏବଂ ନର୍ଥ ଇଷ୍ଟକୁ ନେଇ ଏହି ଲିଷ୍ଟ-ଏ ଟୁର୍ନାମେଣ୍ଟ ୫୦ ଓଭରବିଶିଷ୍ଟ ହୋଇଥିବା ବେଳେ ଇଣ୍ଡିଆ-ବି ୫୧ ରନ୍‌ରେ ଇଣ୍ଡିଆ-ସିକୁ ପରାସ୍ତ କରି ୨୦୧୯-୨୦ ଫାଇନାଲରେ ଚାମ୍ପିୟନ ହୋଇଥିଲା। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଇରାନୀ ଟ୍ରଫି ଅକ୍ଟୋବର ୧ରୁ ଅବଶିଷ୍ଟ ଭାରତ ଏକାଦଶ ଏବଂ ଗତବର୍ଷର ରଣଜୀ ଚାମ୍ପିୟନ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ୧୯୫୯-୬୦ରୁ ଆରମ୍ଭ ହୋଇଥିବା ଇରାନୀ ଟ୍ରଫିର ଶେଷ ସିଜନ୍‌ରେ ସୌରାଷ୍ଟ୍ର ଦଳକୁ ୮ ଉଇକେଟରେ ହରାଇ ଅବଶିଷ୍ଟ ଭାରତ ଏକାଦଶ ଚାମ୍ପିୟନ ରହିଛି। ସୟଦ ମୁସ୍ତାକ ଅଲୀ ହ୍ବାଇଟ ବଲ୍‌ ଟୁର୍ନାମେଣ୍ଟ ଅକ୍ଟୋବର ୧୬ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଟି୨୦ ଟୁର୍ନାମେଣ୍ଟରେ ଗତବର୍ଷ ତାମିଲନାଡୁ ଚାମ୍ପିୟନ ଓ କର୍ନାଟକ ରନରଅପ୍‌ ହୋଇଥିଲା। ସେହିପରି ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଅନୁଷ୍ଠିତ ହେବ। ହ୍ବାଇଟ ବଲ୍‌ ଫର୍ମାଟ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ମୋଟ ୩୮ଟି ଦଳ ଭାଗ ନେବେ। ଏଥିରେ ୫ଟି ଗ୍ରୁପରେ ୭ଟି ଟିମ୍‌ ଏବଂ ୩ଟି ଗ୍ରୁପରେ ୮ଟି ଦଳ ରହିବେ। ଏହି ଟ୍ରଫିରେ ୨୦୨୨-୨୩ରେ ସୌରାଷ୍ଟ୍ର ଟିମ୍‌ ମହାରାଷ୍ଟ୍ର ଟିମ୍‌କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ସେହିପରି ସିନିୟର ମହିଳା କ୍ରିକେଟ ସିଜନ୍‌ ଟି ୨୦ ମ୍ୟାଚରୁ ଆରମ୍ଭ ହେବ। ଏହା ୧୯ ଅକ୍ଟୋବରରୁ ୯ ନଭେମ୍ବର ମଧ୍ୟରେ ଖେଳାଯିବା ପରେ ସିନିୟର ମହିଳା ଇଣ୍ଟର ଜୋନ୍‌ ଖେଳାଯିବ।
କ୍ରିକେଟର ସର୍ବୋଚ୍ଚ ପ୍ରତିଯୋଗିତା ସମ୍ମାନଜନକ ରଣଜୀ ଟ୍ରଫି ଆସନ୍ତା ଜାନୁୟାରୀ ୫ରୁ ଆରମ୍ଭ ହେବ। ଏହାର ଫାଇନାଲ ମାର୍ଚ୍ଚ ୧୪ରେ ଖେଳାଯିବ। ମୋଟ ୩୮ଟି ଟିମ୍‌କୁ୍‌ ୫ଟି ଗ୍ରୁପରେ ବିଭକ୍ତ କରାଯାଇଛି। ୪ ଏଲିଟ୍‌ ଗ୍ରୁପ୍‌ରେ ୩୨ ଦଳ ଲିଗ୍‌ ପର୍ଯ୍ୟାୟରେ ୭ଟି ଲେଖାଏ ମ୍ୟାଚ ଖେଳିବେ। ପ୍ଲେଟ ଗ୍ରୁପ୍‌ର ୬ ଦଳକୁ ଲିଗ୍‌ ପର୍ଯ୍ୟାୟରେ ୫ଟି ମ୍ୟାଚ ଖେଳିବାକୁ ହେବ। ପ୍ରତି ଏଲିଟ୍‌ ଗ୍ରୁପର ୨ଟି ଲେଖାଏ ଶ୍ରେଷ୍ଠ ଦଳ କ୍ୱାର୍ଟର ଫାଇନାଲ ଖେଳିବେ। ସୌରାଷ୍ଟ୍ର ଦଳ କ୍ରମାଗତ ୨ୟ ଥର ପାଇଁ ଚାମ୍ପିୟନ ହୋଇଥିବା ବେଳେ ଗତଥର ବେଙ୍ଗଲକୁ ଫାଇନାଲରେ ହରାଇଛି। କ୍ରମାଗତ ୧୫ଥର ଏବଂ ସର୍ବାଧିକ ୪୧ଥର ଚାମ୍ପିୟନ ମୁମ୍ବାଇ ଟିମ୍‌ର ରଣଜୀ ଚମକ ଆଉ ଦେଖିବାକୁ ମିଳୁନାହିଁ। ଘରୋଇ ସିଜନର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳିବ। ଏଥି ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ ଟେଷ୍ଟ ମ୍ୟାଚ, ୱେଷ୍ଟଇଣ୍ଡିଜ ଟୁର, ଏସିଆକପ, ଅଷ୍ଟ୍ରେଲିଆ ସହିତ ଘରୋଇ ଏକଦିବସୀୟ ସିରିଜ, ଆଇସିସି ଦିନିକିଆ ବିଶ୍ୱକପ ସାମିଲ। ଘରୋଇ ପ୍ରତିଯୋଗିତା ପାଇଁ ସମସ୍ତ ରାଜ୍ୟ ବୋର୍ଡଗୁଡିକ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏଶନ) ମଧ୍ୟ ଆଗାମୀ ଘରୋଇ ସିଜନ ପାଇଁ ଜୋରଦାର ପ୍ରସ୍ତୁତି ଭିଜନ ୨୦୨୪ ମାଧ୍ୟମରେ ଆରମ୍ଭ କରିଛି। ରାଜ୍ୟର ସର୍ବୋଚ୍ଚ ଟୁର୍ନାମେଣ୍ଟ କଳାହାଣ୍ଡି କପ୍‌ ଏବେ ଚାଲୁରହିଛି। ଇତି ମଧ୍ୟରେ ଏକଦିବସୀୟ ମ୍ୟାଚଗୁଡିକ ସଫଳତାର ସହ ସରିଥିବା ବେଳେ ‘ସୁପରଲିଗ୍‌’ ପର୍ଯ୍ୟାୟ ମଲ୍‌ଟି ଡେ’ ମ୍ୟାଚ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛି। ସେହିପରି ଟି୨୦ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଭାରତୀୟ ଘରୋଇ କ୍ରିକେଟ ସିଜନରେ ୩ଟି ପ୍ରତିଯୋଗିତା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିଥାଏ। ଟି୨୦ ମୁସ୍ତାକ ଅଲୀ ଟ୍ରଫି, ଏକଦିବସୀୟ ବିଜୟ ହଜାରେ ଟ୍ରଫି ଏବଂ ଏକାଧିକ ଦିବସବିଶିଷ୍ଟ ରଣଜୀ ଟ୍ରଫି। ଅନେକ ଚେଷ୍ଟା ସତ୍ତ୍ୱେ ଏହି ୩ଟି ଫର୍ମାଟ୍‌ରେ ଓଡ଼ିଶା ଦଳ ୨୦୨୨ ସିଜିନ୍‌ରେ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯାଇପାରିଲା ନାହିଁ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏଲିଟ୍‌ ଗ୍ରୁପ-ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଦଳ ଦୁର୍ବଳ ପ୍ରଦର୍ଶନ ଯୋଗୁ ପଏଣ୍ଟ ଟେବୁଲରେ ୬ଷ୍ଠ ସ୍ଥାନରେ ରହିଲା। କେବଳ ସିକିମ ଏବଂ ଗଣ୍ଡିଗଡଠାରୁ ମ୍ୟାଚ ଜିତିଥିବା ବେଳେ ଛତିଶଗଡ, ଝାଡଖଣ୍ଡ, ବେଙ୍ଗଲ ଏବଂ ତାମିଲନାଡୁଠାରୁ ହାରିଥିଲା। ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖରାପ ପ୍ରଦର୍ଶନ ଯୋଗୁ ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ବରୋଦା ଏବଂ ଜମ୍ମୁ-କଶ୍ମୀରଠାରୁ ଶୋଚନୀୟଭାବେ ହାରିଥିଲା। ଏକମାତ୍ର ବିଜୟ ନାଗାଲାଣ୍ଡ ବିପକ୍ଷ ମ୍ୟାଚରୁ ମିଳିଥିଲା। ଏଲିଟ୍‌ ଗ୍ରୁପ-ଡି’ରେ ସ୍ଥାନ ପାଇଥିବା ଓଡ଼ିଶା ୫ ପରାଜୟ ଏବଂ ୧ ବିଜୟ ସହ ୪ପଏଣ୍ଟ ପାଇ ପୁଣି ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ରାଜେଶ ଧୂପର ଏବଂ ସ୍ପିନର ତାରେଣୀ ସ’ ବ୍ୟାଟିଂ ଏବଂ ବୋଲିଂରେ ସଫଳ ହୋଇଥିଲେ। ସେହିପରି ରଣଜୀ ଟ୍ରଫିରେ ବେଙ୍ଗଲ ବିପକ୍ଷରେ ଏକମାତ୍ର ବିଜୟ ସ୍ବାଦ ଚାଖିଥିବାବେଳେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶଠାରୁ ହାରିଥିଲା ଏବଂ ଉତ୍ତର ପ୍ରଦେଶ, ନାଗାଲାଣ୍ଡ, ହରିୟାଣା ଓ ବରୋଦା ସହ ମ୍ୟାଚ ଡ୍ର ରଖିଥିଲା। ସଫଳ ବ୍ୟାଟର ଭାବେ ଶାନ୍ତନୁ ମିଶ୍ର ୧୨ ଇନିଂସ୍‌ରେ ୫୮୧ରନ୍‌ (୫୨ ଆଭରେଜ), ଶୁଭ୍ରାଂଶୁ ସେନାପତି ୭ ମ୍ୟାଚରୁ ୪୯୮ ରନ୍‌ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ ଠାକୁର, କାର୍ତ୍ତିକ ବିଶ୍ୱାଳ କିଛିଟା ସଫଳ ରହିଥିଲେ। ବୋଲିଂରେ ସୂର୍ଯ୍ୟକାନ୍ତ ପ୍ରଧାନ ୨୫ ଏବଂ ଏସ.କେ. ରାଉତ ୧୯ଟି ଉଇକେଟ ନେଇଥିଲେ। ସର୍ବଭାରତୀୟ ସ୍ତରରେ ଶାନ୍ତନୁ ମିଶ୍ର ୨୫ ଏବଂ ସୂର୍ଯ୍ୟକାନ୍ତ ୪୬ ତମ ସ୍ଥାନରେ ରହିଥିଲେ। ଏଲିଟ୍‌ ଗ୍ରୁପ-ଏ’ରେ ୫ମ ସ୍ଥାନରେ ରହି ଓଡ଼ିଶା ତା’ର ଲଢ଼େଇ ଶେଷ କରିଥିଲା। ୨୦୧୬-୧୭ ଗୋବିନ୍ଦ ପୋଦ୍ଦାର ଏବଂ ୨୦୧୯-୨୦ରେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଟିମ୍‌ ଓଡ଼ିଶା ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ଖେଳିଥିଲା।
ପ୍ରକାର ସୁବିଧା ସୁଯୋଗ ସତ୍ତ୍ୱେ ଓଡ଼ିଶା ଦଳର ବିଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମ ଖେଳାଳିମାନେ କାହିଁକି ଆଇପିଏଲ୍‌ରେ ସୁଯୋଗ ପାଉ ନାହାନ୍ତି ତାହା ଏପରି ପ୍ରଦର୍ଶନରୁ ବେଶ୍‌ ବାରିହୋଇ ପଡୁଛି। ଦେଖିବାର କଥା ଯେ ଆଗାମୀ ଘରୋଇ ସିଜନରେ ଓଡ଼ିଶା ଦଳ କିପରି ପ୍ରଦର୍ଶନ କରୁଛି। ଜଣେ କିମ୍ବା ୨ଜଣ ଖେଳାଳିଙ୍କ ଉପରେ ନିର୍ଭର କରି ଆମେ ଆଗକୁ ଯାଇପାରିବା ନାହିଁ। ଦଳଗତ ସଫଳତା ଏକାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri