ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ ପ୍ରାୟ ୩୭ ପ୍ରତିଶତ ଅଧିକ ଡଲ୍‌ଫିନ୍‌ (ମୋଟ୍‌ ୫୪୦) ରହିଥିବା ରିପୋର୍ଟ ଆସିଛି। ଦାଗଯୁକ୍ତ ଡଲ୍‌ଫିନ ୧୩ଟି ଓ ସ୍ପିନର ଡଲ୍‌ଫିନ୍‌ ୧୫ଟି ଚଳିତ ଥର ଦେଖାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଗତବର୍ଷ ଗଣନାରେ ୨୨ଟି ବଟଲନୋଜ ଡଲ୍‌ଫିନ୍‌ରୁ ୧୩୫କୁ ବୃଦ୍ଧି ପାଇଛି। ସେହିପରି ବିରଳ ଅଲିଭ ରିଡଲେର ଜୀବନ ଏବେ ବି ରହସ୍ୟାବୃତ। ଜୀବନ ପ୍ରଣାଳୀକୁ ନେଇ ଗବେଷଣା ଚାଲିଛି। କୁହାଯାଏ, ହଜାର ଶାବକରୁ ମାତ୍ର ଗୋଟିଏ ଅଲିଭ ରିଡଲେ ପୂର୍ଣ୍ଣ ବୟସ୍କ ହୋଇଥାନ୍ତି। ସଂଖ୍ୟା ଅତିମାତ୍ରାରେ କମ୍‌ ଥିବାରୁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌) ପକ୍ଷରୁ ଏହି ସାମୁଦ୍ରିକ ପ୍ରାଣୀକୁ ରେଡ୍‌ ଲିଷ୍ଟରେ ରଖାଯାଇଛି। ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳ ହୋଇଥିବାରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଏହି ବିରଳ ଜୀବଙ୍କ ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର ହେଉ ବୋଲି ଦାବି ହେଉଛି। ଏହାଦ୍ୱାରା ମୃତାହତ ସଂଖ୍ୟା, ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ଉପସଭାପତି ପ୍ରଭୁପ୍ରସାଦ ମହାପାତ୍ର, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂ, ଡା. ପି. ଏନ୍‌ . ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଡଲ୍‌ଫିନ ଓ ଅଲିଭ ରିଡଲେ ପ୍ରଜାତିର ସଂଖ୍ୟା କମ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳ ଭାବେ ବିଶ୍ୱବିଖ୍ୟାତ ହୋଇଛି। ଏହି ସାମୁଦ୍ରିକ ଅଞ୍ଚଳ ମଧ୍ୟରେ ମାତ୍ର ୨୭ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ସ୍ଥଳଭାଗରେ କଇଁଛ ଅଣ୍ଡାଦାନ କରିଥାନ୍ତି। ଚଳିତବର୍ଷ ମାର୍ଚ୍ଚ ୨୫ରୁ ୨୮ ତାରିଖ ମଧ୍ୟରେ ୫,୦୧,୧୫୭ କଇଁଛ ଅଣ୍ଡା ଦେଇଥିବା ସୂଚନା ଅଛି। ସେହିପରି ନାଶୀ- ୨ର ଆକାର କମ୍‌ ରହିଥିବା ବେଳେ ଉତ୍ତାଳ ଜୁଆରରେ ହଜାର ହଜାର ଅଣ୍ଡା ନଷ୍ଟ ହୋଇଛି। ତଟକ୍ଷୟ ଯୋଗୁ ଅଣ୍ଡାଦାନସ୍ଥଳ କମିବାରେ ଲାଗିଛି। ସେହିପରି ପ୍ରତିବର୍ଷ ବିଭିନ୍ନ କାରଣରୁ ମୃତାହତ ହେଉଛନ୍ତି। ଏମାନଙ୍କ ଜୀବନ ପ୍ରଣାଳୀକୁ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ନିରୀକ୍ଷଣ କରାଯାଉନାହିଁ। ଫଳରେ ଏଠାକୁ ଆସିଥିବା କଇଁଛଙ୍କ ପ୍ରକୃତ ସଂଖ୍ୟା ଓ ସମସ୍ୟାର ଠିକ୍‌ ସମାଧାନ ହୋଇପାରୁନାହିଁ। ସେହିପରି ଡଲ୍‌ଫିନ୍‌ ଓ କଇଁଛ ଗଣନା ସମୟରେ ଅତ୍ୟାଧୁନିକ ଡ୍ରୋନ୍‌ର ସାହାରା ନେବା ଜରୁରୀ ହୋଇଛି। ୨୦୨୧ ଏପ୍ରିଲରେ ଗୋଆର ମୋରଜି ତଟଦେଶରେ ଡ୍ରୋନର ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନ୍ସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏହି ଡ୍ରୋନ କ୍ୟାମେରା ଦ୍ୱାରା ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ସମ୍ପର୍କରେ ଆକଳନ କରିହେବ। ସେହିପରି ଏହି ଜୀବଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ। ଯାହା ଡଲ୍‌ଫିନ୍‌ ଓ ଅଲିଭ ରିଡଲେଙ୍କ ବିଚିତ୍ର ଜୀବନ ପ୍ରଣାଳୀକୁ ସହଜରେ ବୁଝି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଚଳିତବର୍ଷର ଅଲିଭ ରିଡଲେ କଇଁଛ ଆଗମନ ପାଇଁ ୨୦୨୧ ନଭେମ୍ବର ୧ ରୁ ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମଗ୍ର ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଡ୍ରୋନ ବ୍ୟବହାର ପାଇଁ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଆଗାମୀବର୍ଷରେ ଏ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri