କୃଷ୍ଣସାଗରରେ ଡଲ୍‌ଫିନ୍‌ ଦଳ

ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍‌କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍‌ ନାଭାଲ ଇନଷ୍ଟିଚ୍ୟୁଟ୍‌ (ୟୁଏସ୍‌ଏନ୍‌ଆଇ) ଉପଗ୍ରହ ଚିତ୍ରରୁ ଏହା ଜାଣିବାକୁ ପାଇଛି। ରୁଷିଆର ଗୁରୁତ୍ୱପୂର୍ଣ୍ଣ ନାଭାଲ ବେସ୍‌ ସୋଭାସ୍ତୋପୋଲ ହାର୍ବର ପ୍ରବେଶପଥରେ ଦୁଇ ଡଲଫିନ୍‌ ପେନ୍‌ଙ୍କୁ ଛଡ଼ାଯାଇଥିବା ୟୁଏସ୍‌ଏନ୍‌ଆଇ କହିଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପୂର୍ବରୁ ଫେବୃୟାରୀରେ ସେଠାରେ ତାଲିମପ୍ରାପ୍ତ ଡଲଫିନ୍‌ଗୁଡ଼ିକୁ ଛଡ଼ାଯାଇଛି।
ଟେକ୍ନୋଲୋଜି ଦ୍ୱାରା ଜଳରାଶିରେ କିମ୍ବା ପାଣିତଳେ କୌଣସି ବସ୍ତୁର ସନ୍ଧାନ କରାଯାଇଥାଏ। ଏଥିସହ ସମୁଦ୍ରରେ କୌଣସି ବସ୍ତୁକୁ ଚିହ୍ନଟ କରିବା, ଦୂରତା ମାପିବା ସହ ନୌଜାହାଜ ବାବଦରେ ମଧ୍ୟ ସୋନାର ସିଷ୍ଟମ ଦ୍ୱାରା ଜଣାପଡ଼ିଥାଏ। ବିଭିନ୍ନ ଦେଶର ନୌସେନା କୃତ୍ରିମ ସୋନାର ବ୍ୟବହାର କରୁଥିବାବେଳେ ଡଲଫିନ୍‌ ସମୁଦ୍ର ତରଙ୍ଗ ମାଧ୍ୟମରେ ପ୍ରାକୃତିକ ଉପାୟରେ ସେସବୁକୁ ସହଜରେ ଜାଣିପାରିଥାଏ। ତାଲିମପ୍ରାପ୍ତ ଡଲ୍‌ଫିନ୍‌ ସମୁଦ୍ରରେ ଏ ସମ୍ପର୍କିତ ତଥ୍ୟ ଟ୍ରେନର ତଥା ଏହାର ପରିଚାଳକଙ୍କୁ ପ୍ରଦାନ କରିଥାଏ। ଏହି ଡଲଫିନ୍‌ଗୁଡ଼ିକ ଏତେ ଚାଲାକ ଯେ, ଏକ ଗଲ୍ଫ ବଲ୍‌ ଏବଂ ପିଙ୍ଗ ପଙ୍ଗ ବଲ୍‌ ମଧ୍ୟରେ ତଫାତ୍‌ ଜାଣିପାରିଥାନ୍ତି। ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବାବେଳେ ରୁଷିଆର ନୌସେନା ଘାଟି ଉପରେ ମିଶାଇଲ ଆକ୍ରମଣର ଆଶଙ୍କା ରହିଛି। ମସ୍କୋର ନାଭାଲ ବେସ୍‌ ୟୁକ୍ରେନ୍‌ ରେଞ୍ଜଠାରୁ ବେଶ ଦୂରରେ ଥିଲେ ମଧ୍ୟ ଜଳତଳୁ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟି ରଖି ରୁଷିଆ ଡଲଫିନ୍‌ ଦଳକୁ ସୁରକ୍ଷା ପାଇଁ ନିୟୋଜିତ କରିଛି। ଯୁଦ୍ଧ ଜାହାଜକୁ ଜଗିବା ସହ କାଉଣ୍ଟର-ଡାଇଭର ଅପରେଶନ୍‌ କରିବା ପାଇଁ ଏହି ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ତାଲିମ ଦିଆଯାଇଥିବା ୟୁଏସ୍‌ଏନ୍‌ଆଇ ରିପୋର୍ଟରେ କୁହାଯାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍‌ ଉପଦ୍ୱୀପ କବ୍‌ଜା କରିବାବେଳେ ସେବାସ୍ତୋପୋଲ ସିରିଆରେ ମସ୍କୋର ଅପରେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ...

୭୦% ଟିକାକରଣ ପରେ ମଧ୍ୟ ଥମୁନି ଦୈନିକ ସଂକ୍ରମଣ

ୱାଶିଂଟନ,୭।୮: ଆମେରିକା ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି। ଏନେଇ ଟିକାକରଣକୁ ଦେଶରେ ଜୋରଦାର କରାଯାଉଛି। ଆମେରିକାରେ ୭୦% ଲୋକଙ୍କୁ ଟିକା ଦିଆଗିଲାଣି। ହେଲେ...

ପ୍ରତିରକ୍ଷା ମନ୍ତ୍ରୀ ଚୟନ ନେଇ ଚାପରେ ବାଇଡେନ୍‌

ଓ୍ବାଶିଂଟନ,୩।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ଏବେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଚୟନ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି।...

ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ...

ବେଡ୍‌ରୁମ୍‌ରୁ ଶୁଭୁଥିଲା ନାଗ ସାପର ସୁ-ସୁ ଗର୍ଜନ, ଡରିଗଲେ ମହିଳା; ପାଖକୁ ଯାଇ ଦେଖିବାରୁ…

ସିଙ୍ଗାପୁର: ସାପ ନାଁ ଶୁଣିଲେ ଭୟରେ ଦେହ ଥରି ଉଠେ। ଆଉ ଯଦି ନାଗ ସାପର ନାଁ କାନରେ ପଡ଼ିଯାଏ ତେବେ ଦେହରୁ ଗମ୍‌ଗମ୍‌ ଝାଳ...

୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର...

ଜେରୁଜେଲମ୍‌ରେ ସଂଘର୍ଷ: ୧୫୨ ଆହତ

ଜେରୁଜେଲମ୍‌,୧୬।୪: ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍‌-ଅକ୍‌ସା ମସ୍‌ଜିଦ ପରିସରରେ ରମ୍‌ଜାନ୍‌ ମାସ...

ଆର୍ଜେଣ୍ଟିନା-ଚିଲିରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫, ୬.୩

ବୁଇନସ ଏରିସ/ସାଣ୍ଟିଆଗୋ,୨୩ ।୩: ଆର୍ଜେଣ୍ଟିନାରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ୟୁଏସ...

Advertisement
Archives

Model This Week