ଆକର୍ଷଣ ସାଜିଲା ୨୦୦ରୁ ଊଦ୍ଧର୍‌ବ ସୁସଜ୍ଜିତ ବିମାନ

ସାକ୍ଷୀଗୋପାଳ,୧୮।୩ (ସ୍ବ.ପ୍ର./ ଡି.ଏନ୍‌.ଏ.): ପୁରୀ ଜିଲାର ପ୍ରସିଦ୍ଧ ଶୁକଳ ମେଳଣ ବେଶ୍‌ ମହାସମାରୋହରେ ପାଳିତ ହେଉଛି। ତେବେ ମେଳଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ବିଭିନ୍ନ ବ୍ଲକରୁ ଠାକୁରଙ୍କ ନେଇ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ଦୋଳବିମାନ। ବିମାନରେ ପ୍ରତ୍ୟେକ ଗ୍ରାମର ଆରାଧ୍ୟ ଠାକୁର ଓ ଠାକୁରାଣୀ ଥିବାବେଳେ ମେଳଣ ପଡ଼ିଆରେ ବିରାଜମାନ କରିଥିଲେ। ଏହାର ଥାନାପତି ଭାବେ ତୃତୀୟା ଦେବ ଜଗନ୍ନାଥ ବିରାଜମାନ କରିଛନ୍ତି। ଥାନପତି ତୃତୀୟା ଦେବ ପ୍ରଭୁ ଶ୍ରୀଜଗନ୍ନାଥ ଖୋର୍ଦ୍ଧାର ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲେ।
ପ୍ରଥମେ ମେଳଣ ପଡ଼ିଆରେ ତୃତୀୟା ଦେବ ଜଗନ୍ନାଥଙ୍କ ବିରାଜମାନ ପରେ ଶୁକଳ ନିକଟସ୍ଥ ମାର୍କଣ୍ଡ ପଡାର ହରଶିବ ଶ୍ରୀ ନୀଳକଣ୍ଠେଶର ଦେବ ଠାକୁର ବିରାଜମାନ କରିଥିଲେ। ଏହାପରେ ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ ସଦର, କଣାସ ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନରେ ଠାକୁରଙ୍କ ସହ ବିରାଜମାନ କରିଥିଲେ। ଏହି ମେଳଣର ମୁଖ୍ୟ ପୃଷ୍ଠପୋଷକ ଥିଲେ ତତ୍କାଳୀନ ଏମାର ମଠ ମହନ୍ତ ଗଦାଧର ରାମାନୁଜ ଦାସ ମହାରାଜ। ଏଠାରେ ଏମାର ମଠର ଏକ ଖମାର ମଠ ଥିଲା। ମେଲଣଟି ଦଶଦୋଳ ହୋଇଥିବାରୁ ଏହା ଦୋଳ ପୂର୍ଣ୍ଣିମା ପରେ ନବମୀ ଦଶମୀ ଏକାଦଶୀ ୩ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ମେଳଣରେ ଗ୍ରାମାଞ୍ଚଳର ଗୃହ ଉପକରଣ ବିକ୍ରି ବଟା ସହ କୃଷି ଉପକରଣ ବିକ୍ରି ହୋଇଥିଲା। ମନୋରଞ୍ଜନ ପାଇଁ ସ୍ଥାନୀୟ ଯାତ୍ରା କମିଟି ଦ୍ୱାରା ପ୍ରତିଷ୍ଠିତ ଯାତ୍ରା ପାର୍ଟିଙ୍କୁ ନେଇ ଯାତ୍ରା ପରିବେଷଣ କରାଯିବା ସହ ରାମଲୀଳା ମଧ୍ୟ ହୋଇଥିଲା। ଏହି ମେଳଣ ଦେଖିବା ପାଇଁ ବିଭିନ୍ନ ବ୍ଲକରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଛାଡ଼ିଲେ ପର୍ଯ୍ୟଟକ

ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ...

ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ...

ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩...

ବିଶୋଧନ ହେଲା ଖଣି ଅଞ୍ଚଳ

କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ,...

ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ: ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ରାତିରେ ନଡ଼ିଆ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା। ତେବେ ଏହି...

ଆଇପିଏଲ୍‌ ବେଟିଂ: ୪ ଗିରଫ, ୭.୬ ଲକ୍ଷ ଜବତ

ଆସିକା,୩୦ା୫(ଡି.ଏନ୍‌.ଏ.)-ଆଇପିଏଲ୍‌ ଫାଇନାଲ ମ୍ୟାଚ ଲାଗି ରବିବାର ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି ସୁନାମ୍ବ...

ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ।...

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଦମ୍ପତି

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମର ସ୍ତ୍ରୀ ସ୍ବାମୀ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ...

Advertisement
Archives

Model This Week