ଆକର୍ଷଣ ସାଜିଲା ୨୦୦ରୁ ଊଦ୍ଧର୍‌ବ ସୁସଜ୍ଜିତ ବିମାନ

ସାକ୍ଷୀଗୋପାଳ,୧୮।୩ (ସ୍ବ.ପ୍ର./ ଡି.ଏନ୍‌.ଏ.): ପୁରୀ ଜିଲାର ପ୍ରସିଦ୍ଧ ଶୁକଳ ମେଳଣ ବେଶ୍‌ ମହାସମାରୋହରେ ପାଳିତ ହେଉଛି। ତେବେ ମେଳଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ବିଭିନ୍ନ ବ୍ଲକରୁ ଠାକୁରଙ୍କ ନେଇ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ଦୋଳବିମାନ। ବିମାନରେ ପ୍ରତ୍ୟେକ ଗ୍ରାମର ଆରାଧ୍ୟ ଠାକୁର ଓ ଠାକୁରାଣୀ ଥିବାବେଳେ ମେଳଣ ପଡ଼ିଆରେ ବିରାଜମାନ କରିଥିଲେ। ଏହାର ଥାନାପତି ଭାବେ ତୃତୀୟା ଦେବ ଜଗନ୍ନାଥ ବିରାଜମାନ କରିଛନ୍ତି। ଥାନପତି ତୃତୀୟା ଦେବ ପ୍ରଭୁ ଶ୍ରୀଜଗନ୍ନାଥ ଖୋର୍ଦ୍ଧାର ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲେ।
ପ୍ରଥମେ ମେଳଣ ପଡ଼ିଆରେ ତୃତୀୟା ଦେବ ଜଗନ୍ନାଥଙ୍କ ବିରାଜମାନ ପରେ ଶୁକଳ ନିକଟସ୍ଥ ମାର୍କଣ୍ଡ ପଡାର ହରଶିବ ଶ୍ରୀ ନୀଳକଣ୍ଠେଶର ଦେବ ଠାକୁର ବିରାଜମାନ କରିଥିଲେ। ଏହାପରେ ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ ସଦର, କଣାସ ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନରେ ଠାକୁରଙ୍କ ସହ ବିରାଜମାନ କରିଥିଲେ। ଏହି ମେଳଣର ମୁଖ୍ୟ ପୃଷ୍ଠପୋଷକ ଥିଲେ ତତ୍କାଳୀନ ଏମାର ମଠ ମହନ୍ତ ଗଦାଧର ରାମାନୁଜ ଦାସ ମହାରାଜ। ଏଠାରେ ଏମାର ମଠର ଏକ ଖମାର ମଠ ଥିଲା। ମେଲଣଟି ଦଶଦୋଳ ହୋଇଥିବାରୁ ଏହା ଦୋଳ ପୂର୍ଣ୍ଣିମା ପରେ ନବମୀ ଦଶମୀ ଏକାଦଶୀ ୩ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ମେଳଣରେ ଗ୍ରାମାଞ୍ଚଳର ଗୃହ ଉପକରଣ ବିକ୍ରି ବଟା ସହ କୃଷି ଉପକରଣ ବିକ୍ରି ହୋଇଥିଲା। ମନୋରଞ୍ଜନ ପାଇଁ ସ୍ଥାନୀୟ ଯାତ୍ରା କମିଟି ଦ୍ୱାରା ପ୍ରତିଷ୍ଠିତ ଯାତ୍ରା ପାର୍ଟିଙ୍କୁ ନେଇ ଯାତ୍ରା ପରିବେଷଣ କରାଯିବା ସହ ରାମଲୀଳା ମଧ୍ୟ ହୋଇଥିଲା। ଏହି ମେଳଣ ଦେଖିବା ପାଇଁ ବିଭିନ୍ନ ବ୍ଲକରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri