କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ ହୋଇ ଦୌଡ଼ି ପଳାଉଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାଙ୍କଡମାନଙ୍କର ପ୍ରତିଶୋଧ ଗତ ଏକ ମାସ ଧରି ଚାଲିଛି।

ଗାଁରେ ଏକ ମାଙ୍କଡ ଛୁଆକୁ କୁକୁର ମାରିଦେବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାଙ୍କଡ଼ ଦଳ ପ୍ରତିଶୋଧ ନେଇ ଇତିମଧ୍ୟରେ ପ୍ରାୟ ୨୫୦ କୁକୁରଙ୍କୁ ହତ୍ୟା କରିଛନ୍ତି। ମାଙ୍କଡ ଦଳ କୁକୁରକୁ ଦେଖି ଟାଣି ନିଅନ୍ତି ଏବଂ ମାରିବା ପରେ ଏହାକୁ ଗଛରୁ କିମ୍ବା ଘରର ଛାତରୁ ଫିଙ୍ଗି ଦେଉଛନ୍ତି।

ମାଙ୍କଡ଼ଙ୍କ ପ୍ରତିଶୋଧ ଏବେ କୁକୁରଙ୍କଠାରୁ ଆସି ମଣିଷ ପିଲାଙ୍କ ଉପରେ ପଡ଼ିଛି। ସେମାନେ ବର୍ତ୍ତମାନ ସ୍କୁଲ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ମାଙ୍କଡମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକମାନେ ମାଙ୍କଡଙ୍କ ଆତଙ୍କରେ ଏତେ ଭୟଭୀତ ହୋଇପଡିଛନ୍ତି। ଲୋକ ସ୍ଥାନୀୟ ବନ ବିଭାଗକୁ ଏନେଇ ଜଣାଇଛନ୍ତି। ଏବେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଙ୍କଡମାନେ ମଧ୍ୟ ଆକ୍ରମଣ କରୁଛନ୍ତି। ବନ ବିଭାଗ ପକ୍ଷରୁ କିଛି ମାଙ୍କଡକୁ ଧରାଯାଇ ପିଞ୍ଜରାରେ ବନ୍ଦ କରି ରଖାଯାଇଛି। ତେବେ ଲୋକେ ସ୍ଥାୟୀ ସମାଧାନ ଦାବି କରିଛନ୍ତି।

କିଛିଦିନ ତଳେ ମାଙ୍କଡ଼ ଜଣେ ଆଠ ବର୍ଷର ଶିଶୁକୁ ଟାଣି ନେଇ ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଭୟଭୀତ କରିବା ପାଇଁ ପଥର ଫିଙ୍ଗିଥିଲେ। ଶେଷରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଓ୍ବିନ ପ୍ଲାଟଫର୍ମରୁ ଲିକ୍‌ ହୋଇଛି ଆଧାର ତଥ୍ୟ: ଟିଏମସି…

କୋଲକାତା,୧୨।୬ : ସୋସିଆଲ ମିଡିଆ ଆପ୍ଲିକେଶନ ଟେଲିଗ୍ରାମରେ ଉପଲବ୍ଧ କୋଭିଡ -୧୯ ଟିକାକରଣ ଟ୍ରାକିଂ ପ୍ଲାଟଫର୍ମ କୋୱିନ ମାଧ୍ୟମରେ ଆଧାର ତଥ୍ୟ ଲିକ୍‌ ହୋଇଛି। ବରିଷ୍ଠ...

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌...

ବାପୁଙ୍କ ଅବଦାନ କେବେ ଭୁଲି ହେବନି: ମୋଦି

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ...

ରାଜଧାନୀରେ ହେବ ଶପିଙ୍ଗ ଫେଷ୍ଟିଭାଲ: କେଜରିୱାଲ

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି କି ରାଜଧାନୀରେ ଶପିଙ୍ଗ ଫେଷ୍ଟିଭାଲର ଆୟୋଜନ କରାଯିବ । ଏହା ୨୮ ଜାନୁୟାରୀରୁ ୨୬...

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ...

ଟିକା ପାଇଁ ପଞ୍ଜୀକରଣ ଜରୁରୀ

ନୂଆଦିଲ୍ଲୀ, ୧୫।୧୨: ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣ ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି ହୋଇଛି।...

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି...

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ? କେବେ ଚାହୁଁ ନ...

Advertisement
Archives

Model This Week