Posted inଫୁରସତ

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ ଘର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଗଲେ ମଧ୍ୟ ଭଲରେ ଚଳିପାରୁ ନାହାନ୍ତି। ନିକଟରେ ଜଣେ ମହିଳା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏକ କୁକୁର ରଖିଛନ୍ତି, ଯାହା ଭରସାରେ ସେ ବର୍ଷକୁ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। କର୍ଟନୀ ବଡ଼ଜିନ୍‌ ନାମ୍ନୀ ଜଣେ ମହିଳା ଟକ୍କର ଏବଂ ଟୋଡ୍‌ ନାମକ ୨ଟି କୁକୁରର ମାଲିକାଣୀ ଅଟନ୍ତି। ତାଙ୍କ କୁକୁର ଟକ୍କର ଗୋଲ୍ଡେନ ରେଟ୍ରିଭର ପ୍ରଜାତିର । କର୍ଟନୀ ଜଣେ ସୋସିଆଲ ଇନ୍‌ଫ୍ଲୁଏନସର ହୋଇଥିବାବେଳେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ୫ ଲକ୍ଷ ଲୋକ ଫଲୋ କରନ୍ତି। କିନ୍ତୁ ଟକ୍କରକୁ ଇନ୍‌ଷ୍ଟାଗ୍ରାମ୍‌ରେ ୩୪ ଲକ୍ଷ ଲୋକ ଫଲୋ କରନ୍ତି। ଟକ୍କରକୁ ଏତେ ଲୋକ ଫଲୋ କରୁଥିବାରୁ କର୍ଟନୀଙ୍କୁ ଏଥିରେ ଫାଇଦା ହୋଇଥାଏ। ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଆଉ ତାଙ୍କ ସ୍ବାମୀ ମାଇକ୍‌ ଟକ୍କର ଜରିଆରେ ବହୁ ଟଙ୍କା ରୋଜଗାର କରୁଛନ୍ତି। ସେ ୟୁଟ୍ୟୁବରେ ଟକ୍କର ଭିଡିଓ ପାଇଁ ୩୩ ଲକ୍ଷରୁ ୪୯ ଲକ୍ଷ ଚାର୍ଜ କରନ୍ତି। ଅନ୍ୟପଟେ ଇନ୍‌ଷ୍ଟାଗ୍ରାମ୍‌ ପାଇଁ ସେ ୧୬ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ଏହିପରି ତାଙ୍କ ରୋଜଗାର ବର୍ଷକୁ ୮ କୋଟି ହୋଇଯାଏ। ତେବେ କର୍ଟନୀ ପୂର୍ବରୁ ଜଣେ ସଫେଇ କର୍ମଚାରୀ ଏବଂ ମାଇକ୍‌ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ। ୨୦୧୮ରେ ଟକ୍କରର ଜନ୍ମକୁ ୮ ସପ୍ତାହ ହୋଇଥିବାବେଳେ ସେମାନେ ତାକୁ ନିଜ ସହ ନେଇଯାଇଥିଲେ। ପରେ ସେମାନେ ଟକ୍କରର ଏକ ଇନ୍‌ଷ୍ଟାଗ୍ରାମ ପେଜ କରିଥିଲେ। ଟକ୍କର ୬ ମାସର ହେବା ବେଳକୁ ତା’ର ପ୍ରଥମ ଭିଡିଓ ସେମାନେ ସେହି ପେଜ୍‌ରେ ଛାଡ଼ିଥିଲେ। ଏହାପରେ ଟକ୍କରର ଏକ ଛୁଆ ‘ଟୋଡ୍‌’ ହେଲା। ଟକ୍କରର ଫଲୋୟର୍ସ ବଢିବା ସହ ରୋଜଗାର ମଧ୍ୟ ହେଲା। ଏଥିରେ କର୍ଟନୀ ଏବଂ ମାଇକ୍‌ ନିଜ ନିଜ ଚାକିରି ଛାଡ଼ିଦେଇ ଟକ୍କର ଏବଂ ଟୋଡ୍‌ର ଯତ୍ନ ନେବାକୁ ଲାଗିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri