Posted inଫୁରସତ

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ ବିମାନରୁ କୁକୁରକୁ ବାହାରକୁ ଠେଲି ଦେଉଥିବା ନଜର ଆସିଛି। ମାତ୍ର ପ୍ରକୃତ ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ।

ଫଟୋରେ କୁକୁରକୁ ବିମାନରେ ଜଣେ ଧରିଥିବା ଦେଖିବାକୁ ମିଳୁଛି। ପ୍ରଥମେ ବ୍ୟକ୍ତିଜଣକ କୁକୁରକୁ ବିମାନରୁ ଠେଲି ଦେବା ପରି ଦେଖାଯାଉଛି। ବ୍ୟକ୍ତିଜଣକ ଏପରି କରିଛନ୍ତି ଭିଡିଓ ଦେଖିଲେ ନିଃଶ୍ୱାସ ବି ବନ୍ଦ ହୋଇଯିବ। ଲୋକେ ରାଗରେ ପାଚି ଲାଲ୍‌ ହୋଇଯିବେ। ମାତ୍ର କିଛି ସମୟରେ ପରେ ପ୍ରକୃତ ସତଟା ଜଣାପଡ଼ିଯାଉଛି। ଏହା କେବଳ ଆଖିର ଭ୍ରମ ଏବଂ କ୍ୟାମେରାର କମାଲ।

କୁକୁରଟି ବିମାନରେ ନୁହେଁ ବରଂ ବରଫରେ ଥିଲା। ଯାହା ପରବର୍ତ୍ତୀ ଭିଡିଓ କ୍ଲିପ୍‌ରେ ସ୍ପଷ୍ଟ ଭାବେ ଜଣାପଡ଼ିଥିଲା। କୁକୁରଟି ପ୍ରଥମେ ମେଘ ଉପରେ ଝଲୁଥିବା ପରି ମନେ ହେଉଥିଲା, ପ୍ରକୃତରେ ତାଙ୍କ ମାଲିକଙ୍କ ହାତରେ ସେ ଥିଲା। ଯିଏ କି ଠିଆ ହୋଇ କୁକୁରକୁ ନିଜ କୋଳରେ ଧରିଥିଲେ, ପରେ ଏହାକୁ ଫିଙ୍ଗି ଦେଇଥିଲେ। ତାହା ବରଫରେ ପଡ଼ିଥିଲା।

ବରଫ ଲ୍ୟାଣ୍ଡ କ୍ୟାମେରାରେ ମେଘ ପରି ଦେଖାଯାଉଥିଲା। ଯେଉଁଥିପାଇଁ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଯେ, କେହି କୁକୁରକୁ ଆକାଶରେ ଯାଉଥିବା ବିମାନରୁ ତଳକୁ ଫିଙ୍ଗି ଦେଉଛନ୍ତି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ ହେବା ପରେ ଅନେକ ଲୋକ ସମାନ ମତ ଶେୟାର କରିଥିଲେ। ସେମାନେ ଭାବୁଥିଲେ କୁକୁରର ମାଲିକ ତାଙ୍କୁ ବିମାନରୁ ଠେଲି ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଥିଲି ସେମାନେ ମେଘରେ ଅଛନ୍ତି, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୋତେ ଲାଗିଲା କୁକୁରକୁ ବିମାନରୁ କେହି ଠେଲି ଦେଉଛନ୍ତି। ଏମିତି ଅନେକ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri