ବେଳାଭୂମିରେ ବୁଲିବ ଡୋଜର

ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଜବରଦଖଲ କରିଥିବା ଉଠାଦୋକାନୀଙ୍କୁ ନିଜ ତରଫରୁ ଉଠିଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଗତ ବୁଧବାର ପର୍ଯ୍ୟନ୍ତ ନ ଉଠିବାରୁ ସଦର ତହସିଲଦାର ନରେନ୍ଦ୍ର ଖମାରୀ ୨ଦିନ ଭିତରେ ନ ଉଠାଇଲେ ଡୋଜର ଲଗାଇ ଭାଙ୍ଗିଦେବାକୁ ଉଠାଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି। ଏହାର ପ୍ରତିବାଦରେ ଗୁରୁବାର ଉଠାଦୋକାନୀମାନେ ଏକାଠି ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ତଥା ଆଖପାଖ ଅଞ୍ଚଳର ଲୋକମାନେ ଦୀର୍ଘ ୨୦ରୁ ୨୫ ବର୍ଷ ଧରି ବେଳାଭୂମିରେ ଉଠାଦୋକାନ କରି ପର୍ଯ୍ୟଟକମାନଙ୍କର ଆବଶ୍ୟକ ଜିନିଷ ଯୋଗାଇ ଆସୁଥିବା ବେଳେ ଉପାର୍ଜିତ ଅର୍ଥରେ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଗତ ୨୦୧୪ରେ ଚାନ୍ଦିପୁର ବେଳାଭୂମି କର୍ତ୍ତୃପକ୍ଷ ସେମାନଙ୍କୁ ସ୍ଥାୟୀ ଦୋକାନ ଓ ଥଇଥାନ ନିମନ୍ତେ ସ୍ଥାନ ନିରୂପଣ କରାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଲ୍‌ଇ କେସ୍‌ କରାଯାଇ ବାର୍ଷିକ ଖଜଣା ଆଦାୟ କରାଯାଉଛି। କୌଣସି ନୋଟିସ୍‌ ନ ଦେଇ ଅଚାନକ ଭାବେ ଉଠାଇ ଦେବାର ଧମକ ପାଇବା ପରେ ଉଠାଦୋକାନୀମାନେ ଏକାଠି ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସ୍ଥାୟୀ ଦୋକାନ ଘର ନିର୍ମାଣ କରି ପ୍ରଦାନ ନିମନ୍ତେ ରିଣ୍ଟୁ ଦାସ, ଅଜୟ ଗିରି, ନରେନ୍ଦ୍ର ଦାସ, ସୁକୁମାର ମାଝି, ଆଶୁତୋଷ ମଣ୍ଡଳ, ଅଜୟ ନାୟକ, ଶକୁନ୍ତଳା ଜାନା, ମୁନା ଅଲ୍ଲି ସାହା, ମିହିର ପାତ୍ର, କାବେରୀ ଦାସ ଓ ପୁଷ୍ପାରାଣୀ ଦାସ ପ୍ରମୁଖ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri