ମୁକ୍ତିସଂଗ୍ରାମର ଦସ୍ତାବିଜ

ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ପ୍ରେମ ଚାନ୍ଦ ଥିଲେ ଜଣେ ପ୍ରତିଭାବାନ୍‌ ବ୍ୟକ୍ତିତ୍ୱ। କିନ୍ତୁ ଗୋଟିଏ ବ୍ୟତିକ୍ରମ ଦେଖାଯାଏ ଯେ ବୟସ ବଢ଼ିବା ସତ୍ତ୍ୱେ ସେ କିନ୍ତୁ ଲେଖାପଢ଼ାରୁ ବିଚ୍ୟୁତ ରହୁ ନ ଥିଲେ। ଦିନେ ତାଙ୍କର ଅସୁସ୍ଥତା ଦେଖି ତାଙ୍କର ଧର୍ମପତ୍ନୀ ତାଙ୍କୁ ଗାଳିଦେଇ କହିଲେ ତୁମର ଏବେ ବିଶ୍ରାମ ଲୋଡ଼ା ଅଥଚ ତୁମେ ବହିଗୁଡ଼ାକ ଘାଣ୍ଟୁଛ? ପ୍ରେମ ଚାନ୍ଦ କହିଲେ, ଦୀପର କର୍ତ୍ତବ୍ୟ ହେଲା ଆଲୋକ ବିତରଣ କରିବା। ଏହି ସମୟରେ କ’ଣ ଲାଭ କ୍ଷତି ହେଲା ତାହା ବିଚାର କରିବା ଦୀପର ବିଚାର୍ଯ୍ୟ ନୁହେଁ। ମୃତ୍ୟୁ ପର୍ଯ୍ୟନ୍ତ ପ୍ରେମ ଚାନ୍ଦଙ୍କ ଲେଖା ଜାରି ରହିଥିଲା। ତାଙ୍କର ଶେଷ ଉପନ୍ୟାସ ମଧ୍ୟ ସରି ନ ଥିଲା । ଏହା ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଯଦିଓ ଆଜି ଅନେକ ଲେଖକଙ୍କ ଲେଖା ସାହିତ୍ୟକୁ ସମୃଦ୍ଧ କରିଛି, ହେଲେ ସେହି ଲେଖକଙ୍କର ଲେଖନୀ ସମାଜ ଓ ରାଷ୍ଟ୍ରରେ ସଂସ୍କାର ଆଣିପାରିଛି କି? ଅନ୍ୟାୟ, ଶୋଷଣ, ପୀଡ଼ନ ବିରୋଧରେ ସ୍ବର ଉତ୍ତୋଳନ କରିପାରିଛି କି? ସେହିସବୁ ସାହିତ୍ୟ ସମାଜର ହିତସାଧନରେ ଅସ୍ତ୍ର ହୋଇଛି କି? ଏହାର ଠିକ୍‌ ଉତ୍ତର ଆମେ ସମସ୍ତେ ଜାଣୁ। ଆଜିର ଲେଖା କେବଳ ପୁରସ୍କାର ଓ ସମ୍ବର୍ଦ୍ଧନା ସର୍ବସ୍ବ ହୋଇଯାଇଛି। ଲେଖକଟି ସବୁବେଳେ ଚିନ୍ତା କରୁଛି ମୁଁ କ’ଣ ଲେଖିଲେ ଗୋଟିଏ ସୀକୃତିପ୍ରାପ୍ତ ଲେଖକ ହୋଇପାରିବି ଏବଂ ଅନେକ ପୁରସ୍କାର ହାତେଇ ପାରିବି। କିନ୍ତୁ ସତ୍ୟକୁ ନିର୍ଭୀକ ଢଙ୍ଗରେ ଉପସ୍ଥାପନ କରିବା ଓ ସମାଜର ହିତ ସାଧନ କରିବା ହେଉଛି ଲେଖକର ପ୍ରଥମ କର୍ତ୍ତବ୍ୟ। ଯେଉଁ ସାହିତ୍ୟ ସମାଜର ହିତ ସାଧନ କରେ ନାହିଁ ତାହା ସାହିତ୍ୟ ହୋଇପାରେନା । ଲେଖକର ଲେଖନୀ ଯଦି ସମାଜ ତଥା ରାଷ୍ଟ୍ରରେ ସଂସ୍କାର ନ ଆଣେ ତେବେ ରାଷ୍ଟ୍ର ବିକାଶଲାଭ କରିପାରେନି। ଯେଉଁ ସାହିତ୍ୟ ଶାସକର ତୋଷାମଦ କରି ପୁରସ୍କାର ହାସଲ କରେ ତାହା ସାହିତ୍ୟ ନୁହେଁ। ଯେଉଁ ସାହିତ୍ୟ ନୂତନ ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ ସହଯୋଗ କରେ ତାହା ହିଁ ପ୍ରକୃତ ସାହିତ୍ୟ। କିନ୍ତୁ ଆଜିର ଲେଖନୀ ଆତ୍ମପ୍ରଚାର ସର୍ବସ୍ବ ହୋଇଛି। ସାହିତ୍ୟ ଯଦି ସମାଜକୁ ଦିଗ୍‌ଦର୍ଶନ ନ ଦେଇ କେବଳ ଶାସକକୁ ତୋଷାମଦ କରି ପୁରସ୍କାର ପାଇଁ ଲେଖା ଯାଏ ତେବେ ଗୋଟିଏ ଜାତି ଧ୍ୱଂସ ହୋଇଯାଏ।
ସାହିତ୍ୟ ହିଁ ସମାଜ ପରିବର୍ତ୍ତନର ଅସ୍ତ୍ର । ଲେଖାରେ ଯଦି ସାମାଜିକ ସଂସ୍କାର ନ ଥାଏ, ପ୍ରତିଶ୍ରୁତିବଦ୍ଧତା ନ ଥାଏ, ସଚେତନତା ନ ଥାଏ, ମୂଲ୍ୟବୋଧ ନ ଥାଏ ଏବଂ ଲେଖା ଯଦି ମାନବଧର୍ମୀ ନ ହୁଏ, ଯୁଗୋପଯୋଗୀ ନ ହୁଏ ତେବେ ରାଷ୍ଟ୍ରର ମୂଳ ଲକ୍ଷ୍ୟ ଲକ୍ଷ୍ୟଚ୍ୟୁତ ହୁଏ। ବର୍ତ୍ତମାନ ଦେଖାଯାଉଛି ସମାଜ ତଥା ରାଷ୍ଟ୍ର ଯେତେ ଅସୁବିଧାରେ ସମ୍ମୁଖୀନ ହେଲେ ମଧ୍ୟ ଭୟରେ କେହି ପାଟି ଖୋଲିବାକୁ ରାଜି ନୁହନ୍ତି। ସମସ୍ତେ ଚାହାନ୍ତି ଶାସକ ଦଳର ପ୍ରିୟ ହେବାପାଇଁ ଓ ତାଙ୍କର ଭାଟ ସାଜିବାକୁ। ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ବିରୋଧରେ ଲେଖନୀ ଚାଳନା କଲେ ପୁରସ୍କାର ନ ମିଳିପାରେ, ତିରସ୍କାର ମିଳୁ ପଛକେ କିନ୍ତୁ ସମାଜ ଓ ରାଷ୍ଟ୍ର ତା’ର ପ୍ରତିଦାନକୁ କେବେ ଭୁଲେନାହିଁ।
ଯେଉଁ ଲେଖନୀ ପଥଭ୍ରଷ୍ଟ ଯୁବକଙ୍କୁ ବାଟ ଦଖାଏ ନାହିଁ , ଜୀବନ ଜିଇବାର କଳା ଶିଖାଏ ନାହିଁ କିମ୍ବା ଜୀବନର ସମସ୍ୟାକୁ ସମାଧାନ କରିବାକୁ ଦୃଢ଼ ମନୋବଳ ସୃଷ୍ଟି କରିପାରେ ନାହିଁ ତାହା ସାହିତ୍ୟ ହୋଇପାରେନା। ସେଦିନର ସାହିତ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଉଥିଲା। ଭାରତ, ଆମେରିକା, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ରୁଷିଆ ଆଦି ପ୍ରତ୍ୟେକ ଦେଶର ସ୍ବାଧୀନତା ସଂଗ୍ରାମ ଲେଖକଙ୍କ ଲେଖନୀ ଚାଳନାରୁ ତୀବ୍ର ହୋଇଥିଲା । ରୁଷୋ, ଭଲ୍ଟାୟାର, ମଣ୍ଟେସ୍କୁ, ମହାତ୍ମା ଗାନ୍ଧୀ, ଶ୍ରୀଅରବିନ୍ଦ, ରବୀନ୍ଦ୍ରନାଥ ଟାଗୋର, ଉତ୍କଳମଣି ଗୋପବନ୍ଧୁ, ମଧୁବାବୁ, ଗୌରୀ ଶଙ୍କର, ଗୋଦାବରୀଶ ମହାପାତ୍ର, କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ଲେଖନୀ ସେଦିନ ବିପ୍ଳବର ମଞ୍ଜି ବୁଣି ଦେଇଥିଲା ପ୍ରତିଟି ହୃଦୟରେ। ସାହିତ୍ୟରେ ଜନ ଜାଗରଣ ନିହାତି ଆବଶ୍ୟକ।

ମୀରା ବେଉରା
ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri