ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ…

ଭୁବନେଶ୍ୱର,୮ା୧: ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି OMSA ସଭାପତି। ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ ଡାକ୍ତରମାନେ ଓହରିଛନ୍ତି।

ସୂଚନା ଥାଉକି, ସାରା ରାଜ୍ୟରେ ଡାକ୍ତରମାନେ  ଆନ୍ଦୋଳନ ଜାରି ରଖିଥିଲେ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଥିଲେ। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍‌ସା )ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରିଥିଲେ। ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କାରେ…

ବଣାଇଁ,୨୧।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରିତୋଳା ନିକଟରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଅଚିହ୍ନା ଯୁବକଙ୍କ…

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ଖାର୍ଗେ: ବଢିଲା ବିବାଦ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଏକ…

‘ଯୁଦ୍ଧବିରତି ଉଲ୍ଲଂଘନ କଲେ ଉପଯୁକ୍ତ ଜବାବ ଦେବୁ..’, ଆମେରିକାକୁ ଇରାନର ଚେତାବନୀ

ତେହରାନ,୨୧।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୁଣିଥରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ପକ୍ଷ ଦ୍ୱାରା ଗ୍ରହଣ…

ଏହି ଜିଲାରେ ସ୍କୁଲ, କଲେଜ ଛୁଟି ୪ ଦିନ ବଢ଼ିଲା, ପ୍ରବଳ ଗରମକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ୱର,୨୧।୪: ବଲାଙ୍ଗୀର ଜିଲାରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି…

ଷ୍ଟିଲ୍‌ସିଟିରେ ରାଷ୍ଟ୍ରପତି: ଅଭିଭାଷଣରେ କହିଲେ ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ, ସଂଗ୍ରାମ ହେଉଛି…

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri