ଟାର୍ଗେଟ୍‌ ପୂରଣ ପାଇଁ ନିଜର ୧୫ଥର କରୋନା ଟେଷ୍ଟ କଲେ ଡାକ୍ତର

ମଥୁରା, ୨୨।୯: ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତର ଟାର୍ଗେଟ୍‌ ପୂରଣ କରିବା ଲାଗି ୧୫ଥରରୁ ଊର୍ଦ୍ଧ୍ୱ ନିଜର କରୋନା ଟେଷ୍ଟ କରାଇଛନ୍ତି। ଏଭଳି ଭାବେ କରୋନା ଟେଷ୍ଟ କରାଉଥିବା ଡାକ୍ତରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବଳଦେବ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସ୍ବାସ୍ଥ୍ୟକର୍ମୀ ରାଜକୁମାର ସାରସ୍ବତ ନାମକ ଏହି ଡାକ୍ତରଙ୍କ ସ୍ବାବ ସଂଗ୍ରହ କରୁଛନ୍ତି। ଏହାପରେ ଏହି ନମୁନାର ନକଲି ନାମ କରଣ କରାଯାଇ ତାହାକୁ ସିଏମ୍‌ଓ କାର୍ଯ୍ୟାଳୟକୁ ପଠାଗଲା।
ସାରସ୍ବତ ନିଜେ ମଧ୍ୟ ସ୍ବୀକାର କରି କହିଛନ୍ତି, ସେ ଏଥିଲାଗି ନିଜର ସ୍ବାବ୍‌ ଦେଇଛନ୍ତି କାରଣ ସଂଗୃହିତ ନମୁନା ସଂଖ୍ୟା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍‌ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଧାର୍ଯ୍ୟ ଟାର୍ଗେଟ୍‌ଠାରୁ କମ୍‌। ଅବଶ୍ୟ ଏହି ସମୟରେ ଜଣେ ସ୍ବାସ୍ଥ୍ୟକର୍ମୀ ଡାକ୍ତରଙ୍କୁ ଅନେକଥର ଟେଷ୍ଟ ନ କରାଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଅତିରିକ୍ତ ସିଏମ୍‌ଓ ରାଜୀବ ଗୁପ୍ତା କହିଛନ୍ତି, ଘଟଣାର ଅନୁସନ୍ଧାନ କରାଯାଉଛି। ଯଦି ସ୍ବାସ୍ଥ୍ୟ ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଭକ୍ତ କେଜ୍‌ରିଓ୍ବାଲ୍‌ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୧୦।୩: ମାର୍ଚ୍ଚ ୮ରୁ ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଡେପୁଟି ଗଭର୍ଣ୍ଣର (ଏଲଜି) ଅଭିଭାଷଣ ଉପରେ...

୨୩ ବର୍ଷ ତଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଘର, ପ୍ରତିମାସରେ ଭଡ଼ା ଦେବାକୁ ପଡ଼େ…

ନୂଆଦିଲ୍ଲୀ,୨ା୭: କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋଧି ଏଷ୍ଟେଟ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ ଜାଣନ୍ତି ପ୍ରିୟଙ୍କାଙ୍କୁ ଏହି ଘର ଭଡ଼ା ପାଇଁ...

ସେନା ପକ୍ଷରୁ ସ୍ପଷ୍ଟୀକରଣ: ନିଯୁକ୍ତି ପ୍ରକ୍ରିୟାରେ ଜାତି ପ୍ରମାଣ ପତ୍ର ପୂର୍ବରୁ ମଧ୍ୟ ମଗାଯାଉଥିଲା

ନୂଆଦିଲ୍ଲୀ,୧୯।୭: ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ଜାତି ଏବଂ ଧର୍ମ ପ୍ରମାଣ ପତ୍ର ଦେଖାଇବାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେନା ପକ୍ଷରୁ ଏନେଇ...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି...

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌...

ହଠାତ୍ ଅଜନାଲା ଗସ୍ତ କଲେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୬ ।୧୦: ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର ରାତିରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅମୃତସରର ଅଜନାଲା ଅଞ୍ଚଳ...

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ...

Advertisement
Archives

Model This Week