ଆପଣଙ୍କ ବାଥ୍‌ରୁମ୍‌ରେ ଅଛି କି ଏହି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ୍‌ ହେବ କ୍ୟାନ୍‌ସର

ସମସ୍ତଙ୍କର ନିଜସ୍ବ ଜୀବନଶୈଳୀ ଅଛି। ଯାହା ଅନୁଯାୟୀ ସେମାନେ ନିଜ ନିଜ ଘରକୁ ସଜାନ୍ତି। ଘରର କବାଟଠାରୁ ଆରମ୍ଭ କରି ଶୋଇବା ଘର, ଗେଷ୍ଟ୍‌ରୁମ୍‌ ଏବଂ ବାଥ୍‌ରୁମ୍‌ ଇତ୍ୟାଦି। ଏହି ସ୍ଥାନଗୁଡ଼ିକୁ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ସଜାଯାଇଥାଏ। ଜଣେ ବ୍ୟକ୍ତି ସ୍ବଚ୍ଛତା ଉଦ୍ଦେଶ୍ୟରେ ନିଜ ଘରେ କିଛି ଜିନିଷ ରଖିଥାନ୍ତି କିନ୍ତୁ ସେ ଏହା ସହିତ ଜଡ଼ିତ ବିପଦ ବିଷୟରେ ଜାଣି ନ ଥାନ୍ତି। ଏ ସମ୍ପର୍କରେ ଜଣେ ଡାକ୍ତର କ’ଣ କହିଛନ୍ତି ଜାଣନ୍ତୁ…

ଡକ୍ଟର ସ୍କଟ୍‌ ନୁର୍‌ଦା ସୋସିଆଲ ମିଡିଆରେ କହିଛନ୍ତି, ବାଥ୍‌ରୁମ୍‌ରେ ଥିବା ଏକ ଜିନିଷ ମାରାତ୍ମକ କ୍ୟାନସର ରୋଗର କାରଣ ହୋଇପାରେ। ପ୍ରାୟତଃ ଲୋକମାନେ ଏହାକୁ ସଫା କରିବା ଉଦ୍ଦେଶ୍ୟରେ ରଖନ୍ତି କିନ୍ତୁ ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତି ପହଞ୍ଚାଏ ତାହା ସେମାନେ ଜାଣନ୍ତି ନାହିଁ।

ଡକ୍ଟର ସ୍କଟ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି, ବାଥ୍‌ରୁମ୍‌ରେ ଝୁଲୁଥିବା ପ୍ଲାଷ୍ଟିକ ସ୍କ୍ରିନ୍‌ ବହୁତ ମାରାତ୍ମକ। ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଆମର ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦିଏ। ଯଥା ରୋଗ ସହ ଲଢ଼ିବା ପାଇଁ ଆମର କ୍ଷମତା ନ ଥାଏ। କେବଳ ଏତିକି ନୁହେଁ, ଏହା କ୍ୟାନ୍‌ସର ପରି ଭୟଙ୍କର ରୋଗ ସୃଷ୍ଟି କରିପାରେ। ଏହି ସ୍କ୍ରିନ୍‌ରେ ପଲିଭିନିଲ କ୍ଲୋରାଇଡ ଯଥା ପିଭିସି ଦ୍ୱାରା ନିର୍ମିତ ଯାହା ଏକ ସିନ୍ଥେଟିକ ପ୍ଲାଷ୍ଟିକ୍‌। ଏହା ଖାଦ୍ୟ ପ୍ୟାକେଜିଂ, ତାର ଏବଂ ଗମ୍‌ ବୁଟ୍‌ସ ତିଆରିରେ ବ୍ୟବହୃତ ହୁଏ।

ସେ କହିଛନ୍ତି, ଏହି ସ୍କ୍ରିନ୍‌ଗୁଡ଼ିକ ମୁଣ୍ଡବିନ୍ଧା, ଲୋକଙ୍କ ଉପରେ କ୍ରୋଧ ଭଳି ଲକ୍ଷଣ ସୃଷ୍ଟି କରିଥାଏ ଏବଂ ଫର୍ଟିଲିଟିଠାରୁ କ୍ୟାନସର ପର୍ଯ୍ୟନ୍ତ ବିପଦ ସୃଷ୍ଟି କରିଥାଏ। ଏହା ବଦଳରେ କପଡ଼ାର ସ୍କ୍ରିନ୍‌ ଲଗାଯାଇପାରିବ ବୋଲି ସେ କହିଛନ୍ତି। ପିଭିସିରେ ଭିନିଲ କ୍ଲୋରାଇଡ୍‌ ପରି ରଙ୍ଗହୀନ ଗ୍ୟାସ ଥାଏ। ଯାହା ତମାଖୁ ଧୂଆଁରେ ମିଳିଥାଏ। ଏହା ଲିଭର, ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟ ରୋଗର କାରଣ ହୋଇପାରେ, ଯେତେବେଳେ କି ଏହା ଲିମ୍ଫୋମା ଏବଂ ଲ୍ୟୁକେମିଆ ମଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ସ୍କ୍ରିନ୍‌ ପରିବର୍ତ୍ତେ କପଡ଼ା ସ୍କ୍ରିନ୍‌ ବ୍ୟବହାର କରନ୍ତୁ କିମ୍ବା ଗ୍ଲାସ୍‌ କବାଟ ସହିତ ସାଓ୍ବାର ବ୍ୟବହାର କରନ୍ତୁ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ପୋଲିସ ଡିଜି ଦୌଡ଼ରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀ, ଶର୍ଟଲିଷ୍ଟ ଦାଖଲ: ଜାଣନ୍ତୁ କିଏ କିଏ ଅଛନ୍ତି…

ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri