ଏସବୁ ଲକ୍ଷଣ ଦେଖା ଦେଉଛି କି? ହୋଇପାରେ ହୃଦ୍‌ଘାତ

ବିଶ୍ୱବ୍ୟାପୀ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାର୍ଟ ଆଟାକ୍‌ ବା ହୃଦ୍‌ଘାତ। ଏହାର ଅନେକ କାରଣ ରହିଛି। ଆମେ ଅଧିକ କାମ କରୁ ମାତ୍ର ବହୁତ କମ୍‌ ଶୋଇଥାଉ। ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାଉ ଯଥେଷ୍ଟ ବ୍ୟାୟାମ କରି ନ ଥାଉ। ବେଳେବେଳେ ଆମ ଶରୀରରେ ଅନେକ ଲକ୍ଷଣ ଦେଖାଦେଇଥାଏ। ମାତ୍ର ଆମେ ସେସବକୁ ଅବହେଳା କରିଥାଉ। ଏହାଦ୍ୱାରା ହୃଦ୍‌ଘାତର ଶିକାର ହୋଇଥାଉ। ତେବେ ଜାଣନ୍ତୁ ଏସବୁ ଲକ୍ଷଣ ସମ୍ପର୍କରେ…

ଥକ୍କାପଣ:
ଥକ୍କାପଣ ହୃଦ୍‌ଘାତର ପ୍ରଥମ ଲକ୍ଷଣ ହୋଇପାରେ। ପର୍ଯ୍ୟାପ୍ତ ନିଦ ନ ହେବାରୁ ହୃଦ୍‌ଘାତର ସମ୍ଭାବନା ରହିଥାଏ। ଶରୀରରେ ରକ୍ତର ପରିମାଣ କମିଯାଏ, ତେଣୁ ହାର୍ଟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଦିନରାତି କ୍ଳାନ୍ତ ଲାଗେ। ଯଦି ଆପଣ କ୍ଳାନ୍ତ ହୁଅନ୍ତି ବା ଥକ୍କାପଣ ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍‌। ଏହା ହୃଦ୍‌ଘାତର ଏକ ଗୁରୁତର ଲକ୍ଷଣ।

ଚେତାଶୂନ୍ୟ ହେବା:
ବାରମ୍ବାର ଚେତାଶୂନ୍ୟ ହେବା ହୃଦ୍‌ଘାତର ଆଉ ଏକ ଲକ୍ଷଣ। ଯଦି ଆପଣ ବାରମ୍ବାର ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କୁ ଦେଖାଇବା ଉଚିତ୍‌। ଅତ୍ୟଧିକ ଶାରୀରିକ ପରିଶ୍ରମ, ଯନ୍ତ୍ରଣା କିମ୍ବା ଡିହାଇଡ୍ରେସନ ଚେତାଶୂନ୍ୟ ହେବାର କାରଣ ବି ହୋଇପାରେ। ଏହାକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ।

ହଠାତ୍‌ ଓଜନ ବଢ଼ିବା:

ଅଧିକ ଓଜନ ବଢ଼ିଗଲେ ଏହା ହୃଦ୍‌ଘାତର ଆଉ ଏକ ଲକ୍ଷଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଅତ୍ୟଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ଘଟିଥାଏ। ଫଳରେ ଏହା ହୃଦ୍‌ଘାତକୁ ଆମନ୍ତ୍ରଣ କରିଥାଏ। ଯଦି ଆପଣ ଏହି ଲକ୍ଷଣ ଅନୁଭବ କରନ୍ତି ତେବେ ପ୍ରତିଦିନ କ’ଣ ଖାଉଛନ୍ତି ତାହା ଉପରେ ନଜର ରଖିବା ଏକ ଭଲ ଚିନ୍ତାଧାରା। ଖାଦ୍ୟର ପରିବର୍ତ୍ତନ ହେତୁ ଓଜନ ବୃଦ୍ଧି ହେଉଛି କି ନାହିଁ ତାହା ଜାଣିବା ଉଚିତ୍‌। ଏହା ପରେ ଯଦି ଓଜନ ନ କମେ ତେବେ ଏହା ହୃଦ୍‌ଘାତର ଲକ୍ଷଣ ଅଟେ। ଏସବୁ ଲକ୍ଷଣ ଦେଖାଦେଲେ ଅଣହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri