ଘରେ କରନ୍ତୁ ହେୟାର ଷ୍ଟ୍ରେଟ୍‌ନିଂ

ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର୍‌ ଷ୍ଟ୍ରେଟ୍‌ନିଂ କରାଇବାକୁ ଅନେକେ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତା’ଛଡ଼ା କୁଞ୍ଚୁକୁଞ୍ଚତ୍ଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକେ ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ହେଲେ ଏଥିପାଇଁ ବ୍ୟବହୃତ କେମିକାଲ କେଶକୁ ହାନି ପହଞ୍ଚାଇଥାଏ। ତେଣୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ କେଶ ଷ୍ଟ୍ରେଟ୍‌ନିଂ କରିପାରିବେ…

ଆଲୋଭେରା ତ୍ୱଚା ସହ କେଶ ପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ। ଅଧା କପ୍‌ ଆଲୋଭେରା ସହ ଅଧା କପ୍‌ ନଡ଼ିଆ ତେଲ ସହ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ରଖିବା ପରେ ଶାମ୍ପୁ କରିଦିଅନ୍ତୁ।
ଅଧା କପ୍‌ କ୍ଷୀରରେ ଏକ ଟେବୁଲସ୍ପୁନ୍‌ ମହୁ ଏବଂ ୪ଟି ଷ୍ଟ୍ରବେରିକୁ ଗ୍ରାଇଣ୍ଡ କରି ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ କେଶରେ ମୂଳରୁ ଆଗ ପର୍ଯ୍ୟନ୍ତ ଲଗାନ୍ତୁ। ଏହାକୁ ଟାଓ୍ବେଲରେ ଭଲଭାବେ କଭର କରିଦିଅନ୍ତୁ। ୨ରୁ ୩ଘଣ୍ଟା ରଖିସାରିବା ପରେ ମାଇଲ୍ଡ ଶାମ୍ପୁରେ ସଫା କରିଦିଅନ୍ତୁ।
କେଶକୁ ଷ୍ଟ୍ରେଟ୍‌ନିଂ କରିବା ପାଇଁ ଲେମ୍ବୁ ଭଲ କାମ କରିଥାଏ। ଅଧା କପ୍‌ ନଡ଼ିଆ କ୍ଷୀରରେ ୪-୫ ବୁନ୍ଦା ଲେମ୍ବୁ ଜୁସ୍‌ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ନଡ଼ିଆ କ୍ଷୀର କେଶ ପାଇଁ କଣ୍ଡିସନର ଭାବେ କାମ କରିଥାଏ। ଏହି ମିଶ୍ରଣକୁ କେଶ ମୂଳରୁ ଆଗ ପର୍ଯ୍ୟନ୍ତ ଲଗାନ୍ତୁ। ଅଧ ଘଣ୍ଟା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ମୁଲତାନୀ ମିଟି ତ୍ୱଚା ସହ କେଶ ପାଇଁ ମଧ୍ୟ ଉପକାରୀ। ମୁଲତାନୀ ମିଟି ପ୍ୟାକ୍‌ ଲଗାଇ ଧୋଇଲେ କେଶ ସିଧା ରହିଥାଏ।
ପାଚିଲା କଦଳୀ ଏବଂ ଗୋଟିଏ ଟେବୁଲସ୍ପୁନ ମହୁ ନେଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। କେଶରେ ଏବଂ ସ୍କାଲ୍ପରେ ଏହି ପ୍ୟାକ୍‌କୁ ଭଲ ଭାବେ ଲଗାନ୍ତୁ। ଅଧଘଣ୍ଟା ପରେ ବାୟୋଟିନ୍‌ ଯୁକ୍ତ ଶାମ୍ପୁରେ ଧୋଇନିଅନ୍ତୁ। ସପ୍ତାହକୁ ଦୁଇଥର ଏହିଭଳି କେଶରେ ବ୍ୟବହାର କରି ନିଜ କେଶକୁ ଷ୍ଟ୍ରେଟ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ହୁଏ ଧନ୍ୟ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ସବୁଦିନ ବ୍ୟବହାର କରନ୍ତୁ ଭୃସଙ୍ଗ ପତ୍ର

ଅଧିକାଂଶ ଘରେ ଭୃସଙ୍ଗ ପତ୍ର ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଉଥିବା ଦେଖାଯାଇଥାଏ । ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ନ ଜାଣି...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌…

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହା...

ଜନ୍ମରୁ ୫ ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ

ପରିବେଶ ପ୍ରଦୂଷଣ ଯୋଗୁ ଶିଶୁମାନଙ୍କର ରୋଗ ପ୍ରତିଶେଧକ ଶକ୍ତି କମି କମି ଯାଉଛି ବୋଲି ଶିଶୁରୋଗ ବିଶେଷଜ୍ଞ ମତ ଦିଅନ୍ତି। ତେଣୁ ଶିଶୁଙ୍କୁ ଟିକାକରଣ ଜରୁରୀ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ 

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ।...

ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ...

ରିକମ୍ବିନାଣ୍ଟ ଡିଏନ୍‌ଏ

ପ୍ଲାସମିଡ୍‌ମାନେ କ୍ରୋମୋଜୋମାଲ ଡିଏନ୍‌ଏ ଉପରେ ନିର୍ଭର ନ କରି ସ୍ବାଧୀନଭାବେ ନିଜ ପ୍ରତିରୂପ ତିଆରି କରି ପାରନ୍ତି।ବ୍ୟାକ୍ଟେରିଆ ଓ ଆର୍କିଆ ଅଣୁଜୀବଙ୍କଠାରେ ପ୍ଲାସମିଡ୍‌ ମିଳିଥାଏ। ଅତିକମରେ...

ଉପକାରୀ ଗୁଡ଼

ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ...

Advertisement
Archives

Model This Week