ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌ ଜୀବନର ସମ୍ଭାବ୍ୟ ସଙ୍କେତକୁ ଚିହ୍ନଟ କରାଯାଇଛି। ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ଜେମସ୍‌ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପର ବ୍ୟବହାର କରି ଏହି ଟିମ୍‌ର ବୈଜ୍ଞାନିକମାନେ ସୌରଜଗତ ବାହାରେ ଏଲିୟନଙ୍କ ସମ୍ଭାବ୍ୟ ଜୀବନ ଚିହ୍ନଟ ନେଇ ସବୁଠୁ ଶକ୍ତିଶାଳୀ ସଙ୍କେତ ପାଇଛନ୍ତି। ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଅବସ୍ଥିତ କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ମଧୁସୂଦନ ଓ ତାଙ୍କ ଟିମ୍‌ ଏକ ଆକର୍ଷଣୀୟ ରାସାୟନିକ ସଙ୍କେତକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ମୁଖ୍ୟତଃ ଡାଇମିଥାଇଲ ସଲ୍‌ଫାଇଡ(ଡିଏମ୍‌ଏସ୍‌) ଏବଂ ଡାଇମିଥାଇଲ ଡାଇ ସଲ୍‌ଫାଇଡ (ଡିଏମ୍‌ଡିଏସ୍‌) ରହିଛି। ପୃଥିବୀରେ ଏହି ଗ୍ୟାସ୍‌ଗୁଡ଼ିକ ମୁଖ୍ୟତଃ ସାମୁଦ୍ରିକ ଶୈବାଳ ଦ୍ୱାରା ଉତ୍ପାଦିତ ହୋଇଥାଏ। ମଧୁସୂଦନ କହିଛନ୍ତି, କେ୨-୧୮ବି ଗ୍ରହର ବାୟୁମଣ୍ଡଳରେ ପ୍ରଚୁର ଉଦ୍‌ଯାନ ଥିବାବେଳେ ଏହାତଳେ ସମ୍ଭବତଃ ସମୁଦ୍ର ରହିଛି। ଏହି ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉକ୍ତ ଗ୍ରହରେ ବାହ୍ୟ ଜୀବ ସନ୍ଧାନର ସମ୍ଭାବନାକୁ ସୃଷ୍ଟି କରିଛି। ପ୍ରକାଶ ଯେ, ମଧୁସୂଦନ ବାରାଣସୀସ୍ଥିତ ବନାରସ ହିନ୍ଦୁ ୟୁନିଭର୍ସିଟିରୁ ବିଟେକ୍‌ କରିବା ପରେ ବ୍ରିଟେନ୍‌ ଯାଇ ମାସାଚୁସେଟ୍ସ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ମାଷ୍ଟର ଡିଗ୍ରୀ ଏବଂ ପିଏଚ୍‌ଡି କରିଥିଲେ। ୨୦୧୩ରୁ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ସହ ଜଣେ ଗବେଷକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri