Posted inଖେଳ

ଜୋକୋଭିଚ୍‌ଙ୍କ ସ୍ବପ୍ନ

ଓ୍ବିମ୍ବେଲଡନ୍‌ ଫାଇନାଲରେ କାର୍ଲୋସ୍‌ ଅଲକାରାଜ୍‌ଙ୍କଠାରୁ ହାରିଥିବାରୁ ନୋଭାକ୍‌ ଜୋକୋଭିଚ୍‌ ସର୍ବକାଳୀନ ଶ୍ରେଷ୍ଠ ୨୪ ଗ୍ରାଣ୍ଡସ୍ଲାମ୍‌ ରେକର୍ଡର ସମକକ୍ଷ ହୋଇପାରିନାହାନ୍ତି। ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନ ଆସନ୍ତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ଉପରେ ଜୋକୋଭିଚ୍‌ଙ୍କ ନଜର ରହିବ…

ବିଶ୍ୱ ଟେନିସ୍‌ ଜଗତର ସର୍ବପୁରାତନ ଏବଂ ସମ୍ମାନଜନକ ଟୁର୍ନାମେଣ୍ଟ ହେଉଛି ୱିମ୍ବେଲଡନ୍‌। ଚଳିତ ବର୍ଷ ଏହାର ୧୩୬ତମ ସଂସ୍କରଣ ଏବଂ ଓପନ ଯୁଗର ୫୫ତମ ସଂସ୍କରଣ ସଫଳତାର ସହ ଜୁଲାଇ ୩ରୁ ୧୬ ପର୍ଯ୍ୟନ୍ତ ଅଲ୍‌ ଇଂଲଣ୍ଡ କ୍ଲବରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ନଂ. ୧ ଟେନିସ୍‌ ଖେଳାଳି ୨୦ବର୍ଷୀୟ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ୍‌ ଏକ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ଫାଇନାଲରେ ଦୀର୍ଘ ବର୍ଷ ଧରି ଟେନିସ୍‌ ଜଗତରେ ରାଜ୍‌ କରୁଥିବା ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ପରାସ୍ତକରି ତାଙ୍କର ଆଧିପତ୍ୟ ଉପରେ ଅଙ୍କୁଶ ଲଗାଇଛନ୍ତି। ସେଣ୍ଟର କୋର୍ଟରେ ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଫାଇନାଲରେ ଭେଟେରାନ ତାରକା ଖେଳାଳି ୩୬ ବର୍ଷୀୟ ଜୋକୋଭିଚ୍‌ଙ୍କୁ ହରାଇ କ୍ୟାରିୟରର ପ୍ରଥମ ୱିମ୍ବେଲଡନ ଟାଇଟଲ ହାସଲ କରିଥିଲେ ଅଲକାରାଜ୍‌। ଏହା ଥିଲା ତାଙ୍କ କ୍ୟାରିୟରର ୨ୟ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଲକାରାଜ୍‌ ଜନ୍ମହେବା ବେଳକୁ ଜୋକୋଭିଚ୍‌ ପେସାଦାର ଖେଳାଳିରେ ପରିଣତ ହୋଇସାରିଥିଲେ। ୩ୟ ସର୍ବକନିଷ୍ଠ ଖେଳାଳି ରୂପେ ଏହି ସମ୍ମାନଜନକ ଟାଇଟଲ ହାସଲ କରିଥିଲେ ଅଲକାରାଜ୍‌। ଜର୍ମାନୀର ବୋରିସ୍‌ ବେକର ୧୮ ବର୍ଷରେ ଏବଂ ଜାପାନର ଟୋକିଟୋ ଓଡା ମାତ୍ର ୧୭ବର୍ଷ ବୟସରେ ସର୍ବ କନିଷ୍ଠ ଖେଳାଳି ରୂପେ ଏହି ଟାଇଟଲ ହାସଲ କରିଥିଲେ। ଅଲକାରାଜ୍‌ ତୃତୀୟ ସ୍ପାନିସ୍‌ ଖେଳାଳି ରୂପେ ଏହି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ମାନୁଏଲ ସାଣ୍ଟାନା ୧୯୬୬ ଏବଂ ରାଫାଲ ନାଡାଲ ୨୦୦୮ ଏବଂ ୨୦୧୦ରେ ଏହି ସଫଳତା ପାଇଛନ୍ତି।
ଫାଇନାଲରେ ୨ ତାରକା ଖେଳାଳି ଚମକତ୍ାର ଟେନିସ୍‌ ଖେଳିଥିଲେ। କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ସେଣ୍ଟର କୋର୍ଟରେ ଉପସ୍ଥିତ ଦର୍ଶକ ଚିତ୍ତାକର୍ଷକ ଟେନିସ୍‌ର ଭରପୂର ଆନନ୍ଦ ଉଠାଇଥିଲେ। ଶେଷରେ ଇତିହାସ ରଚିଥିଲେ ଅଲଜାରାଜ୍‌। ଜୋକୋଭିଚ୍‌ଙ୍କ ଆଶା ଅଧୁରା ରହିଲା। କାରଣ ୨୦୧୩ ପରଠାରୁ ଇଂଲଣ୍ଡର ସେଣ୍ଟର କୋର୍ଟରେ କେବେ ମ୍ୟାଚ୍‌ ହାରି ନ ଥିଲେ ଜୋକୋଭିଚ୍‌। ୫ମ ସେଟ୍‌ରେ ଜିତିଥିଲେ ସେ ମାର୍ଗାରେଟ କୋର୍ଟଙ୍କ ସର୍ବକାଳୀନ ଶ୍ରେଷ୍ଠ ୨୪ତମ ଗ୍ରାଣ୍ଡସ୍ଲାମ୍‌ ରେକର୍ଡର ସମକକ୍ଷ ହୋଇ ପାରିଥାନ୍ତେ। ଗ୍ରାଣ୍ଡସ୍ଲାମ୍‌ ଲଢ଼େଇରେ ଗତ କିଛି ବର୍ଷ ଧରି ଜୋକୋଭିଚ୍‌, ଫେଡେରର ଏବଂ ନାଡାଲଙ୍କ ମଧ୍ୟରେ ଟାଇଟଲ ହାସଲ ପାଇଁ ତୀବ୍ର ପ୍ରତିଯୋଗିତା ଲାଗି ରହିଥିଲା। ସୁଇଜରଲାଣ୍ଡର ଧନୀ ଟେନିସ୍‌ ଖେଳାଳି ଫେଡେରର ୱିମ୍ବେଲଡନ୍‌ରେ ୮ ଥର ଏବଂ ଜୋକୋଭିଚ୍‌ ୭ଥର ଟାଇଟଲ ଜିତିଛନ୍ତି। ଓପନ ଯୁଗରେ ପ୍ରତ୍ୟେକ ଗ୍ରାଣ୍ଡସ୍ଲାମ୍‌କୁ ୩ ଥର ଲେଖାଏ ଜିତିବାର ରେକର୍ଡ ରଖିଛନ୍ତି ଏହି ସର୍ବୀୟ ଖେଳାଳି। ଅନ୍ୟପକ୍ଷରେ ସ୍ପେନ୍‌ର ରାଫାଲ ନାଡାଲ ୨ଥର ୱିମ୍ବେଲଡନ୍‌ ଜିତିଥିବା ବେଳେ ସର୍ବାଧିକ ୧୪ଥର ପାଇଁ ଫ୍ରେଞ୍ଚ ଓପନ କ୍ଲେ କୋର୍ଟ ଟେନିସ୍‌ ଟାଇଟଲ ହାସଲ କରିଛନ୍ତି। ଅଷ୍ଟ୍ରେଲିଆନ ଓପନ ୨୦୦୯ ଏବଂ ୨୦୨୨ରେ ଜିତିଥିବା ବେଳେ ୨୦୧୦, ୨୦୧୩, ୨୦୧୭, ୨୦୧୯ରେ ୟୁଏସ୍‌ ଓପନ ଚାମ୍ପିୟନ ହୋଇଛନ୍ତି।
ଗତ ୱିମ୍ବେଲଡନ ଗ୍ରାଣ୍ଡସ୍ଲାମ୍‌ରେ ବହୁ ନାମୀଦାମୀ ଖେଳାଳି ଅଂଶଗ୍ରହଣ କରିଥିଲେ, ଏହା ଟୁର୍ନାମେଣ୍ଟର ଗ୍ଲାମର ବଢ଼ାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଡାନିଲ ମେଡ୍‌ଭେଡେଭ, ଆରିନା ସାବାଲେଙ୍କା, ଭିକ୍ଟୋରିଆ ଆଜାରେଙ୍କା, ଷ୍ଟାନ୍‌ ୱାରିଙ୍କା, ଡେଭିଡ୍‌ ଗଫିନ, ମାଟେଓ ବେରେଟିନି, ଆଲେକ୍‌ଜାଣ୍ଡାର ଜେଭରେଜ୍‌, ହୋଲ୍‌ଗର ରୁନ୍‌, ଆନ୍ଦ୍ରେ ରୁବ୍‌ଲେଭ୍‌ଙ୍କ ପରି ଅନେକ ସିଡେଡ୍‌ ଖେଳାଳି। ସେମିଫାଇନାଲରୁ ୩ୟ ସିଡ୍‌ ଡାନିଲ ମେଡ୍‌ଭେଡେଭ ଓ ୮ମ ସିଡ୍‌ ଜାନିକ ସିନର ବାଦ୍‌ ପଡ଼ିଥିଲେ। ପ୍ରଥମ ରାଉଣ୍ଡରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଖେଳାଳିମାନଙ୍କ ମଧ୍ୟରେ ଥିଲେ ଡୋମିନିକ ଥିମ୍‌, ସେବାଷ୍ଟିଆନ କୋର୍ଡା, ଜନ୍‌ ଇସନର ଏବଂ ଦ୍ୱିତୀୟ ରାଉଣ୍ଡରୁ ଆଲେକଜାଣ୍ଡାର ମୁଲର, ଆଣ୍ଡି ମୁରେ, ଓସ୍‌କାର ଓଟେ, କାମେରନ ନୋରି ଏବଂ ବେନ୍‌ ସେଲ୍‌ଟନ ଏବଂ ୩ୟ ଏବଂ ୪ର୍ଥ ରାଉଣ୍ଡରୁ ଆଲେକଜାଣ୍ଡାର ଜେଭରେଜ୍‌, ଡେଭିଡ୍‌ ଗଫିନ, ଷ୍ଟାନ୍‌ ୱାରିଙ୍କା, କ୍ରିଷ୍ଟୋଫର ଓକୋନେଲ, ଷ୍ଟିଫାନୋସ୍‌ ସିତ୍‌ସିପାସ, ମାଟେଓ ବେରେଟିନି, ଡେନିସ୍‌ ସାପୋଭଲଭୋ ପ୍ରମୁଖ ବିଦାୟ ନେଇଥିଲେ।
୨୦୨୩ ସଂସ୍କରଣରେ ମହିଳା ବିଭାଗରେ ତୃତୀୟ ଚେକ୍‌ ଖେଳାଳି ଭାବେ ୱିମ୍ବେଲଡନ ଟାଇଟଲ ଜିତି ଇତିହାସ ରଚିଛନ୍ତି ମାର୍କେଟା ଭୋନ୍ଦ୍ରୋସୋଭା। ଫାଇନାଲରେ ସେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ତୃତୀୟ ଚେକ୍‌ ଏବଂ ପ୍ରଥମ ଅଣସିଡେଡ୍‌ ଖେଳାଳି ରୂପେ ଟ୍ରଫି ହାସଲକରି ସମସ୍ତ ତାରକା ଖେଳାଳିଙ୍କୁ ଚମକାଇ ଦେଇଛନ୍ତି। ୨୦୨୨ରେ ଆଘାତଜନିତ ସମସ୍ୟା ଯୋଗୁ ସେ ଏହି ପ୍ରତିଯୋଗିତାରେ ଖେଳିପାରି ନ ଥିଲେ।
ଚଳିତ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ ଓପନରେ ନୋଭାକ୍‌ ଜୋକୋଭିଚ୍‌ ପୁରୁଷ ବିଭାଗରେ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ବେଲାରୁଷ୍‌ର ଆରିନା ସାବାଲେଙ୍କା ଟାଇଟଲ ହାସଲ କରିଥିଲେ। ସେହିପରି ୨ୟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନରେ ପୁରୁଷ ବିଭାଗରେ ନୋଭାକ୍‌ ଜୋକୋଭିଚ୍‌ ସିଧାସଳଖ ସେଟ୍‌ରେ କାସ୍ପର ରୁଡ୍‌ଙ୍କୁ ପରାସ୍ତକରି ଚାମ୍ପିୟନ ହୋଇଥିବା ବେଳେ ଇଗା ସ୍ବିଟେକ୍‌ ମହିଳା ବିଭାଗର ବିଜେତା ହୋଇଥିଲେ। ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନ ଆସନ୍ତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଗତ ସଂସ୍କରଣରେ କାର୍ଲୋସ୍‌ ଅଲକାରାଜ୍‌ ପୁରୁଷ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ବିଭାଗ ଚାମ୍ପିୟନ ରହିଛନ୍ତି। ଏହି ଟୁର୍ନାମେଣ୍ଟ ଉପରେ ଜୋକୋଭିଚ୍‌ଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri