ଜୋକୋଭିଚ୍‌ ବନାମ ଅଷ୍ଟ୍ରେଲିଆ

ଭାରତରେ ସରକାରୀ ବ୍ୟବସ୍ଥାରେ ନିତିଦିନିଆ ଏପଟସେପଟ ନିଷ୍ପତ୍ତି ଦେଖି ସମସ୍ତେ ବିରକ୍ତ ହେବା ସ୍ବାଭାବିକ। ରାଜନୈତିକ କିମ୍ବା ଅମଲାତାନ୍ତ୍ରିକ ଚାପରେ ସରକାରୀ କଳ ଏପାଖ ନ ହେଲେ ସେପାଖ ଛବି ଦର୍ଶାଏ। ସରକାରୀ ନୀତି ସବୁବେଳେ ଜନସାଧାରଣଙ୍କ ହିତ ନିମନ୍ତେ ହେବା କଥା। ଭାରତରେ ଏହା କ୍ୱଚିତ୍‌ ଦେଖିବାକୁ ମିଳିଥାଏ। ଦୁଇଟି ସାଧାରଣ ଉଦାହରଣ ଦେଖିଲେ ଏହାର ଅର୍ଥ ବୁଝିହେବ। ଜଣେ ଅଫିସର ଇଚ୍ଛା କଲେ ବୋଲି ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟାନଙ୍କୁ ବିନା ପ୍ରମାଣରେ ଗିରଫ କରି ଜେଲରେ ରଖାଇପାରିଲେ। ସେହିଭଳି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଦୀର୍ଘଦିନ ଜେଲରେ ରଖିପାରିଲେ। ଏହି ଅମଲାତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ପଛରେ ନିଶ୍ଚୟ ସକ୍ରିୟ ରାଜନୈତିକ ସମର୍ଥନ ଥିଲା। ସେହିଭଳି ରାଜନୈତିକ ଚାପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ‘ଟେନି’ଙ୍କ ପୁତ୍ର ଆଶିଷ ମିଶ୍ରା ତାଙ୍କ ଏସ୍‌ୟୁଭି ଗାଡ଼ିକୁ ଚାଷୀଙ୍କ ଉପରେ ମଡ଼ାଇ ଅନେକଙ୍କୁ ଜୀବନରେ ମାରିଦେବା ସତ୍ତ୍ୱେ ବହୁଦିନ ପର୍ଯ୍ୟନ୍ତ ପୋଲିସ ଦ୍ୱାରା ଗିରଫ ହେଲେ ନାହିଁ। ଏହା ହେଉଛି ‘ମୋ ଇଚ୍ଛା’ ସରକାରର କାର୍ଯ୍ୟପ୍ରଣାଳୀ।
ଅନ୍ୟପଟେ ଅଷ୍ଟ୍ରେଲିଆରେ ସର୍ବିୟା ଖେଳାଳି ତଥା ବିଶ୍ୱର ୧ ନମ୍ବର ଟେନିସ୍‌ ପ୍ଲେୟାର ନୋଭାକ୍‌ ଜୋକୋଭିଚ୍‌ଙ୍କ ବିବାଦକୁ ଦେଖାଯାଉ। ଟେନିସ୍‌ ଅଷ୍ଟ୍ରେଲିଆ ସଙ୍ଗଠନ ତରଫରୁ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଚାମ୍ପିୟନଶିପ୍‌ରେ ଖେଳିବାକୁ ନିମନ୍ତ୍ରଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଜୋକୋଭିଚ୍‌ ଗତଥର ଅଷ୍ଟ୍ରେଲିଆନ୍‌ ଓପନ୍‌ର ଚାମ୍ପିୟନ ହୋଇଥିଲେ। ନିଜର ସ୍ଥିତିକୁ ବଜାୟ ରଖିବା ପାଇଁ ଜୋକୋଭିଚ୍‌ଙ୍କ ସକାଶେ ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଡିସେମ୍ବର ଆରମ୍ଭରେ ତାଙ୍କୁ କୋଭିଡ୍‌-୧୯ ହୋଇଥିଲା। ତେଣୁ ଜୋକୋଭିଚ୍‌ ଟିକା ନେବା ସମ୍ଭବପର ନୁହେଁ ବୋଲି କେତେକ ମହଲରୁ କୁହାଯାଉଛି। ସେଥିପାଇଁ ଯେତେବେଳେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଉଡ଼ାଜାହାଜ ପଡ଼ିଆରେ ଜୋକୋଭିଚ୍‌ ବିମାନରୁ ଓହ୍ଲାଇ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ଚେଷ୍ଟା କଲେ ସେତେବେଳେ ସେଠାରେ ଥିବା ସରକାରୀ ଇମିଗ୍ରେଶନ ଅଧିକାରୀ ତାଙ୍କୁ ଅଟକାଇଲେ। ଭିକ୍ଟୋରିଆ ରାଜ୍ୟରେ ଉଭୟ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ ଆଇନକୁ ଦର୍ଶାଇ ଏଭଳି କଠୋର ପଦକ୍ଷେପ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଟେନିସ୍‌ ଅଷ୍ଟ୍ରେଲିଆ ଜୋକୋଭିଚ୍‌ଙ୍କୁ ଟିକା ନେଇ ନ ଥିବା ସତ୍ତ୍ୱେ ପ୍ରବେଶ ଅନୁମତିପତ୍ର ଦେଇଥିଲେ। ଏହା ସତ୍ତ୍ୱେ ଇମିଗ୍ରେଶନ ଅଧିକାରୀ ତାଙ୍କ ପ୍ରବେଶ କେମିତି ବନ୍ଦ କଲେ ବୋଲି ବିଶ୍ୱବ୍ୟାପୀ ଆଲୋଚନା ଆରମ୍ଭ ହୋଇଛି। ମନେହେଉଛି ଭାରତ ସରକାରଙ୍କ ଭଳି ଅଷ୍ଟ୍ରେଲିଆ ସରକାରର ବାମହାତ ଜାଣେ ନାହିଁ ଡାହାଣ ହାତ କ’ଣ କରୁଛି। ଉଲ୍ଲେଖ କରିବା ଠିକ୍‌ ହେବ ଯେ, ଜୋକୋଭିଚ୍‌ଙ୍କୁ ବେଆଇନ ଭାବେ ଅଷ୍ଟ୍ରେଲିଆ ପ୍ରବେଶ କରିଥିବା ଶରଣାର୍ଥୀଙ୍କ ସହିତ ରଖାଯାଇଛି।
ଅଷ୍ଟ୍ରେଲିଆ କେନ୍ଦ୍ର ସରକାର ଓ ଭିକ୍ଟୋରିଆ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ରହିଥିଲା ଭଳି ଚିତ୍ର ପଦାକୁ ଆସୁଛି। ଏଥିସହିତ ଜୋକୋଭିଚ୍‌ଙ୍କ ସମ୍ପର୍କରେ ମଧ୍ୟ କିଛି କହିହେବ। ଏଠାରେ କୌଣସି ସନ୍ଦେହ ନାହିଁ ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରୀୟ ଟେନିସ୍‌ ଖେଳାଳିଙ୍କ ମଧ୍ୟରୁ ଜୋକୋଭିଚ୍‌ ଅନ୍ୟତମ। ତାଙ୍କର ବିଚକ୍ଷଣ ଗତି ଅଧିକାଂଶ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ସେଥିପାଇଁ ସହଜରେ କହିହେବ ଯେ, ଏହି ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ମଧ୍ୟ ଜୋକୋଭିଚ୍‌ଙ୍କ ଜିତିବାର ଅଧିକ ସମ୍ଭାବନା ରହିଥିଲା। କିନ୍ତୁ ସ୍ଥିତି ଆମ୍ବିଳିଆ ହୋଇଯାଇଛି। ଏଠାରେ ଭାବିବା ସ୍ବାଭାବିକ ଯେ, ଜୋକୋଭିଚ୍‌ଙ୍କ ସମ୍ଭାବ୍ୟ ବିଜୟକୁ ଭଣ୍ଡୁର କରିବା ପାଇଁ ଏକ ବିରାଟ ମସୁଧା କରାଯାଇଛି। ଏଥିସହିତ ଏହା ମଧ୍ୟ କହିବାକୁ ହେବ ଯେ, ଜୋକୋଭିଚ୍‌ ତାଙ୍କ ଖେଳ ଜୀବନରେ କୌଣସି ଶୂନ୍ୟସ୍ଥାନ ଛାଡ଼ିବାକୁ ଚାହୁଁ ନାହାନ୍ତି। ଅବଶ୍ୟ ଏଠାରେ ପ୍ରବଳ ଲୋଭର ଭୂମିକା ମଧ୍ୟ ଥାଇପାରେ। କାରଣ ଟେନିସ୍‌ରେ ଜିତୁଥିବା ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏହିଭଳି ଗୋଟେ ଟୁର୍ନାମେଣ୍ଟରୁ ଅନେକ ମିଲିୟନ ଆମେରିକୀୟ ଡଲାରର ଅଧିକାରୀ ହୋଇଥାଆନ୍ତି।
୧୦ ଜାନୁୟାରୀ (ଆଜି) ଜୋକୋଭିଚ୍‌ ଟେନିସ୍‌ କୋର୍ଟ ପରିବର୍ତ୍ତେ ଆଇନ କୋର୍ଟରେ ଖେଳିବେ। ନ୍ୟାୟାଳୟର ବିଚାର ପରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହା କେବଳ ୨୦୨୨ ଅଷ୍ଟ୍ରେଲିଆନ୍‌ ଓପନ୍‌ ପାଇଁ ନୁହେଁ। ମାମଲାରେ ପରାଜିତ ହେଲେ ଜୋକୋଭିଚ୍‌ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପ୍ରବେଶ କରିପାରିବେ ନାହିଁ। ଅର୍ଥାତ୍‌ ଆସନ୍ତା ୩ ବର୍ଷର ଅଷ୍ଟ୍ରେଲିଆନ୍‌ ଓପନ୍‌ ମଧ୍ୟ ଖେଳିପାରିବେ ନାହିଁ। ଏହା ଫଳରେ ଜୋକୋଭିଚ୍‌ଙ୍କ ପାଇଁ ଆସନ୍ତା ୩ ବର୍ଷବ୍ୟାପୀ ଗ୍ରାଣ୍ଡ୍‌ସ୍ଲାମ ଜିତିବା ଅସମ୍ଭବ ହୋଇପଡ଼ିବ।
ମନକୁ ଚିନ୍ତା ଆସେ ଏଠାରେ ଭୂରାଜନୈତିକ ଖେଳ ମଧ୍ୟ ହୋଇଥାଇପାରେ। ଧରିନିଆଯାଉ ଜୋକୋଭିଚ୍‌ ସର୍ବିୟା ଭଳି କ୍ଷୁଦ୍ର ଦେଶର ନାଗରିକ ପରିବର୍ତ୍ତେ ବ୍ରିଟେନ, ଆମେରିକା କିମ୍ବା ରୁଷିଆର ଖେଳାଳି ହୋଇଥାଆନ୍ତେ। ସେଭଳି ସ୍ଥିତିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏଭଳି ଦମ୍ଭୋକ୍ତି ଦେଖାଇ ଜୋକୋଭିଚ୍‌ଙ୍କୁ ଅନ୍ୟ ସମସ୍ତ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରିବାର ଆସ୍ପର୍ଦ୍ଧା ରଖିଥାଆନ୍ତେ କି? ପୃଥିବୀର ଏତେବଡ଼ ଖେଳାଳିଙ୍କୁ ଏକ ସାଧାରଣ ଶରଣାର୍ଥୀ କେନ୍ଦ୍ରରେ ରଖାଯାଇଥାଆନ୍ତା କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା କଷ୍ଟକର ନୁହେଁ। ଏଥିରୁ ବୁଝିବାକୁ ହେବ ଯେ, ସବୁ ଖେଳାଳିଙ୍କୁ ନିଜ ଦେଶର ବୋଝ ଅନ୍ତର୍ଜାତୀୟ ସ୍ତରରେ ମୁଣ୍ଡାଇବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?