Posted inଖେଳ

ଗ୍ରାଣ୍ଡସ୍ଲାମ ପୁରସ୍କାର ରାଶି ବୃଦ୍ଧି ଦାବି କଲେ ଜୋକୋଭିକ

ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ ପଠାଇଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖରେ ଅଷ୍ଟ୍ରେଲିଆନ ଓପନର ମୁଖ୍ୟ କ୍ରେଗ ଟିଲି, ଫ୍ରେଞ୍ଚ ଓପନର ଷ୍ଟିଫେନ ମୋରେଲ, ଓ୍ବିମ୍ବଲଡନର ସାଲି ବଲଟନ ଓ ୟୁଏସ୍‌ ଓପନର ଲିଉ ଶେରଙ୍କୁ ଏହି ଚିଠି ପଠାଯାଇଥିଲା।

ଚିଠି ଆରମ୍ଭରେ ଚଳିତ ମାସରେ ହେବାକୁ ଥିବା ମାଡ୍ରିଡ୍‌ ଓପନ ବେଳେ ଖେଳାଳିଙ୍କ ପ୍ରତିନିଧି ଓ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମୁଖ୍ୟଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ଚିଠିର ଶେଷ ଭାଗରେ ଟପ ୧୧ ମଧ୍ୟରୁ ୧୦ ମହିଳା ଖେଳାଳି ଓ ଟପ ୧୦ ପୁରୁଷ ଖେଳାଳିଙ୍କ ହସ୍ତାକ୍ଷର ରହିଛି। କେବଳ ଏଲିନା ରିବାକିନାଙ୍କ ନାମ ଏଥିରୁ ବାଦ୍‌ ପଡ଼ିଛି। ଖେଳାଳିମାନେ ୩ଟି ବିଭାଗ ଉପରେ ଧ୍ୟାନ ଦେବାକୁ ଦାବି କରିଛନ୍ତି। ପ୍ରଥମ ଦାବି ହେଲା, ଦୁଇଟି ପ୍ରୋ ଟୁର୍ସ ଦ୍ୱାରା ପ୍ରତିଷ୍ଠିତ ଖେଳାଳିଙ୍କ କଲ୍ୟାଣ ଯୋଜନା ଲାଗି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଆର୍ଥିକ ଯୋଗଦାନ ଦେବା ଉଚିତ।

ଦ୍ୱିତୀୟତଃ, ଟୁର୍ନାମେଣ୍ଟର ମୂଲ୍ୟରେ ଖେଳାଳିଙ୍କ ବିଶେଷ ଅବଦାନ ରହିଥିବାରୁ ପୁରସ୍କାର ରାଶିରେ ଟୁର୍ନାମେଣ୍ଟର ରାଜସ୍ବର ଉଚିତ ପ୍ରତିଶତ ବୃଦ୍ଧି କରାଯିବା ଦରକାର। ତୃତୀୟ କଥା ହେଲା, ଖେଳାଳିଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ସମେତ ଟୁର୍ନାମେଣ୍ଟକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତିରେ ଆଥଲେଟଙ୍କ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। ଟେନିସ ସିଜନର ପରବର୍ତ୍ତୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ହେଉଛି ଫ୍ରେଞ୍ଚ ଓପନ, ଯାହାର ମୁଖ୍ୟ ଡ୍ରେ ମେ’ ୨୫ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଭାରତୀୟ କ୍ରିକେଟର ଗିରଫ: ମଦ୍ୟପାନ କରି ୩ଟି ଗାଡିକୁ ଧକ୍କା ଦେବା ଅଭିଯୋଗରେ…

ନୂଆଦିଲ୍ଲୀ,୨୮।୧: ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଅନ୍ୟ ତିନୋଟି ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ତାଙ୍କୁ…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର, ୧୭ ବର୍ଷ କ୍ୟାରିୟରରେ… 

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍‌କୁ ଆଉ କିଛି ଦିନ ବାକି। ଏମିତିରେ ସନ୍ନ୍ୟାସ ନେଇ ଚମକାଇଛନ୍ତି ଜଣେ କ୍ରିକେଟର। ସେ ହେଲେ କେନ୍‌ ରିଚାର୍ଡସେନ। ଏହି ବୋଲରଜଣଙ୍କ…

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ନୂଆଦିଲ୍ଲୀ,୨୭।୧: ICC T20 ବିଶ୍ୱକପ ୨୦୨୬କୁ ନେଇ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ବାଂଲାଦେଶକୁ ଟୁର୍ନାମେଣ୍ଟରୁ ବାଦ ଦେବା ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦେବାର ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri