Posted inଖେଳ

ଗ୍ରାଣ୍ଡସ୍ଲାମ ପୁରସ୍କାର ରାଶି ବୃଦ୍ଧି ଦାବି କଲେ ଜୋକୋଭିକ

ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ ପଠାଇଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖରେ ଅଷ୍ଟ୍ରେଲିଆନ ଓପନର ମୁଖ୍ୟ କ୍ରେଗ ଟିଲି, ଫ୍ରେଞ୍ଚ ଓପନର ଷ୍ଟିଫେନ ମୋରେଲ, ଓ୍ବିମ୍ବଲଡନର ସାଲି ବଲଟନ ଓ ୟୁଏସ୍‌ ଓପନର ଲିଉ ଶେରଙ୍କୁ ଏହି ଚିଠି ପଠାଯାଇଥିଲା।

ଚିଠି ଆରମ୍ଭରେ ଚଳିତ ମାସରେ ହେବାକୁ ଥିବା ମାଡ୍ରିଡ୍‌ ଓପନ ବେଳେ ଖେଳାଳିଙ୍କ ପ୍ରତିନିଧି ଓ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମୁଖ୍ୟଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ଚିଠିର ଶେଷ ଭାଗରେ ଟପ ୧୧ ମଧ୍ୟରୁ ୧୦ ମହିଳା ଖେଳାଳି ଓ ଟପ ୧୦ ପୁରୁଷ ଖେଳାଳିଙ୍କ ହସ୍ତାକ୍ଷର ରହିଛି। କେବଳ ଏଲିନା ରିବାକିନାଙ୍କ ନାମ ଏଥିରୁ ବାଦ୍‌ ପଡ଼ିଛି। ଖେଳାଳିମାନେ ୩ଟି ବିଭାଗ ଉପରେ ଧ୍ୟାନ ଦେବାକୁ ଦାବି କରିଛନ୍ତି। ପ୍ରଥମ ଦାବି ହେଲା, ଦୁଇଟି ପ୍ରୋ ଟୁର୍ସ ଦ୍ୱାରା ପ୍ରତିଷ୍ଠିତ ଖେଳାଳିଙ୍କ କଲ୍ୟାଣ ଯୋଜନା ଲାଗି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଆର୍ଥିକ ଯୋଗଦାନ ଦେବା ଉଚିତ।

ଦ୍ୱିତୀୟତଃ, ଟୁର୍ନାମେଣ୍ଟର ମୂଲ୍ୟରେ ଖେଳାଳିଙ୍କ ବିଶେଷ ଅବଦାନ ରହିଥିବାରୁ ପୁରସ୍କାର ରାଶିରେ ଟୁର୍ନାମେଣ୍ଟର ରାଜସ୍ବର ଉଚିତ ପ୍ରତିଶତ ବୃଦ୍ଧି କରାଯିବା ଦରକାର। ତୃତୀୟ କଥା ହେଲା, ଖେଳାଳିଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ସମେତ ଟୁର୍ନାମେଣ୍ଟକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତିରେ ଆଥଲେଟଙ୍କ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। ଟେନିସ ସିଜନର ପରବର୍ତ୍ତୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ହେଉଛି ଫ୍ରେଞ୍ଚ ଓପନ, ଯାହାର ମୁଖ୍ୟ ଡ୍ରେ ମେ’ ୨୫ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ…

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ: ରାଗରେ ନିଆଁବାଣ PCB

ନୂଆଦିଲ୍ଲୀ,୧୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ (KKR) ଦଳ ମୁଖ୍ୟ ଖବର ପାଲଟିଛି। ଗୋଟିଏ ପଟେ, ହର୍ଷିତ ରାଣା ଆଘାତ ଯୋଗୁ…

ଶୁଭମନ ଗିଲଙ୍କୁ ସବୁଠାରୁ ବଡ଼ ପୁରସ୍କାର; ଘୋଷଣା କଲା ବିସିସିଆଇ – ବିରାଟ, ରୋହିତ, ବୁମରାଙ୍କୁ କିଛି ନାହିଁ

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁବମନ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। BCCI ନମନ ପୁରସ୍କାର…

ସଞ୍ଜୁ ସାମସନ, ଇଶାନ କିଶାନଙ୍କୁ ନେଇ ବଡ଼ ବୟାନ ଦେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଏବଂ ଇଶାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri