ସକାଳୁ ଉଠିବା ପରେ ବହୁତ ଶୋଷ ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ…

ଅନିୟମିତ ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟପେୟ, ଶାରୀରିକ ପରିଶ୍ରମ ନ ଥିବା କାରଣରୁ ହେଉଥିବା ରୋଗ ଭିତରୁ ରକ୍ତଚାପ ଅନ୍ୟତମ। ଆକଳନ ଅନୁଯାୟୀ ଦେଶର ପ୍ରାୟ ୩୩% ସହରବାସୀ ଏବଂ ୨୫% ଗ୍ରାମୀଣ ଲୋକ ହାଇ ବ୍ଲଡ ପ୍ରେସର ଅର୍ଥାତ ଉଚ୍ଚ ରକ୍ତଚାପରେ ପୀଡ଼ିତ। ଏଭଳି ରୋଗୀମାନେ ହୃଦଘାତ୍‌, ବ୍ରେନ୍‌ ଷ୍ଟ୍ରୋକ୍‌, କୀଡନୀ ଫେଲିୟର ଭଳି ବୃହତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଏଥିଯୋଗୁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ।

ପ୍ରାରମ୍ଭିକ ସମୟରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଧିରେ ଧିରେ ସ୍ଥିତି ଗମ୍ଭୀର ହେଲେ ଉଚ୍ଚ ରକ୍ତଚାପ ହୋଇଥିବା ଜଣାପଡ଼ିଥାଏ। ଉକ୍ତ ରକ୍ତଚାପକୁ ସମୟ ଥାଇ ଚିକିତ୍ସା କରାଇ ନେବା ଉଚିତ। ନଚେତ ଏହା ଜୀବନ ନେଇପାରେ। ଜଣେ ସୁସ୍ଥ ବ୍ୟକ୍ତିର ରକ୍ତଚାପର ସାଧାରଣ ସ୍ତର ୧୨୦/୯୦। ହେଲେ ଏହା ୧୪୦/୯୦ ଟପିଲେ ଉକ୍ତରକ୍ତଚାପର ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏହାର କିଛି ଲକ୍ଷଣ ବିଷୟରେ…

-ଅଧିକ ଶୋଷ ଲାଗିବା: ସକାଳୁ ଉଠିବା ମାତ୍ରେ ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଥାଏ ନଚେତ ସବୁବେଳେ ପାଟି ଶୁଖି ଯାଉଥିଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ।

-ମୁଣ୍ଡ ବୁଲାଇବା: ସକାଳୁ ଉଠିଲେ ଥକା ଲାଗୁଥିଲେ, ମୁଣ୍ଡ ବୁଲାଇ ଦେଉଥିଲେ, ନଚେତ ବାନ୍ତି ଭଳି ଅନୁଭବ କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ। ଏଣୁ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ।

-ଆଖିକୁ ଜାଲଜାଲ ଦିଶିବା: ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଭଲଭାବେ କିଛି ଦେଖାଯାଉନାହିଁ, ସବୁକିଛି ଝାପ୍ସା ଦେଖାଯାଉଛି ତେବେ ସତର୍କ ହୋଇଯାଆନ୍ତୁ। ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri