ବିଗ୍‌ ବସ୍‌ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ

ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଶନିବାର ସନ୍ଧ୍ୟା ୭ଟାରେ ଅନ୍‌ଲାଇନ ପ୍ଲାଟଫର୍ମ ‘ଭୁଟ୍‌’ରେ ପ୍ରସାରିତ ହୋଇଥିଲା। ବିଗ୍‌ ବସ୍‌ ଟ୍ରଫି ସହ ପୁରସ୍କାର ରାଶି ବାବଦକୁ ଦିବ୍ୟା ୨୫ ଲକ୍ଷ ଟଙ୍କା ପାଇଛନ୍ତି। ଦିବ୍ୟାଙ୍କ ସହ ଏହି ରିୟଲିଟି ଶୋ’ ଫାଇନାଲରେ ରାକେଶ ବାପତ୍‌, ପ୍ରତୀକ ସେହଜପାଲ, ସମିତା ସେଟ୍ଟୀ ଏବଂ ନିଶାନ୍ତ ଭଟ୍ଟ ଥିଲେ। ସେମାନଙ୍କ ମଧ୍ୟରୁ ନିଶାନ୍ତ ପ୍ରଥମ ରନର୍ସ ଅପ୍‌ ଏବଂ ସମିତା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏବେ ଏହି ୩ ଜଣ ବିଗ୍‌ ବସ୍‌-୧୫ ପ୍ରତିଯୋଗିତାରେ ଭାଗ ନେବେ।
ବିଗ୍‌ ବସ୍‌ରେ ଦିବ୍ୟା ଅନ୍ୟମାନଙ୍କ ତୁଳନାରେ ଜଣେ ଦୃଢ଼ ପ୍ରତିଯୋଗୀ ଥିଲେ। ନିଶାନ୍ତ ଏବଂ ରାକେଶଙ୍କ ସହ ତାଙ୍କ ଭଲ ବଣ୍ଡିଂ ରହିଥିଲା। ଅଡିଏନ୍ସ ଭୋଟରେ ସେ ସିଧାସଳଖ ଭାବେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ଦିବ୍ୟା ଏମ୍‌ଟିଭି ସ୍ପ୍ଲିଟ୍‌ଭିଲା ରନର୍ସ ଅପ୍‌ ଏବଂ ଏମ୍‌ଟିଭି ଏସ୍‌ ଅଫ୍‌ ସ୍ପେସ ପ୍ରଥମ ସିଜନର ବିଜେତା ହୋଇଥିଲେ। ସୂଚନାଯୋଗ୍ୟ, ୧୪ ସିଜନ ପରେ ପ୍ରଥମ ଥର ପାଇଁ ବିଗ୍‌ ବସ୍‌ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ

୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍‌ ଭର୍ସେଜ୍‌ ରିକି ବହଲ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି...

ଶୀତବସ୍ତ୍ର ପାଇଁ ଦୀପିକାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ ତାଙ୍କ ଦମ୍‌ଦାର ଅଭିନୟ ଏବଂ ଡ୍ରେସିଂ ସେନ୍ସକୁ ନେଇ ବେଶ୍‌ ପରିଚିତ। ତାଙ୍କର ଭିନ୍ନ ଢଙ୍ଗର ପୋଷାକ...

ସବୁକିଛି ଯୋଜନା ଅନୁସାରେ ହୁଏନା

ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ...

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ...

ସିଙ୍ଗର କପୁଲ ବିଶିକୁମାର-ପଦ୍ମାଳୟା

ଯାତ୍ରା ଜଗତରେ ଅନେକ ସିଙ୍ଗର କପୁଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କପୁଲ ହେଉଛନ୍ତି ବିଶିକୁମାର ଓ ପଦ୍ମାଳୟା। ସମ୍ପ୍ରତି ଏମାନଙ୍କର ସଂଗୀତର ଲହର ଛୁଟୁଛି...

‘ଫୁଲ ହାଉସ’ ଫେମ୍ କମେଡିଆନ୍ ବବ ସଗେଟଙ୍କ ପରଲୋକ: ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ

ଫ୍ଲୋରିଡା,୧୦ ।୧: ଆମେରିକା ଟେଲିଭିଜନରେ ୯୦ ଦଶକରେ ପ୍ରସାରିତ କମେଡି ଶୋ’ ‘ଫୁଲ ହାଉସ’ରେ ଅଭିନୟ କରି ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା...

ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ

ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି...

ବିରୁଷ୍କା ଶେୟାର କରିଥିବା ଗୁଡ୍‌ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍‌

ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ...

Advertisement
Archives

Model This Week