କଫି ପାଇଁ ଛାଡ଼ପତ୍ର

ଇସ୍‌ଲାମିକ୍‌ ଦେଶ ତୁର୍କୀ ନିକଟରେ ଭୟଙ୍କର ଭୂକମ୍ପର ଶିକାର ହୋଇଛି। ଏଠାରେ ବହୁତ କ୍ଷୟକ୍ଷତି ହେବା ସହ ଏବେବି ଅନେକ ମୃତକଙ୍କୁ ଠାବ କରାଯାଇପାରି ନାହିଁ। ତେବେ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ଏହି ଦେଶରେ ଏମିତି କିଛି ଅଜବ କଥା ବା ପ୍ରଥା ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ….
ଚା ପିଇବାରେ ତୁର୍କୀର ବାସିନ୍ଦାମାନେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦେଶର ୯୬% ଜନତା ପ୍ରତିଦିନ ଚା ପିଇଥାଆନ୍ତି। ଏଠାରେ ଜଣେ ନାଗରିକ ଦିନକୁ ୫ରୁ ୧୦ କପ୍‌ ପର୍ଯ୍ୟନ୍ତ ଚା ପିଇଥା’ନ୍ତି।
ତୁର୍କୀର ସବୁଠାରୁ ପ୍ରସିଦ୍ଧ ସହର ଇସ୍ତାନ୍‌ବୁଲ, ବାଇଜାଣ୍ଟିଅମ୍‌ ନାମରେ ମଧ୍ୟ ଜଣାଶୁଣା। ଏହି ସହରର ନାମ ପରିବର୍ତ୍ତନ କରି କନ୍‌ଷ୍ଟାଣ୍ଟିନୋପଲ କରି ଦିଆଯାଇଥିଲା, କିନ୍ତୁ ୧୯୩୦ ମସିହାରେ ପୁଣି ପରିବର୍ତ୍ତନ ହୋଇ ଇସ୍ତାନ୍‌ବୁଲ ରଖାଗଲା।
ତୁର୍କୀର ଜାତୀୟ ଫୁଲ ଟୁଲିପ୍‌। ଏହି ନାମଟି ଟର୍କିସ୍‌ ଶବ୍ଦ ଟରବାନ୍‌ରୁ ଆସିଛି।
ତୁର୍କୀର ରାଜଧାନୀ ଇସ୍ତାନ୍‌ବୁଲ ବୋଲି ଅଧିକାଂଶ ଭାବିଥା’ନ୍ତି। କିନ୍ତୁ ଏହା ଭୁଲ୍‌। ଏହାର ରାଜଧାନୀ ଅଙ୍କାରା। ଦେଶର ବଡ଼ ସହର ହେଉଛି ଇସ୍ତାନ୍‌ବୁଲ। ଇସ୍ତାନ୍‌ବୁଲ ଦୁଇ ମହାଦେଶ ଏସିଆ ଓ ୟୁରୋପ ମଧ୍ୟରେ ରହିଛି। ତୁର୍କୀର ୯୫% ଅଂଶ ଏସିଆରେ ଏବଂ ୫% ୟୁରୋପରେ ଅଛି।
ରେସ୍‌ଲିଂ ତୁର୍କୀର ଜାତୀୟ ଖେଳ। ୬୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ଖେଳ ଏଠାରେ ଖେଳାଯାଉଛି। ଏହି ଖେଳରେ ଖେଳାଳି ନିଜ ଦେହରେ ତେଲ ଲଗାଇ କୁସ୍ତି କରିଥାନ୍ତି।
ସବୁଠାରୁ ଆକର୍ଷଣୀୟ ମସ୍‌ଜିଦଗୁଡିକ ତୁର୍କୀରେ ଅଛି। ଏଠାରେ ୮୨,୦୦୦ରୁ ଅଧିକ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି। ଏଗୁଡ଼ିକ ମଧ୍ୟରେ ଇସ୍ତାନ୍‌ବୁଲର ସୁଲତାନ୍‌ ଅହମଦ୍‌ ମଦ୍‌ଜିଦ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ମସ୍‌ଜିଦ୍‌। ଏହି ମସ୍‌ଜିଦ୍‌ ନୀଳ ମସଜିଦ୍‌ ନାମରେ ମଧ୍ୟ ପରିଚିତ।
ତୁର୍କୀର ନାଗରିକ ଚା ପିଉଥିଲେ ମଧ୍ୟ ୧୬ ଶତାବ୍ଦୀରେ ଏଠାରେ କଫିର କ୍ରେଜ ଅଧିକ ଥିଲା। ଏଠାରେ ମୋଚା କଫି ପ୍ରସିଦ୍ଧ। ତେବେ କଫିକୁ ନେଇ ଏଠାରେ ରୋଚକ କାହାଣୀ ମଧ୍ୟ ରହିଛି। ଅତୀତରେ ସେଠାକାର ମହିଳାମାନେ ସେମାନଙ୍କ ସ୍ବାମୀ କଫି ଆଣି ଦେଉନଥିବା ଅଭିଯୋଗରେ ତାଙ୍କୁ ଛାଡ଼ପତ୍ର ଦେଉଥିଲେ।
ତୁର୍କୀର ନାଗରିକ ଖରାପ ନଜର ନ ଲାଗିବା ପାଇଁ କାଚ, ଲୁହା ଏବଂ ତମ୍ବାରେ ପ୍ରସ୍ତୁତ ଏକ ନୀଳ ରଙ୍ଗର ପଥର ବ୍ୟବହାର କରନ୍ତି। ୩୦୦୦ବର୍ଷ ପୁରୁଣା ଏହି ପରମ୍ପରାରେ ଲୋକେ ବିଶ୍ୱାସ କରନ୍ତି ଯେ, ଏହାକୁ ପିନ୍ଧିବା ଦ୍ୱାରା କୌଣସି ଖରାପ ଶକ୍ତି ତାଙ୍କର କିଛି ଅସୁବିଧା କରିବ ନାହିଁ। ତୁର୍କୀ ଆସୁଥିବା ପର୍ଯ୍ୟଟକ ଏହି ପଥରକୁ ବେଶି କିଣିଥାନ୍ତି।
ଜାତୀୟ ହାଜେଲ୍‌ନଟ୍‌ ଉତ୍ପାଦନ ତୁର୍କୀରେ ସବୁଠାରୁ ଅଧିକ ହୋଇଥାଏ। ବିଶ୍ୱରେ ପ୍ରାୟ ୭୫% ହାଜେଲ୍‌ନଟ୍‌ ତୁର୍କୀରେ ଉତ୍ପାଦନ ହୋଇଥାଏ। କଳା ସାଗର କୂଳରେ ଏହି ବାଦାମକୁ ଚାଷ କରାଯାଏ। ଉତ୍ପାଦନର କେବଳ ୬୦ଭାଗ ବିକ୍ରି କରାଯାଏ।
ନବଜାତ ଶିଶୁର ତକିଆ ତଳେ କଇଁଛ ପ୍ରତିମୂର୍ତ୍ତି ରଖିବାର ପ୍ରଥା ରହିଛି। ତକିଆ ତଳେ କଇଁଛ ରଖିବା ଦ୍ୱାରା ଶିଶୁ ସୁରକ୍ଷିତ ରହିଥାଏ ବୋଲି ସେଠାରେ ଏକ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri